ସରକାରୀ କର୍ମଚାରୀଙ୍କ ୧୮ ମାସର DA ବକେୟାକୁ ନେଇ ଆସିଲା ସବୁଠୁ ବଡ଼ ଅପଡେଟ୍, ଜାଣନ୍ତୁ କେତେ ମିଳିବ ଟଙ୍କା
Advertisement
Article Detail0/zeeodisha/odisha1179547

ସରକାରୀ କର୍ମଚାରୀଙ୍କ ୧୮ ମାସର DA ବକେୟାକୁ ନେଇ ଆସିଲା ସବୁଠୁ ବଡ଼ ଅପଡେଟ୍, ଜାଣନ୍ତୁ କେତେ ମିଳିବ ଟଙ୍କା

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏହା ଏକ ବଡ଼ ଝଟକା ଭାବରେ ଦେଖାଯାଉଛି । ଅନ୍ୟପଟେ କର୍ମଚାରୀ ଓ ପେନସନଭୋଗୀମାନେ ଦୀର୍ଘ ୧୮ ମାସ ଧରି DA ବକେୟା ଅପେକ୍ଷା କରୁଛନ୍ତି । କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ଡିଏର ବକେୟା ଅର୍ଥ ପ୍ରଦାନ କରାଯିବ ନାହିଁ । ଅର୍ଥ ମନ୍ତ୍ରଣାଳୟ ପେନସନଭୋଗୀଙ୍କ ତରଫରୁ ତୁରନ୍ତ ରିହାତି କାର୍ଯ୍ୟ ପାଇଁ COVID-19 ମହାମାରୀ ସମୟରେ ଅଟକାଯାଇଥିବା ମହଙ୍ଗା ରିଲିଫର ୩ କିସ୍ତି ରିଲିଜ କରିବାର ଅନୁରୋଧକୁ ଖାରଜ କରିଛି ।

ସରକାରୀ କର୍ମଚାରୀଙ୍କ ୧୮ ମାସର DA ବକେୟାକୁ ନେଇ ଆସିଲା ସବୁଠୁ ବଡ଼ ଅପଡେଟ୍, ଜାଣନ୍ତୁ କେତେ ମିଳିବ ଟଙ୍କା

ନୂଆଦିଲ୍ଲୀ: 7th Pay Commission, Central Government Employees, DA Hikes, DA Arrears: ନିକଟ ଅତୀତରେ କେନ୍ଦ୍ର ସରକାର (Central Government) ନିଜର ୪୭ ଲକ୍ଷ ୬୮ ହଜାର କର୍ମଚାରୀ (Central Government Employees) ଓ ୬୮ ଲକ୍ଷ ୬୨ ହଜାର ପେନସନଭୋଗୀ (Central Government Pensioners) ଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କରିଥିଲେ । ସପ୍ତମ ବେତନ ଆୟୋଗ (7th Pay Commission) ପରି କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଉପହାର ଦେଉଛନ୍ତି । ଏହା ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କ ୧୮ ମାସର ବକେୟା (DA Arrears) କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।

ଲଗାତର ଉପହାର ଦେବା ପରେ କେନ୍ଦ୍ର ସରକାର ନିଜର ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କୁ ଝଟକା ଦେଇଛନ୍ତି । ଦୀର୍ଘ ଦିନ ଧରି DA ଓ DR ର ବକେୟା ଅପେକ୍ଷା କରିଥିବା କର୍ମଚାରୀ ଓ ପେନସନଭୋଗୀମାନେ ନିରାଶାର ସମ୍ମୁଖୀନ ହୋଇଛନ୍ତି । କେନ୍ଦ୍ର ସରକାର ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ୨୦୨୦ ମସିହାରୁ ୧୮ ମାସର ଡିଏ ବକେୟା (DA Arrears) ଦିଆଯିବ ନାହିଁ । କୋରୋନା ଅବଧି ସମୟରେ ବନ୍ଦ ହୋଇଥିବା ମହଙ୍ଗା ଭତ୍ତା (Dearness Allowance) ଦିଆଯିବ ନାହିଁ ବୋଲି ସରକାର ସ୍ପଷ୍ଟ ଭାବେ କହିଛନ୍ତି ।

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏହା ଏକ ବଡ଼ ଝଟକା ଭାବରେ ଦେଖାଯାଉଛି । ଅନ୍ୟପଟେ କର୍ମଚାରୀ ଓ ପେନସନଭୋଗୀମାନେ ଦୀର୍ଘ ୧୮ ମାସ ଧରି DA ବକେୟା ଅପେକ୍ଷା କରୁଛନ୍ତି । କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ଡିଏର ବକେୟା ଅର୍ଥ ପ୍ରଦାନ କରାଯିବ ନାହିଁ । ଅର୍ଥ ମନ୍ତ୍ରଣାଳୟ ପେନସନଭୋଗୀଙ୍କ ତରଫରୁ ତୁରନ୍ତ ରିହାତି କାର୍ଯ୍ୟ ପାଇଁ COVID-19 ମହାମାରୀ ସମୟରେ ଅଟକାଯାଇଥିବା ମହଙ୍ଗା ରିଲିଫର ୩ କିସ୍ତି ରିଲିଜ କରିବାର ଅନୁରୋଧକୁ ଖାରଜ କରିଛି ।

ପେନସନ ନିୟମାବଳୀ ସମୀକ୍ଷା କରିବାକୁ ସ୍ୱେଚ୍ଛାସେବୀ ଏଜେନ୍ସିର ଷ୍ଟାଣ୍ଡିଂ କମିଟିର ୩୨ତମ ବୈଠକରେ ବ୍ୟୟ ବିଭାଗ (DOI) ର ଏକ ପ୍ରତିନିଧୀ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବ DA ଓ DR ର ବକେୟା ପରିମାଣ ଜାରି କରାଯିବ ନାହିଁ । ଉଲ୍ଲେଖନୀୟ ବିଷୟ ହେଉଛି DOI ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଏକ ଶାଖା ।

ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ଜୁଲାଇ ୧ରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଯାହା ପରେ ଏହା ବଢ଼ି ୨୮ ପ୍ରତିଶତରେ ପହଞ୍ଚିଥିଲା । ଏହାପୂର୍ବରୁ ସେମାନେ ୧୭ ପ୍ରତିଶତ ହାରରେ ଡିଏ ପାଉଥିଲେ । ଏଥି ସହିତ ଅକ୍ଟୋବର ୨୦୨୧ରେ ଏହାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହା ପରେ ଏହା ବଢ଼ି ୩୧ ପ୍ରତିଶତକୁ ପହଞ୍ଚିଥିଲା । ଏଥି ସହିତ ମାର୍ଚ୍ଚ ୨୦୨୨ରେ ପୁଣି ଥରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ପରେ ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି ।

ଏହା ବି ପଢ଼ନ୍ତୁ:-ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ସରକାର ବଦଳାଇଲେ ନିୟମ, ଏଣିକି ଆପଣଙ୍କୁ କାଟିବାକୁ ପଡ଼ିବନି RTO ର ଚକ୍କର

ଏହା ବି ପଢ଼ନ୍ତୁ:-ଖୁବ୍ ଶୀଘ୍ର ପୃଥିବୀ ମାନଚିତ୍ରରୁ ଗାଏବ ହୋଇଯିବ ଏସବୁ ସ୍ଥାନ!

ଏହା ବି ପଢ଼ନ୍ତୁ:-ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କଲେ ଆତ୍ମସମର୍ପଣ!

 

କେନ୍ଦ୍ର କର୍ମଚାରୀ ସଂଗଠନ ୧୮ ମାସର ବକେୟା ପାଇଁ ସରକାରଙ୍କ ଉପରେ କ୍ରମାଗତ ଭାବରେ ଚାପ ପକାଉଛି । ଏହି ଲୋକମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଦରମା ଓ ଭତ୍ତା କର୍ମଚାରୀଙ୍କ ମୌଳିକ ଅଧିକାର । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କୁ ୧୮ ମାସର ବକେୟା ସୁବିଧା ମଧ୍ୟ ମିଳିପାରେ ।

ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, ଲେଭଲ୍ -1 କର୍ମଚାରୀଙ୍କ ଡିଏ ବକେୟା ୧୧,୮୮୦ରୁ ୩୭,୫୫୪ ଟଙ୍କା ମଧ୍ୟରେ ରହିଛି । ଯେତେବେଳେ କି, ଲେଭଲ୍ -13 (7th CPC basic pay scale ୧,୨୩,୧୦୦ ଟଙ୍କାରୁ ୨,୧୫,୯୦୦ ଟଙ୍କା) କିମ୍ବା ଲେଭଲ୍ -14 (7th CPC basic pay scale) ପାଇଁ ଜଣେ କର୍ମଚାରୀ ଡିଏ ବକେୟା ୧,୪୪,୨୦୦ ଟଙ୍କାରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ରହିଛି ।