ଶେଷ ହେବ ସରକାରୀ କର୍ମଚାରୀଙ୍କ ଅପେକ୍ଷା, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍!
Advertisement

ଶେଷ ହେବ ସରକାରୀ କର୍ମଚାରୀଙ୍କ ଅପେକ୍ଷା, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍!

7th Pay Commission, Central Government Employees, DA Hike: ସରକାରୀ କର୍ମଚାରୀଙ୍କ ୧୮ ମାସର DA ବକେୟା ରହିଛି । କୋରୋନା ମହାମାରୀ ସମୟରେ ସରକାର ଡିଏକୁ ଅଟକାଇ ରଖିଥିଲେ । କର୍ମଚାରୀମାନେ ଏହାର ଦେୟ କ୍ରମାଗତ ଭାବରେ ଦାବି କରୁଛନ୍ତି ।

ଶେଷ ହେବ ସରକାରୀ କର୍ମଚାରୀଙ୍କ ଅପେକ୍ଷା, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍!

ନୂଆଦିଲ୍ଲୀ: 7th Pay Commission, Central Government Employees, DA Hike: କେନ୍ଦ୍ରୀୟ କର୍ମଚାରୀମାନେ Central Government Employees) ନିଜର ମହଙ୍ଗା ଭତ୍ତା (Dearness Allowance) ରେ ବୃଦ୍ଧି ଓ ବକେୟା ଦେୟ  (DA Arrear) ପାଇଁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଖବର ଆସୁଛି ଯେ, ଏହା ଉପରେ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବଢୁଥିବା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଘୋଷଣା ହେବା ନିଶ୍ଚିତ ବୋଲି କୁହାଯାଉଛି । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ୩୪ ପ୍ରତିଶତ ହାରରେ ଡିଏ ପ୍ରଦାନ କରାଯାଉଛି । ମୁଦ୍ରାସ୍ଫୀତି ତଥ୍ୟକୁ ଦେଖିଲେ କୁହାଯାଉଛି ଯେ, ସରକାର ଡିଏକୁ ୪-୫ ପ୍ରତିଶତ ବୃଦ୍ଧି କରିପାରନ୍ତି । ଏହା ସହିତ ବକେୟା ଡିଏ ମଧ୍ୟ ଶୀଘ୍ର କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇପାରେ ।

ସରକାରୀ କର୍ମଚାରୀଙ୍କ ୧୮ ମାସର DA ବକେୟା ରହିଛି । କୋରୋନା ମହାମାରୀ ସମୟରେ ସରକାର ଡିଏକୁ ଅଟକାଇ ରଖିଥିଲେ । କର୍ମଚାରୀମାନେ ଏହାର ଦେୟ କ୍ରମାଗତ ଭାବରେ ଦାବି କରୁଛନ୍ତି । ତେବେ ଡିଏ ବୃଦ୍ଧି ଓ ବକେୟା ଡିଏ ଦେୟ ଉପରେ ସରକାର କୌଣସି ଘୋଷଣା କରିନାହାଁନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ସରକାର କେନ୍ଦ୍ର କର୍ମଚାରୀଙ୍କ ଡିଏକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଖବର ଅନୁଯାୟୀ ଅଗଷ୍ଟ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିପାରନ୍ତି ।

ମେ' ମାସରେ ଆସିଥିବା AICPI ସୂଚକାଙ୍କ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥର ମହଙ୍ଗା ଭତ୍ତା ବୃଦ୍ଧି (DA Hike) କର୍ମଚାରୀଙ୍କ ଦିଲ୍ ଖୁସ୍ କରିଦେବ । ଫେବୃଆରୀ ପରେ ଦ୍ରୁତ ଗତିରେ ବଢୁଥିବା AICPI ସୂଚକା (AICP Index) ଙ୍କ ତଥ୍ୟରୁ ଏହି ଆଶା କରାଯାଉଛି ଯେ ଜୁଲାଇରେ DA ରେ ଅତି କମରେ ୬ ପ୍ରତିଶତ ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଏପ୍ରିଲ ପରେ ମେ’ର AICPI ସୂଚକାଙ୍କ ସଂଖ୍ୟାରେ ଏକ ବଡ଼ ଧରଣର ବୃଦ୍ଧି ଦେଖାଦେଇଛି । ଏଥର ଏଥିରେ ୧.୩ ପଏଣ୍ଟ ବୃଦ୍ଧି ପାଇ ୧୨୯ ପଏଣ୍ଟକୁ ପହଞ୍ଚିଛି । ବର୍ତ୍ତମାନ କେବଳ ଜୁନର ଆକଳନ ଆସିବା ବାକି ରହିଛି । ଯଦି ଜୁନ୍ ମାସରେ AICPI ସୂଚକାଙ୍କ ସ୍ତରରେ ପହଞ୍ଚେ, ତେବେ DA ରେ ୬ ପ୍ରତିଶତ ବୃଦ୍ଧି ଘଟିବା ନିଶ୍ଚିୟ । ଯଦି ଏପରି ହୁଏ ତେବେ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବଢ଼ି ୪୦ ପ୍ରତିଶତକୁ ପହଞ୍ଚିବ ।

ବର୍ତ୍ତମାନ ସମୟରେ ଦେଶରେ ମୁଦ୍ରାସ୍ଫୀତି ଯୋଗୁଁ ଖରାପ ଅବସ୍ଥାରେ ଅଛି । ମୁଦ୍ରାସ୍ଫୀତିର ଏହି ହାର ଗତ ୮ ବର୍ଷର ଉଚ୍ଚ ସ୍ତରରେ ଅଛି । କେନ୍ଦ୍ର ସରକାରୀ କର୍ମଚାରୀମାନେ ଜୁନ୍ ୨୦୧୭ରୁ ସପ୍ତମ ବେତନ ଆୟୋଗର ଲାଭ ପାଉଛନ୍ତି । ଏଭଳି ପରିସ୍ଥିତିରେ ଯଦି ମହଙ୍ଗା ଭତ୍ତା ୪୦ ପ୍ରତିଶତକୁ ବୃଦ୍ଧି ହୁଏ, ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବା ନିଶ୍ଚିତ ।

ଏହା ବି ପଢ଼ନ୍ତୁ:-କେଉଁଠି ମଟନ୍ ବିରିୟାନୀ ତ କେଉଁଠି ଚିକେନ୍, ଭାରତର ଏସବୁ ମନ୍ଦିରରେ ମିଳିଥାଏ ଆମିଷ ଭୋଗ

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ପୁଣି ଲାଗିଲା ଜୋରଦାର ଝଟକା, ଶିବସେନାରୁ ଇସ୍ତଫା ଦେଲେ ଏହି ବଡ଼ ନେତା

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ ବିଦ୍ରୋହ କରିବା ମାତ୍ରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ ଉଦ୍ଧବ ଠାକରେ, କିନ୍ତୁ ବିଜେପି...

 

ଏକ ଆକଳନ ଅନୁଯାୟୀ, ଯଦି ଜଣେ କର୍ମଚାରୀଙ୍କ ବେସିକ ଦରମା ୧୮,୦୦୦ ଟଙ୍କା, ତେବେ ୩୪ ପ୍ରତିଶତ ହାରରେ ତାଙ୍କର ମହଙ୍ଗା ଭତ୍ତା ୬,୧୨୦ ଟଙ୍କା ହୋଇଥାଏ । ବର୍ତ୍ତମାନ ଯଦି ଏହା ୪୦ ପ୍ରତିଶତ ହେବ, ତେବେ କର୍ମଚାରୀ ୭,୨୦୦ ଟଙ୍କା ଡିଏ ପାଇବେ । ସେହିପରି ଯଦି ଜଣେ କର୍ମଚାରୀଙ୍କ ସର୍ବାଧିକ ବେସିକ ଦରମା ୫୬,୯୦୦ ଟଙ୍କା, ତେବେ ୩୪ ପ୍ରତିଶତ ହାରରେ ତାଙ୍କର ମହଙ୍ଗା ଭତ୍ତା ୧୯,୩୪୦ ଟଙ୍କା ହୋଇଥାଏ । ବର୍ତ୍ତମାନ ଯଦି ଏହା ୪୦ ପ୍ରତିଶତ ହେବ, ତେବେ କର୍ମଚାରୀ ୨୨,୭୬୦ ଟଙ୍କା ଡିଏ ପାଇବେ । 

ସୂଚନାଯୋଗ୍ୟ, କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ । ଏହାର ଆଧାର ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ହେବ । ଜାନୁଆରୀ, ଫେବୃଆରୀରେ ଏଥିରେ ହ୍ରାସ ଘଟିଥିଲା ​​କିନ୍ତୁ ମାର୍ଚ୍ଚରେ ବୃଦ୍ଧି ଦେଖାଦେଇଛି ।