LTC ବିଲରେ ଜାଲିଆତି ହେଲେ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବିଗତ ଦିନରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ଦ୍ୱାରା ଏକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏହି ରିପୋର୍ଟରେ LTC ଦାବିକୁ ନେଇ ପ୍ରଶ୍ନ ଉଠାଯାଇଥିଲା ।
Trending Photos
ନୂଆଦିଲ୍ଲୀ: 7th Pay Commission: ଗତ ବର୍ଷ କୋରୋନା (Coronavirus) କାରଣରୁ କେନ୍ଦ୍ର ସରକାର (Central Govt) କର୍ମଚାରୀଙ୍କ ପାଇଁ ଛୁଟି ଯାତ୍ରା କନ୍ସେସନ (LTC) ସ୍ପେଶାଲ କ୍ୟାଶ୍ ପ୍ୟାକେଜ୍ ସ୍କିମ୍ ଆରମ୍ଭ କରିଥିଲେ । ଏହି ପ୍ୟାକେଜ୍ ଅଧୀନରେ କର୍ମଚାରୀମାନଙ୍କୁ ଖର୍ଚ୍ଚ କରିବାକୁ ଭାଉଚର୍ ଦିଆଯାଇଥିଲା । ସମ୍ପ୍ରତି ସରକାର ଏହି ଭାଉଚର ଦାଖଲ କରିବାର ସମୟସୀମାକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଭାଉଚର ଦାଖଲ କରିବା ସମୟରେ କିଛି ତ୍ରୁଟିରୁ ଦୂରେଇ ରହିବା ଜରୁରୀ ଅଟେ ।
ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୧୦ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ
ତ୍ରୁଟିଗୁଡିକ କ’ଣ?
LTC ବିଲରେ ଜାଲିଆତି ହେଲେ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବିଗତ ଦିନରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ଦ୍ୱାରା ଏକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏହି ରିପୋର୍ଟରେ LTC ଦାବିକୁ ନେଇ ପ୍ରଶ୍ନ ଉଠାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ଅନେକ କର୍ମଚାରୀ LTC କ୍ଲେମ୍ ପାଇଁ ଯେଉଁମାନେ ବିଲ୍ ଦାଖଲ କରିଥିଲେ, ସେଥିରେ ବିମାନ ଟିକେଟ୍ ମୂଲ୍ୟକୁ ଅଧିକ କରି ଦେଖାଯାଇଛି । ଏହା ବ୍ୟତୀତ କିଛି କର୍ମଚାରୀ ଅନଧିକୃତ ଏଜେନ୍ସିରୁ ଟିକେଟ କିଣିଛନ୍ତି, ଏପରି କେତେଜଣ କର୍ମୀ ନିର୍ଦ୍ଦିଷ୍ଟ ଏୟାରଲାଇନ୍ସ ବ୍ୟତୀତ ଅନ୍ୟ କୌଣସି ଘରୋଇ ବିମାନରେ ଯାତ୍ରା କରିଛନ୍ତି ।
CAG ଏହାର ରିପୋର୍ଟରେ ସମସ୍ତ ମନ୍ତ୍ରଣାଳୟକୁ ଏପରି କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କିମ୍ବା ଚେତାବନୀ ଦେବାକୁ ପରାମର୍ଶ ଦେଇଛି । ଏହାର ଅର୍ଥ ହେଉଛି ଯଦି ଆପଣ LTC ବିଲ୍ ଦାଖଲ କରିବାରେ କୌଣସି ଭୁଲ କରିଛନ୍ତି, ତେବେ ଆଗାମୀ ଦିନରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କର୍ମଚାରୀଙ୍କୁ ସେବାରୁ ବରଖାସ୍ତ ଏବଂ ଜବରଦସ୍ତ ଅବସର ଭଳି ଏକ ବଡ଼ ଦଣ୍ଡ ଦିଆଯାଇପାରେ ।
ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ନୂଆ ଗାଇଡଲାଇନ ଜାରି କଲେ ମୋଦି ସରକାର
LTC ସ୍କିମ୍ କ’ଣ?
ପ୍ରକୃତରେ, କେନ୍ଦ୍ର କର୍ମଚାରୀମ ୪ ବର୍ଷରେ ଥରେ LTC ସୁବିଧାର ଲାଭ ନେଇପାରିବେ । ଏହି ଯୋଜନା ଅଧୀନରେ କର୍ମଚାରୀଙ୍କୁ ଯାତ୍ରା ପାଇଁ ନିର୍ଦ୍ଦିଷ୍ଟ ଭ୍ରମଣ ଭତ୍ତା ଦିଆଯାଏ । ଥରେ କର୍ମଚାରୀ ଏହାକୁ ବ୍ୟବହାର କଲେ, ତାଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡିବ । ଏହା ପରେ ହିଁ ଏହି ସୁବିଧା ଉପଲବ୍ଧ ହେବ ।
ଅଧିକ ପଢ଼ନ୍ତୁ:-କୋରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁ, ବାପା କହିଲେ-ଜାଣିଥିଲି ଦୁହେଁ...
ତେବେ କୋରୋନା କାଳରେ ଲକଡାଉନ୍ ଓ ଫ୍ଲାଇଟ୍ ସେବା ପ୍ରଭାବିତ ହେତୁ ସରକାର ଏଲଟିସି କ୍ୟାଶ୍ ଭାଉଚର୍ ସ୍କିମ୍ ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ କର୍ମଚାରୀମାନଙ୍କୁ ଭାଉଚର ମାଧ୍ୟମରେ ଖର୍ଚ୍ଚ କରିବାକୁ କିଛି ପରିମାଣ ଦିଆଯାଇଥିଲା । ୩୧ ମାର୍ଚ୍ଚ ୨୨୦୧ ସୁଦ୍ଧା ଏହି ଖର୍ଚ୍ଚ କରିବାର ଥିଲା । ଏହା ପରେ ବିଲ୍ ଦାଖଲ କରିବାକୁ ପଡିବ । ଏହି ବିଲ୍ ଦାଖଲର ଶେଷ ତାରିଖ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।