ଉଦ୍ଧବ ଠାକରେଙ୍କୁ ପୁଣି ଲାଗିଲା ଜୋରଦାର ଝଟକା, ଶିବସେନାରୁ ଇସ୍ତଫା ଦେଲେ ଏହି ବଡ଼ ନେତା
Advertisement
Article Detail0/zeeodisha/odisha1263005

ଉଦ୍ଧବ ଠାକରେଙ୍କୁ ପୁଣି ଲାଗିଲା ଜୋରଦାର ଝଟକା, ଶିବସେନାରୁ ଇସ୍ତଫା ଦେଲେ ଏହି ବଡ଼ ନେତା

Maharashtra Politics: ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ଉଦ୍ଧବ ଠାକରେ ଦଳୀୟ ସଙ୍ଗଠନରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏହା ଅନ୍ତର୍ଗତ ମହାରାଷ୍ଟ୍ରରେ ବଡ଼ ଧରଣର ନୂତନ ପଦାଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । 

ଉଦ୍ଧବ ଠାକରେଙ୍କୁ ପୁଣି ଲାଗିଲା ଜୋରଦାର ଝଟକା, ଶିବସେନାରୁ ଇସ୍ତଫା ଦେଲେ ଏହି ବଡ଼ ନେତା

ମୁମ୍ୱାଇ: Maharashtra Politics: ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଜାରିଲ ରହିଛି । ଏହି କ୍ରମରେ ଆଜି ଦଳର ଆଉ ଜଣେ ବଡ଼ ନେତା ଶିବସେନା (Shiv Sena) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ଜୋରଦାର ଝଟକା ଦେଇଛନ୍ତି । ଶିବସେନା ନେତା ରାମଦାସ କଦମ (Ramdas Kadam) ଶିବସେନାରୁ ଇସ୍ତଫା ଦେଇଛନ୍ତି । ସେ ଉଦ୍ଧବ ଠାକରେ ଗୋଷ୍ଠୀରେ ସାମିଲ ଥିଲେ । ଏଠାରେ କହି ରଖୁଛୁ ଯେ, ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ଓ ମହା ବିକାଶ ଅଘାଡ଼ି ସରକାରର ପତନ ଘଟିଥିଲା ।

ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ଉଦ୍ଧବ ଠାକରେ ଦଳୀୟ ସଙ୍ଗଠନରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏହା ଅନ୍ତର୍ଗତ ମହାରାଷ୍ଟ୍ରରେ ବଡ଼ ଧରଣର ନୂତନ ପଦାଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ସେ ମୁମ୍ବାଇ, ପାଲଘର, ଯବତମାଲ, ଅମ୍ରାବତୀ ସମେତ ଅନ୍ୟାନ୍ୟ ଜିଲ୍ଲାର ୧୦୦ରୁ ଅଧିକ ଦଳର ପଦାଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଏହି ସମୟ ମଧ୍ୟରେ ଉପ ବିଭାଗ ମୁଖ୍ୟ ଓ ଶାଖା ମୁଖ୍ୟ ପଦବୀରେ ବହୁ ସଂଖ୍ୟକ ନୂଆ ଚେହେରା ଅଣାଯାଇଛି । ଦଳ ନିଜର ମୁଖପାତ୍ର ସାମନାରେ ନୂତନ ନିଯୁକ୍ତି ବିଷୟରେ ଘୋଷଣା କରିଛି । 

ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅନ୍ୟ ୧୪ ଜଣ ଶିବସେନା ବିଧାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ରାଜି ହୋଇଛନ୍ତି । ଏହି ଆବେଦନରେ ବିଧାନସଭାର ଉପବାଚସ୍ପତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଯୋଗ୍ୟତା ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରାଯାଇଛି ।

ପ୍ରଧାନ ବିଚାରପତି ଏନ ଭେଙ୍କଟା ରମନାଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ଖଣ୍ଡପୀଠ ଜୁଲାଇ ୨୦ ବୁଧବାର ଏହି ପିଟିସନର ଶୁଣାଣି କରିବେ । ଏହି ବେଞ୍ଚରେ ଜଷ୍ଟିସ କୃଷ୍ଣ ମୁରାରୀ ଓ ଜଷ୍ଟିସ ହିମା କୋହଲି ମଧ୍ୟ ସାମିଲ ଅଛନ୍ତି । ସେହି ଦିନ ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିବେ ।

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ ବିଦ୍ରୋହ କରିବା ମାତ୍ରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ ଉଦ୍ଧବ ଠାକରେ, କିନ୍ତୁ ବିଜେପି...

ଏହା ବି ପଢ଼ନ୍ତୁ:-ସିନ୍ଧିଆଙ୍କ ଗଢ଼ରେ ବିଜେପିକୁ ଝଟକା! ୫୭ ବର୍ଷ ପରେ ଗ୍ୱାଲିଅରରେ ଜିତିଲା କଂଗ୍ରେସ

ଏହା ବି ପଢ଼ନ୍ତୁ:-ଜଗଦୀପ ଧନଖରଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଜାଣନ୍ତୁ କେମିତି

ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତୃତ୍ୱାଧୀନ ଶିବସେନା (Shiv Sena) ଗୋଷ୍ଠୀ ହୁଏତ ନିଷ୍ପତ୍ତି ନେଇଥାଇ ପାରନ୍ତି, କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ​​ଏହି ଗୋଷ୍ଠୀ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗରେଟ୍ ଅଲଭା (Margaret Alva) ଙ୍କୁ ସମର୍ଥନ କରିବ । ଏନସିପି ସୁପ୍ରିମୋ ଶରଦ ପାୱାର (Sharad Pawar) ଙ୍କ ବାସଭବନରେ ବୈଠକରେ ଯୋଗଦେବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ (Sanjay Raut) କହିଛନ୍ତି ଯେ, ସେମାନେ ଅଲଭାଙ୍କୁ ସମର୍ଥନ କରିବେ ।