ମାଣିକ ସାହା କିଏ? ଯିଏ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ
Advertisement

ମାଣିକ ସାହା କିଏ? ଯିଏ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

Tripura New CM Manik Saha: ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଗଣମାଧ୍ୟମକୁ ବିପ୍ଲବ ଦେବ କହିଛନ୍ତି ଯେ, ଆମେ ୨୦୨୩ ପରେ ମଧ୍ୟ ଦୀର୍ଷ ସମୟ ପର୍ଯ୍ୟନ୍ତ ତ୍ରିପୁରାରେ ସରକାର ଚାହୁଁଛୁ । ଦଳ ଏଥିପାଇଁ ପ୍ରସ୍ତୁତ ହେଉଛି । ମୁଁ ନିଜେ ଏହି ସଂଗଠନ ପାଇଁ କାମ କରିଛି । ସଂଗଠନର ସ୍ୱାର୍ଥରେ ମୁଁ ସିଏମ୍ ପଦରୁ ଇସ୍ତଫା ଦେଇଛି । ଦଳ ଯାହା ଦାୟିତ୍ୱ ଦେବ, ମୁଁ ତାହା ନିର୍ବାହ କରିବି । ଏହି ସମୟରେ ସେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ସହ ମଧ୍ୟ କଥା ହୋଇଛନ୍ତି । 

ମାଣିକ ସାହା କିଏ? ଯିଏ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: Tripura New CM Manik Saha: ତ୍ରିପୁରା ରାଜନୀତି (Tripura Politics) ରେ ଶନିବାର ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ (Tripura CM Biplab Kumar Deb) ଙ୍କ ଇସ୍ତଫା ପରେ ତ୍ରିପୁରାରେ ରାଜନୈତିକ ଅସ୍ଥିରତା ସୃଷ୍ଟି  ହୋଇଛି ।  ଏବେ ବିପ୍ଲବ ଦେବ (Biplab Kumar Deb) ଙ୍କ ଇସ୍ତଫା ପରେ ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହା (Tripura New CM Manik Saha) ଙ୍କୁ ଦାୟିତ୍ୱ ମିଳିଛି । ଦଳ ତାଙ୍କୁ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି । ସେ ତ୍ରିପୁରାର ବିଜେପି ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅଛନ୍ତି । 

କୁହାଯାଉଛି ଯେ ବିଜେପି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ (Biplab Kumar Deb) ଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା । ଯାହା ପରେ ବିପ୍ଲବ ଦେବ  (Biplab Kumar Deb) ମଧ୍ୟ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ବିପ୍ଲବ ଦେବ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କୁ ଦିଲ୍ଲୀରେ ଭେଟିଥିଲେ । ବର୍ତ୍ତମାନ ତାଙ୍କ ସ୍ଥାନରେ ମାଣିକ ସାହାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଅପରାହ୍ନ ୫ଟାରେ ବିଜେପି (BJP) ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ଦଳର ଜେନେରାଲ ସେକ୍ରେଟାରୀ ବିନୋଦ ତାୱଡ଼େଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା । ଉଭୟ ଅଗ୍ରତାଲାରେ ଅଛନ୍ତି । ଏହି ବୈଠକରେ ଦଳ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିଛି ।

ଏହା ପୂର୍ବରୁ ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଉ ୨ଟି ନାମ ରେସରେ ଥିଲା । ପ୍ରଥମ ନାମ ହେଉଛି ଡେପୁଟି ସିଏମ୍ ଜିଷ୍ଣା ଶର୍ମା (Jishna Sharma), ଦ୍ୱିତୀୟ ନମ୍ବରରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରତିମା ଭୌମିକ (Pratima Bhowmik) ଙ୍କ ନାମ ଦୌଡ଼ରେ ଥିଲା ।

ଏହା ବି ପଢ଼ନ୍ତୁ:-ଦକ୍ଷିଣ କୋରିଆ ନେଲା ଏହି ପଦକ୍ଷେପ ତ ଚୀନର ବଢ଼ିଲା ଟେନସନ୍; ଏସିଆରେ ଦେଖାଦେବ ୟୁକ୍ରେନ ପରି ପରିସ୍ଥିତି!

ଏହା ବି ପଢ଼ନ୍ତୁ:-ଆଉ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହଟାଇଲା ବିଜେପି

ଏହା ବି ପଢ଼ନ୍ତୁ:-ମଙ୍ଗଳ ଗ୍ରହରେ ମିଳିଲା ଏଲିଏନଙ୍କ ଘରର ଦ୍ୱାର! ନାସାର ଏହି ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍

ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଗଣମାଧ୍ୟମକୁ ବିପ୍ଲବ ଦେବ କହିଛନ୍ତି ଯେ, ଆମେ ୨୦୨୩ ପରେ ମଧ୍ୟ ଦୀର୍ଷ ସମୟ ପର୍ଯ୍ୟନ୍ତ ତ୍ରିପୁରାରେ ସରକାର ଚାହୁଁଛୁ । ଦଳ ଏଥିପାଇଁ ପ୍ରସ୍ତୁତ ହେଉଛି । ମୁଁ ନିଜେ ଏହି ସଂଗଠନ ପାଇଁ କାମ କରିଛି । ସଂଗଠନର ସ୍ୱାର୍ଥରେ ମୁଁ ସିଏମ୍ ପଦରୁ ଇସ୍ତଫା ଦେଇଛି । ଦଳ ଯାହା ଦାୟିତ୍ୱ ଦେବ, ମୁଁ ତାହା ନିର୍ବାହ କରିବି । ଏହି ସମୟରେ ସେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଏହି ସମୟରେ ବିପ୍ଲବ ଦେବଙ୍କୁ ମଧ୍ୟ ନୂତନ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ପଚରାଯାଇଥିଲା, କିନ୍ତୁ ସେ ଏହା ବିଷୟରେ ଜାଣି ନାହାଁନ୍ତି ବୋଲି କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଇସ୍ତଫା ଦେଇଛନ୍ତି ।