ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କଲେ ଆତ୍ମସମର୍ପଣ!
Advertisement
Article Detail0/zeeodisha/odisha1178717

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କଲେ ଆତ୍ମସମର୍ପଣ!

ଯୁଦ୍ଧ ଆରମ୍ଭ ହେବା ଠାରୁ ସେ କହିଆସୁଛନ୍ତି ଯେ, ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ରୋକିବା ପାଇଁ ଫେବୃଆରୀ ୨୩ର ସ୍ଥିତି ଉପରେ ଆଲୋଚନା କରାଯିବା ଉଚିତ । ୟୁକ୍ରେନର ଲୋକମାନେ ମୋତେ ୟୁକ୍ରେନର ରାଷ୍ଟ୍ରପତି ଭାବରେ ମନୋନୀତ କରିଛନ୍ତି, ନା କି କୌଣସି ପ୍ରକାରର ମିନି-ୟୁକ୍ରେନ ରାଷ୍ଟ୍ରପତି ଭାବରେ । ଏକ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୩ର ସ୍ଥିତିର ପ୍ରସଙ୍ଗ ସୂଚିତ କରେ ଯେ ୟୁକ୍ରେନ ଋଷ ସହିତ ଶାନ୍ତି ସ୍ଥାପନ କରିବା ପୂର୍ବରୁ କ୍ରିମିଆ ଉପରେ ପୁଣି ଥରେ ଦଖଲ କରିବା ଉପରେ ଜୋର ଦେଇପାରିବ ନାହିଁ । 

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କଲେ ଆତ୍ମସମର୍ପଣ!

ନୂଆଦିଲ୍ଲୀ:  Ukrainian President Volodymyr Zelensky, Russian-Ukraine War: ଋଷ ଓ ୟୁକ୍ରେନ ମଧ୍ୟରେ ଲଢ଼େଇ ଜାରି ରହିଛି । ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukrainian President Volodymyr Zelensky) କହିଛନ୍ତି ଯେ, ପୁଣିଥରେ ସେ ଋଷ (Russia) ସହିତ ଯୁଦ୍ଧକୁ ନେଇ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି । ଖବର ସରବରାହ ସଂସ୍ଥା ସିନହୁଆ ଜେଲେନସ୍କିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଋଷ ୟୁକ୍ରେନରୁ ନିଜର ସୈନ୍ୟ (Russian Army) ପ୍ରତ୍ୟାହାର କରୁ ଓ ଯୁଦ୍ଧକୁ ବନ୍ଦ କରୁ । ଏହାସହ ଆମେ ସେମାନଙ୍କ ସହିତ ପୁନର୍ବାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ।

ଯୁଦ୍ଧ ଆରମ୍ଭ ହେବା ଠାରୁ ସେ କହିଆସୁଛନ୍ତି ଯେ, ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ରୋକିବା ପାଇଁ ଫେବୃଆରୀ ୨୩ର ସ୍ଥିତି ଉପରେ ଆଲୋଚନା କରାଯିବା ଉଚିତ । ୟୁକ୍ରେନର ଲୋକମାନେ ମୋତେ ୟୁକ୍ରେନର ରାଷ୍ଟ୍ରପତି ଭାବରେ ମନୋନୀତ କରିଛନ୍ତି, ନା କି କୌଣସି ପ୍ରକାରର ମିନି-ୟୁକ୍ରେନ ରାଷ୍ଟ୍ରପତି ଭାବରେ । ଏକ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୩ର ସ୍ଥିତିର ପ୍ରସଙ୍ଗ ସୂଚିତ କରେ ଯେ ୟୁକ୍ରେନ ଋଷ ସହିତ ଶାନ୍ତି ସ୍ଥାପନ କରିବା ପୂର୍ବରୁ କ୍ରିମିଆ ଉପରେ ପୁଣି ଥରେ ଦଖଲ କରିବା ଉପରେ ଜୋର ଦେଇପାରିବ ନାହିଁ । 

୮ ବର୍ଷ ପୂର୍ବେ ଋଷ ଦ୍ୱାରା ପ୍ରାୟଦ୍ୱୀପ ଦଖଲ କରାଯାଇଥିଲା । ଋଷ ଓ ୟୁକ୍ରେନ ମଧ୍ୟରେ କୂଟନୈତିକ କଥାବାର୍ତ୍ତା ଆରମ୍ଭ କରିବାକୁ ଆହ୍ୱାନ ଦେଇ ରାଷ୍ଟ୍ରପତି ଜେଲେନସ୍କି (Volodymyr Zelensky) କହିଛନ୍ତି ଯେ, ସେମାନେ ଆମର ସମସ୍ତ ପୋଲକୁ ଧ୍ୱଂସ କରିଦେଇଛନ୍ତି । ମାର୍ଚ୍ଚ ଶେଷରେ ୟୁକ୍ରେନ ଓ ଋଷର ପ୍ରତିନିଧୀମାନେ ତୁର୍କୀର ଇସ୍ତାନବୁଲରେ ବ୍ୟକ୍ତିଗତ ଭାବରେ ଶାନ୍ତି ଆଲୋଚନା କରିଥିଲେ ।

ଏହା ବି ପଢ଼ନ୍ତୁ:-ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ, କଂଗ୍ରେସ କହିଲା-ICU ରେ ଟଙ୍କା

ଏହା ବି ପଢ଼ନ୍ତୁ:-'କେଜ୍ରିୱାଲଙ୍କ ରାଲିକୁ ମାନ୍ ସମର୍ଥକ ନେଇଥିଲେ ଖାଲିସ୍ତାନୀ ପତାକା'

ଏହା ବି ପଢ଼ନ୍ତୁ:-ବିରୋଧୀଙ୍କୁ ଝଟକା ଦେଲେ କେଜ୍ରିୱାଲ, କହିଲେ-୨୦୨୪ରେ କୌଣସି...

ଏହାପୂର୍ବରୁ ଜେଲେନସ୍କି ଯୁଦ୍ଧ ଜାରି ରଖିବା ପାଇଁ ଗ୍ଲୋବାଲ ଫଣ୍ଡ ରେସିଂ ପ୍ଲାଟଫର୍ମ ଆରମ୍ଭ କରିଥିଲେ । ଏହା ସହିତ ସେ ଲୋକମାନଙ୍କୁ ନିବେଦନ କରିଥିଲେ ଯେ ଏହି ଯୁଦ୍ଧକୁ କେବଳ ଏକତା ଦ୍ୱାରା ବନ୍ଦ କରାଯାଇପାରିବ । ଯଦି ଋଷର ଧ୍ୱଂସାବଶେଷରୁ ମୁକ୍ତି ପାଇବାର ଅଛି ତେବେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପଡିବ ଓ ୟୁକ୍ରେନ ସେମାନଙ୍କ ସାହାଯ୍ୟକୁ ସର୍ବଦା ମନେ ରଖିବ । ଏହାପୂର୍ବରୁ ଜେଲେନସ୍କି ଆତ୍ମସମର୍ପଣ କରିବାକୁ ମନା କରିଦେଇଥିଲେ ଓ ଋଷର ଆକ୍ରମଣର ସମ୍ପୂର୍ଣ୍ଣ ଶକ୍ତି ସହ ଜବାବ ଦେବା କଥା କହିଥିଲେ ।