ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ କେନ୍ଦ୍ର ସରକାର ୩୧ ପ୍ରତିଶତ DA ବ୍ୟତୀତ କେନ୍ଦ୍ର କର୍ମଚାରୀଙ୍କୁ ଅନେକ ବଡ଼ ସୁବିଧା ଦେଇଛନ୍ତି ।
Trending Photos
ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ମହଙ୍ଗା ଭତ୍ତା (Dearness Allowance) ୩୧ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ଜୁଲାଇ ୧ରୁ ଲାଗୁ ହୋଇସାରିଛି । ଏହାର ଅର୍ଥ ହେଉଛି ଯେ ମୋଦି ସରକାର (Modi Government) କେନ୍ଦ୍ର କର୍ମଚାରୀମାନଙ୍କୁ ୪ ମାସର ମହଙ୍ଗା ଭତ୍ତା ବକେୟା (Dearness Allowance Arrear) ମଧ୍ୟ ପ୍ରଦାନ କରିବେ । ତେବେ, ୧୮ ମାସ ଧରି ବିଚାରାଧୀନ ଥିବା ମହଙ୍ଗା ଭତ୍ତା ବକେୟା (Dearness Allowance Arrear) ର ନିଷ୍ପତ୍ତି ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଖ୍ରୀଷ୍ଟମାସ ଓ ନୂତନ ବର୍ଷ ପୂର୍ବରୁ ଡିସେମ୍ବର ମାସରେ କେନ୍ଦ୍ର କର୍ମଚାରୀଙ୍କ ଡିଏ ବକେୟା (DA Arrear) ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।
କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର
ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ କେନ୍ଦ୍ର ସରକାର ୩୧ ପ୍ରତିଶତ DA ବ୍ୟତୀତ କେନ୍ଦ୍ର କର୍ମଚାରୀଙ୍କୁ ଅନେକ ବଡ଼ ସୁବିଧା ଦେଇଛନ୍ତି । ତେବେ, DA ବକେୟା ମାମଲା ୧୮ ମାସ ଧରି ବିଚାରାଧୀନ ଅଛି । ନ୍ୟାସନାଲ କାଉନସିଲ୍ ଅଫ୍ ଜ୍ୱାଏଣ୍ଟ କନସଲଟାଣ୍ଟ ମେସିନାରୀ (JCM) ର ସଚିବ (ଷ୍ଟାଫ୍ ସାଇଡ୍) ଶିବ ଗୋପାଳ ମିଶ୍ରା କହିଛନ୍ତି ଯେ, ପରିଷଦ ସରକାରଙ୍କ ସମ୍ମୁଖରେ ଏକ ଦାବି କରିଛନ୍ତି ଯେ DA କୁ ପୁନଃ ଲାଗୁ କରିବା ସମୟରେ ୧୮ ମାସ ପାଇଁ ବିଚାରାଧୀନ ଥିବା ଡିଏ ବକେୟା ମଧ୍ୟ ଏକାଥରେ ସମାଧାନ ହେବା ଉଚିତ୍ । ଆଶା କରାଯାଉଛି ଯେ ଡିସେମ୍ବର ମାସରେ କ୍ୟାବିନେଟ ସଚିବଙ୍କ ସହ DA ବକେୟା ମାମଲା ଆଲୋଚନା ହୋଇପାରେ ।
DA ବକେୟାର ହେବ ୱନ ଟାଇମ୍ ପେମେଣ୍ଟ!
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅର୍ଥ ମନ୍ତ୍ରଣାଳୟ, ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (Department of Personnel & Training) ଏବଂ ବ୍ୟୟ ବିଭାଗର ଅଧିକାରୀଙ୍କ ସହ JCM ର ଏକ ବୈଠକ ହେବ । ଏଥିରେ, DA ଏରିୟର ଏକାସାଙ୍ଗରେ ପେମେଣ୍ଟର ଚର୍ଚ୍ଚା ହେବାର ସମ୍ଭାବନା ଅଛି । ତେବେ କିଛି ସମୟ ପୂର୍ବରୁ ପେନସନଭୋଗୀମାନେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଦାବି କରିଥିଲେ । ତା’ପରେ ସରକାର ଏହାକୁ ବିଚାର କରିବାକୁ ଆଶ୍ୱାସନା ଦେଇଥିଲେ ।
ଆପଣଙ୍କୁ କେତେ ମିଳିବ DA ବକେୟା?
ନ୍ୟାସନାଲ କାଉନସିଲ୍ ଅଫ୍ ଜ୍ୱଏଣ୍ଟ କନସଲଟାଣ୍ଟ ମେସିନାରୀ (JCM) ର ସଚିବ ଶିବ ଗୋପାଳ ମିଶ୍ରାଙ୍କ କହିବାନୁସାରେ, ଲେଭଲ୍-1 କର୍ମଚାରୀଙ୍କ ଡିଏ ବକେୟା ୧୧,୮୮୦ରୁ ୩୭ ହଜାର ଟଙ୍କା ମଧ୍ୟରେ ରହିବ । ଅନ୍ୟ ପଟେ, ଲେଭଲ୍-୧୩ କର୍ମଚାରୀମାନେ ୧ ଲକ୍ଷ ୪୪ ହଜାର ୨୦୦ରୁ ୨ ଲକ୍ଷ ୧୮ ହଜାର ୨୦୦ ଟଙ୍କା DA ବକେୟା ପାଇବେ । ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ମହଙ୍ଗା ଭତ୍ତା (DA) ପୁନଃ ଲାଗୁ କରାଯାଉଛି ।
ଏହା ବି ପଢ଼ନ୍ତୁ:-ଦ୍ୱିତୀୟ ଟି-20 ମ୍ୟାଚରେ କଟିବ ଏହି ଭାରତୀୟ ଖେଳାଳିଙ୍କ ପତା! ଶେଷ ମ୍ୟାଚରେ ପ୍ରମାଣିତ ହୋଇଥିଲେ ଭିଲେନ୍
ଏହା ବି ପଢ଼ନ୍ତୁ:-ମୋଦି ସରକାରଙ୍କ ନିଷ୍ପତ୍ତି ପରେ ମଧ୍ୟ ଜାରି ରହିବ କୃଷକ ଆନ୍ଦୋଳନ, ଜାଣନ୍ତୁ କ'ଣ କହିଲେ ରାକେଶ ଟିକାୟତ
ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୫୯ ସଂକ୍ରମିତ
ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଏହା ବି ପଢ଼ନ୍ତୁ:-ଆଜି ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କ'ଣ କରିବେ ଓ କ'ଣ କରିବେ ନାହିଁ?