ମୋଦି ସରକାରଙ୍କ ନିଷ୍ପତ୍ତି ପରେ ମଧ୍ୟ ଜାରି ରହିବ କୃଷକ ଆନ୍ଦୋଳନ, ଜାଣନ୍ତୁ କ'ଣ କହିଲେ ରାକେଶ ଟିକାୟତ
Advertisement
Article Detail0/zeeodisha/odisha1030664

ମୋଦି ସରକାରଙ୍କ ନିଷ୍ପତ୍ତି ପରେ ମଧ୍ୟ ଜାରି ରହିବ କୃଷକ ଆନ୍ଦୋଳନ, ଜାଣନ୍ତୁ କ'ଣ କହିଲେ ରାକେଶ ଟିକାୟତ

ଏହାପୂର୍ବରୁ ଗୁରୁ ପର୍ବ ଅବସରରେ ମୋଦି ସରକାର ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି । 

ମୋଦି ସରକାରଙ୍କ ନିଷ୍ପତ୍ତି ପରେ ମଧ୍ୟ ଜାରି ରହିବ କୃଷକ ଆନ୍ଦୋଳନ, ଜାଣନ୍ତୁ କ'ଣ କହିଲେ ରାକେଶ ଟିକାୟତ

ନୂଆଦିଲ୍ଲୀ: Farmer Protest: କେନ୍ଦ୍ରରେ ମୋଦି ସରକାର (Modi government) ଙ୍କ ଦ୍ୱାରା ତିନୋଟି କୃଷି ଆଇନ (agricultural laws) ପ୍ରତ୍ୟାହାର ସତ୍ତ୍ୱେ କୃଷକ ଆନ୍ଦୋଳନ (Farmer Protest) ଜାରି ରହିବ । ସଂଯୁକ୍ତ କିସାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ (Rakesh Tikait) କୃଷକ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି । ସଂସଦରେ ତିନୋଟି କୃଷି ଆଇନ (farm laws) ରଦ୍ଦ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ରାକେଶ ଟିକାଇତ କହିଛନ୍ତି ।

ସରକାର କୃଷକଙ୍କ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବା ଉଚିତ ବୋଲି ରାକେଶ ଟିକାୟତ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "ଏହି ଆନ୍ଦୋଳନକୁ ତୁରନ୍ତ ପ୍ରତ୍ୟାହାର କରାଯିବ ନାହିଁ, ଆମେ ସେହି ଦିନର ଅପେକ୍ଷା କରିବୁ ଯେତେବେଳେ କୃଷି ଆଇନକୁ ସଂସଦରେ ରଦ୍ଦ କରାଯିବ । ସରକାରଙ୍କୁ MSP ସହ ଚାଷୀଙ୍କ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବା ଉଚିତ ।"

ଏହାପୂର୍ବରୁ ଗୁରୁ ପର୍ବ ଅବସରରେ ମୋଦି ସରକାର ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି (PM Narendra Modi) ତାଙ୍କ ଅଭିଭାଷଣରେ ଏମଏସପି ମଜବୁତ କରିବା ବିଷୟରେ ଉଲ୍ଲେଖ କରିଛନ୍ତି, କିନ୍ତୁ ଏହାକୁ ନେଇ ଆଇନ ତିଆରି କରିବା ବିଷୟରେ କୌଣସି ସ୍ପଷ୍ଟ ଆଲୋଚନା କରିନାହାଁନ୍ତି ।

କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ ସର୍ବଦା ଏହା ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କର ଆନ୍ଦୋଳନ କେବଳ ତିନୋଟି କୃଷି ଆଇନ ବିରୁଦ୍ଧରେ ନୁହେଁ । କୃଷକ ଆନ୍ଦୋଳନ ସର୍ବଦା ଏମଏସପି ସମ୍ବନ୍ଧରେ ଏକ ଆଇନ ପ୍ରସ୍ତୁତ କରିବାର ଦାବିକୁ ଦୋହରାଇଛି । ଏହା ବ୍ୟତୀତ କୃଷି ସମ୍ବନ୍ଧୀୟ ଅନ୍ୟାନ୍ୟ ସଂସ୍କାର ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଆପଣଙ୍କୁ କହି ରଖୁଛୁ ଯେ, ଗତ ବର୍ଷ ମୋଦି ସରକାର ତିନୋଟି କୃଷି ଆଇନ କାର୍ଯ୍ୟକାରୀ କରିଥିଲେ । ପଞ୍ଜାବ ଓ ହରିୟାଣାର କୃଷକମାନେ ଏହାକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଥିଲେ ଓ ଦିଲ୍ଲୀର ସିଙ୍ଗୁ ଓ ଟିକ୍ରି ସୀମାରେ ଏହି ଆନ୍ଦୋଳନକୁ ଏକ ବର୍ଷ ପର୍ଯ୍ୟନ୍ତ ଜାରି ରଖିଛନ୍ତି । ଚାଷୀମାନେ ବର୍ତ୍ତମାନ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୫୯ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଆଜି ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କ'ଣ କରିବେ ଓ କ'ଣ କରିବେ ନାହିଁ?

ଏହା ବି ପଢ଼ନ୍ତୁ:-'ସିଡନୀ ଡାଏଲୋଗ'କୁ ସମ୍ବୋଧନ କଲେ ପିଏମ ମୋଦି, ଜାଣନ୍ତୁ ତାଙ୍କ ଭାଷଣର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା