ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଆଉ ଏକ ଖୁସି ଖବର
Advertisement

ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଆଉ ଏକ ଖୁସି ଖବର

HBA ଯୋଜନା ଅନ୍ତର୍ଗତ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ନିଜ ବା ନିଜ ପତ୍ନୀଙ୍କ ପ୍ଲାଟରେ ଘର ନିର୍ମାଣ ପାଇଁ ଆଡଭାନ୍ସ ନେଇପାରିବେ । ଏହି ଯୋଜନା ଅକ୍ଟୋବର ୧,୨୦୨୦ରେ ଆରମ୍ଭ କରାଯାଇଥିଲା ଓ ଏହି ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ବର୍ତ୍ତମାନ କର୍ମଚାରୀମାନଙ୍କୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ୭.୯ ପ୍ରତିଶତ ସୁଧ ହାରରେ ଘର ନିର୍ମାଣ ପାଇଁ ଅଗ୍ରୀମ ପ୍ରଦାନ କରିବେ ।

ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Government Employees: ଗତ ମାସରେ କେନ୍ଦ୍ର ସରକାର (Central Govt) ଜୁଲାଇ ୨୦୨୧ ପାଇଁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ୍ (DR) ସହିତ ହାଉସ ରେଣ୍ଟ ଅଲାଉନ୍ସ (HRA) ବୃଦ୍ଧି କରିଛନ୍ତି । ବର୍ତ୍ତମାନ ମୋଦି ସରକାର (Modi Govt) ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିରୁ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ବହୁତ ଉପକୃତ ହେବେ । ବର୍ତ୍ତମାନ ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ଆଡଭାନ୍ସ (HBA) ଯୋଜନାର ସମୟସୀମାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ପୁଣିଥରେ ବଢ଼ିବ ମହଙ୍ଗା ଭତ୍ତା? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ...

ଏହାର ଅର୍ଥ ହେଉଛି ଯଦି କୌଣସି କେନ୍ଦ୍ର ସରକାରୀ କର୍ମଚାରୀ ଘର କିଣିବାକୁ ଚାହାଁନ୍ତି, ତେବେ କର୍ମଚାରୀ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସ୍ୱଳ୍ପ ସୁଧ ହାରରେ ଗୃହ ଋଣ (Home Loan) ପାଇପାରିବେ । HBA ଯୋଜନା ଅନୁଯାୟୀ ସରକାର କେନ୍ଦ୍ର କର୍ମଚାରୀମାନଙ୍କୁ ୭.୯ ପ୍ରତିଶତ ସୁଧ ହାରରେ ଗୃହ ଋଣ ପ୍ରଦାନ କରୁଛନ୍ତି ।  ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ ଯେ ସରକାରଙ୍କ ତରଫରୁ ଆପଣଙ୍କୁ କି ପ୍ରକାର ରିଲିଫ୍ ଯୋଗାଇ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ ମଧ୍ୟରେ ସାମ୍ନାକୁ ଆସିଲା ମାରାତ୍ମକ ମାରବର୍ଗ ଭୂତାଣୁର ପ୍ରଥମ ମାମଲା, ଜାଣନ୍ତୁ ଏହା ବିଷୟରେ ସବୁକିଛି...

HBA ଯୋଜନା ଅନ୍ତର୍ଗତ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ନିଜ ବା ନିଜ ପତ୍ନୀଙ୍କ ପ୍ଲାଟରେ ଘର ନିର୍ମାଣ ପାଇଁ ଆଡଭାନ୍ସ ନେଇପାରିବେ । ଏହି ଯୋଜନା ଅକ୍ଟୋବର ୧,୨୦୨୦ରେ ଆରମ୍ଭ କରାଯାଇଥିଲା ଓ ଏହି ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ବର୍ତ୍ତମାନ କର୍ମଚାରୀମାନଙ୍କୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ୭.୯ ପ୍ରତିଶତ ସୁଧ ହାରରେ ଘର ନିର୍ମାଣ ପାଇଁ ଅଗ୍ରୀମ ପ୍ରଦାନ କରିବେ ।

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଉ ଏକ ଗୁଡ୍ ନ୍ୟୁଜ୍

ସୂଚନାଯୋଗ୍ୟ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ବର୍ତ୍ତମାନ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ନୂତନ ଡିଏ ଜୁଲାଇରୁ କାର୍ଯ୍ୟକାରୀ ହୋଇଛି । ଏଥି ସହିତ କେତେକ ରିପୋର୍ଟରେ ଦାବି କରାଯାଇଛି ଯେ କେନ୍ଦ୍ର ଜୁନ୍ ୨୦୨୧ ପାଇଁ ମହଙ୍ଗା ଭତ୍ତା ମଧ୍ୟ ଅନୁମୋଦନ କରିପାରେ । ଫଳରେ ଆଗାମୀ ଦିନରେ ଡିଏରେ ଆହୁରି ୩ ପ୍ରତିଶତ ବୃଦ୍ଧିକୁ ଦେଖିବାକୁ ମିଳିପାରେ ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍