ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର DA ବକେୟା ରାଶି
Advertisement
Article Detail0/zeeodisha/odisha1186369

ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର DA ବକେୟା ରାଶି

ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ଜୁଲାଇ ୧ରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଯାହା ପରେ ଏହା ବଢ଼ି ୨୮ ପ୍ରତିଶତରେ ପହଞ୍ଚିଥିଲା । ଏହାପୂର୍ବରୁ ସେମାନେ ୧୭ ପ୍ରତିଶତ ହାରରେ ଡିଏ ପାଉଥିଲେ । ଏଥି ସହିତ ଅକ୍ଟୋବର ୨୦୨୧ରେ ଏହାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହା ପରେ ଏହା ବଢ଼ି ୩୧ ପ୍ରତିଶତକୁ ପହଞ୍ଚିଥିଲା । ଏଥି ସହିତ ମାର୍ଚ୍ଚ ୨୦୨୨ରେ ପୁଣି ଥରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ପରେ ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି ।

ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର DA ବକେୟା ରାଶି

ନୂଆଦିଲ୍ଲୀ: 7th Pay Commission, Central Government Employees, DA Hikes, DA Arrears: ନିକଟ ଅତୀତରେ କେନ୍ଦ୍ର ସରକାର (Central Government) ନିଜର ୪୭ ଲକ୍ଷ ୬୮ ହଜାର କର୍ମଚାରୀ (Central Government Employees) ଓ ୬୮ ଲକ୍ଷ ୬୨ ହଜାର ପେନସନଭୋଗୀ (Central Government Pensioners) ଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ବୃଦ୍ଧି କରିଥିଲେ । କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଉପହାର ଦେଉଛନ୍ତି । ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ୧୮ ମାସର ମହଙ୍ଗା ଭତ୍ତା ଅର୍ଥାତ ଡିଏ ଅରିୟର (DA Arrears) ର ଅପେକ୍ଷା କରୁଛନ୍ତି । ଯାହାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।

ସରକାରୀ କର୍ମଚାରୀମାନେ (Government Employees) ଲଗାତର ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ରୋକାଯାଇଥିବା ଡିଏର ବକେୟା (DA Arrears) ଦାବି କରୁଛନ୍ତି । ମିଡିଆ ରିପୋର୍ଟ୍ସ ଅନୁସାରେ, ସରକାର ଏକାଥରେ ୧.୫୦ ଲକ୍ଷ ଟଙ୍କା କେନ୍ଦ୍ର କର୍ମଚାରୀଙ୍କୁ ଦେବା ପାଇଁ ଯୋଜନା କରୁଛନ୍ତି । ଯଦି ଏପରି ହେବ ତ କର୍ମଚାରୀଙ୍କ ଦରମା ସହ ମୋଟା ଅଙ୍କର ଅର୍ଥ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିବ ।  

ସରକାରୀ କର୍ମଚାରୀମାନେ ଆଶା କରୁଛନ୍ତି ଯେ, ଡିଏ ବକେୟାକୁ ନେଇ ସରକାର ବିଚାର କରିବେ ଓ ଏହାର ସମାଧାନ ବାଟ ବାହାର କରିବେ । ନ୍ୟାସନାଲ କାଉନ୍ସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, କାଉନ୍ସିଲ ସରକାରଙ୍କ ଆଗରେ ନିଜର ଦାବି ରଖିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ନାହିଁ ।

ଏହା ବି ପଢ଼ନ୍ତୁ:-ଜ୍ଞାନବାପି ମସଜିଦରେ ମିଳିଲା ୧୨ ଫୁଟ ୮ ଇଞ୍ଚ ଲମ୍ୱର ଶିବଲିଙ୍ଗ! କୋର୍ଟ ଦେଲେ ଏହି ଆଦେଶ

ଏହା ବି ପଢ଼ନ୍ତୁ:-ଏହି ସହଜ ଉପାୟରେ ଜାଣନ୍ତୁ ଆମ୍ୱ ଖଟା କି ମିଠା, କିଣିବା ସମୟରେ ଧ୍ୟାନରେ ରଖନ୍ତୁ ଏସବୁ କଥା

ଏହା ବି ପଢ଼ନ୍ତୁ:-ମାଣିକ ସାହା କିଏ? ଯିଏ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

 

ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ଜୁଲାଇ ୧ରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଯାହା ପରେ ଏହା ବଢ଼ି ୨୮ ପ୍ରତିଶତରେ ପହଞ୍ଚିଥିଲା । ଏହାପୂର୍ବରୁ ସେମାନେ ୧୭ ପ୍ରତିଶତ ହାରରେ ଡିଏ ପାଉଥିଲେ । ଏଥି ସହିତ ଅକ୍ଟୋବର ୨୦୨୧ରେ ଏହାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହା ପରେ ଏହା ବଢ଼ି ୩୧ ପ୍ରତିଶତକୁ ପହଞ୍ଚିଥିଲା । ଏଥି ସହିତ ମାର୍ଚ୍ଚ ୨୦୨୨ରେ ପୁଣି ଥରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ପରେ ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି ।

କେନ୍ଦ୍ର କର୍ମଚାରୀ ସଂଗଠନ ୧୮ ମାସର ବକେୟା ପାଇଁ ସରକାରଙ୍କ ଉପରେ କ୍ରମାଗତ ଭାବରେ ଚାପ ପକାଉଛି । ଏହି ଲୋକମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଦରମା ଓ ଭତ୍ତା କର୍ମଚାରୀଙ୍କ ମୌଳିକ ଅଧିକାର । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କୁ ୧୮ ମାସର ବକେୟା ସୁବିଧା ମଧ୍ୟ ମିଳିପାରେ ।

ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, ଲେଭଲ୍ -1 କର୍ମଚାରୀଙ୍କ ଡିଏ ବକେୟା ୧୧,୮୮୦ରୁ ୩୭,୫୫୪ ଟଙ୍କା ମଧ୍ୟରେ ରହିଛି । ଯେତେବେଳେ କି, ଲେଭଲ୍ -13 (7th CPC basic pay scale ୧,୨୩,୧୦୦ ଟଙ୍କାରୁ ୨,୧୫,୯୦୦ ଟଙ୍କା) କିମ୍ବା ଲେଭଲ୍ -14 (7th CPC basic pay scale) ପାଇଁ ଜଣେ କର୍ମଚାରୀ ଡିଏ ବକେୟା ୧,୪୪,୨୦୦ ଟଙ୍କାରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ରହିଛି ।