ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ଦରମା!
Advertisement
Article Detail0/zeeodisha/odisha809210

ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ଦରମା!

7th Pay Commission, 7th CPC Latest News, Central Government Employees: ନୂତନ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ଖୁସି ଆଣିଦେବ । ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କୁ ଅଧିକ ବେତନ ମିଳିବାକୁ ଯାଉଛି । ଚଳିତ ବର୍ଷ କୋଭିଡ-19 ଯୋଗୁଁ କେନ୍ଦ୍ର କର୍ମଚାରୀଙ୍କୁ ମିଳୁଥିବା ମହଙ୍ଗା ଭତ୍ତା (Dearness  Allowance) ଉପରେ ରୋକ ଲାଗ

ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ଦରମା!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ନୂତନ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ଖୁସି ଆଣିଦେବ । ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କୁ ଅଧିକ ବେତନ ମିଳିବାକୁ ଯାଉଛି । ଚଳିତ ବର୍ଷ କୋଭିଡ-19 ଯୋଗୁଁ କେନ୍ଦ୍ର କର୍ମଚାରୀଙ୍କୁ ମିଳୁଥିବା ମହଙ୍ଗା ଭତ୍ତା (Dearness  Allowance) ଉପରେ ରୋକ ଲାଗିଛି । କେନ୍ଦ୍ର କର୍ମଚାରୀ (central govt employees) ଓ ପେନସନଭୋଗୀମାନେ (central govt Pensioners) ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା (DA) ପାଆନ୍ତି, କିନ୍ତୁ ବର୍ତ୍ତମାନ ଏହା ୧୭ ପ୍ରତିଶତ ହିସାବରେ ମିଳୁଛି ।

ଅଧିକ ପଢ଼ନ୍ତୁ:-'ମଧ୍ୟପ୍ରଦେଶର କମଲନାଥ ସରକାର ଭାଙ୍ଗିବାରେ ପିଏମ ମୋଦିଙ୍କ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା'

ଆପଣଙ୍କୁ କହିରଖୁଛୁ ଯେ କୋରୋନା ଭାଇରସ୍ ମହାମାରୀରେ ଅର୍ଥନୈତିକ କାର୍ଯ୍ୟକଳାପ ଚାଲୁ ନ ଥିବାରୁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବନ୍ଦ କରି ଦେଇଥିଲେ । ସପ୍ତମ ବେତନ ଆୟୋଗ ଅନୁଯାୟୀ ମହଙ୍ଗା ଭତ୍ତା ୨୧ ପ୍ରତିଶତ ଦିଆଯିବାର ଥିଲା । କିନ୍ତୁ ବର୍ତ୍ତମାନ ଏହି ଭତ୍ତା ୧୭ ପ୍ରତିଶତ ହାରରେ ଦିଆଯାଉଛି । ଜୁନ୍ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ବ୍ୟବସ୍ଥା କରିଛନ୍ତି ।

ସୂଚନାଯୋଗ୍ୟ ଯେ କର୍ମଚାରୀ ଏବଂ ପେନସନଭୋଗୀମାନେ ଆଶା କରୁଛନ୍ତି ଯେ ଜୁନ୍ ୨୦୨୧ ପରେ ସରକାର ଡିଏ (DA) ଉପରେ ଖୁସି ଖବର ଦେଇପାରନ୍ତି । ଯଦି ଏହା ଘଟେ ତେବେ ଦରମା ଏବଂ ପେନସନ୍ ବୃଦ୍ଧି ହେବ । ଜାନୁଆରୀ ୧ ଓ ଜୁଲାଇ ୧ରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରନ୍ତି । ଚଳିତ ବର୍ଷ ଜାନୁଆରୀରେ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ସମ୍ପ୍ରତି ଏହା ୫୦ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ୫୫ ଲକ୍ଷରୁ ଅଧିକ ପେନସନଭୋଗୀଙ୍କୁ ସିଧାସଳଖ ଲାଭ ପହଞ୍ଚାଉଛି । 

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO, କହିଲା-୨୦୨୧ର ପ୍ରାରମ୍ଭରେ ତାଣ୍ଡବ କରି...

ଏହାପୂର୍ବରୁ ମାର୍ଚ୍ଚରେ କ୍ୟାବିନେଟ୍ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଥିଲା । ସାଧାରଣତଃ ମୂଲ୍ୟ ବୃଦ୍ଧିକୁ କ୍ଷତିପୂରଣ ଦେବା ପାଇଁ ସରକାର ବର୍ଷକୁ ଦୁଇଥର ଡିଏରେ ପରିବର୍ତ୍ତନ କରନ୍ତି । ସରକାରୀ ଖର୍ଚ୍ଚ ହ୍ରାସ କରିବାକୁ ଏହା ଆଉ ଏକ ପ୍ରୟାସ । ଏହାପୂର୍ବରୁ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ସାଂସଦଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରିବାକୁ ମଧ୍ୟ ଘୋଷଣା କରାଯାଇଥିଲା ।