ନୂତନ ଶ୍ରମ ଆଇନ ଅନୁଯାୟୀ, ମୌଳିକ ବେତନ ବା ବେସିକ ସେଲେରୀ (basic salary) ର ଅଂଶ ବୃଦ୍ଧି କରି ମୋଟ ବେତନର ଅତିକମରେ ୫୦ ପ୍ରତିଶତ କରିବାକୁ ପଡିବ । ଏଥିରୁ ୫୦ ପ୍ରତିଶତରୁ କମ୍ ଅଂଶ ଥିବା କର୍ମଚାରୀମାନଙ୍କ ଲାଭ ହେବ । ବେସିକ ଦରମା ବୃଦ୍ଧି PF ର ଯୋଗଦାନ ବୃଦ୍ଧି କରିବ । ଏହିପରି ସେମାନଙ୍କର ସଞ୍ଚୟ ବୃଦ୍ଧି ପାଇବ ।
Trending Photos
ନୂଆଦିଲ୍ଲୀ: ନୂଆ ବର୍ଷରେ ଅର୍ଥାତ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଏହିପରି ଅନେକ ନିୟମ-ଆଇନ ବଦଳିଯିବ, ଯାହାର ପ୍ରଭାବ କୌଣସି ନା କୌଣସି ରୂପରେ ସାଧାରଣ ଜନତା, କର୍ମଚାରୀ ଏବଂ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ପେନସନଭୋଗୀଙ୍କ ଉପରେ ପଡ଼ିବ । ଆୟକରର ବର୍ତ୍ତମାନର ହାର ବା ସ୍ଲାବ ଅପରିବର୍ତ୍ତିତ ରହିବା ସତ୍ତ୍ୱେ ଆସନ୍ତା ମାସରୁ ନୂତନ ଶ୍ରମ ଆଇନ (new labor law) ଲାଗୁ ହେବା ସହିତ ବେତନ ସଂରଚନାରେ ପରିବର୍ତ୍ତନ ହେବ । ଏହା ପୂର୍ବ ଅପେକ୍ଷା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (PF) ରେ ଅଧିକ ଯୋଗଦାନ ମିଳିବ । ନୂତନ ଶ୍ରମ ଆଇନ ଅନୁଯାୟୀ, ମୌଳିକ ବେତନ ବା ବେସିକ ସେଲେରୀ (basic salary) ର ଅଂଶ ବୃଦ୍ଧି କରି ମୋଟ ବେତନର ଅତିକମରେ ୫୦ ପ୍ରତିଶତ କରିବାକୁ ପଡିବ । ଏଥିରୁ ୫୦ ପ୍ରତିଶତରୁ କମ୍ ଅଂଶ ଥିବା କର୍ମଚାରୀମାନଙ୍କ ଲାଭ ହେବ । ବେସିକ ଦରମା ବୃଦ୍ଧି PF ର ଯୋଗଦାନ ବୃଦ୍ଧି କରିବ । ଏହିପରି ସେମାନଙ୍କର ସଞ୍ଚୟ ବୃଦ୍ଧି ପାଇବ ।
ଗ୍ରାଚ୍ୟୁଇଟି ଅବଧି (Gratuity Period) ହ୍ରାସ ହେବ: ନୂତନ ଶ୍ରମ ନିୟମ ଅନୁଯାୟୀ, ଗ୍ରାଚ୍ୟୁଇଟିର ସମୟ ସୀମା ମଧ୍ୟ ହ୍ରାସ କରାଯାଉଛି । ବର୍ତ୍ତମାନ କ୍ରମାଗତ ପାଞ୍ଚ ବର୍ଷ ଧରି ଏକ କମ୍ପାନୀରେ କାମ କରିବା ଉପରେ ଗ୍ରାଚ୍ୟୁଇଟିର ଲାଭ ମିଳିଥାଏ ।
ଅତିରିକ୍ତ PF ଅବଦାନ ଉପରେ ଟିକସ: ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ବଜେଟ୍ ଉପସ୍ଥାପନ କରୁଥିବାବେଳେ କହିଥିଲେ ଯେ, ପିଏଫ୍ ଆକାଉଣ୍ଟ (PF Account) ରେ ୨.୫ ଲକ୍ଷ ପର୍ଯ୍ୟନ୍ତ ଟିକସ ମୁକ୍ତ ରହିବ । ଯଦି ଏହାଠାରୁ ଅଧିକ ଜମା ହୁଏ, ତେବେ ଅତିରିକ୍ତ ରାଶି ଉପରେ ସୁଧ ଆୟ କର ଲାଗିବ । ଏହି ସୀମାକୁ ଦ୍ୱିଗୁଣିତ କରି ୫ ଲକ୍ଷକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଯଦି ଆପଣ ଗୋଟିଏ ବର୍ଷରେ PF ଆକାଉଣ୍ଟରେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଜମା କରନ୍ତି, ତେବେ ସୁଧ ଆୟ ସମ୍ପୂର୍ଣ୍ଣ ଟିକସମୁକ୍ତ ହେବ ।
ଅଧିକ ପଢ଼ନ୍ତୁ:-ହୋଲି ଉପହାର! କର୍ମଚାରୀଙ୍କୁ ବିନା ସୁଧରେ ୧୦,୦୦୦ ଟଙ୍କା ଦେଉଛନ୍ତି ସରକାର
ବୃଦ୍ଧମାନଙ୍କ ପାଇଁ ITR ପୂରଣରୁ ଛାଡ: ୭୫ ବର୍ଷରୁ ଅଧିକ ବୟସ୍କ ପେନସନଭୋଗୀଙ୍କୁ ଆୟକର ରିଟର୍ଣ୍ଣ (ITR) ଦାଖଲରୁ ରିହାତି ଦିଆଯାଇଛି । ଏହି ସୁବିଧା କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନଙ୍କ ଆୟ ଉତ୍ସ ହେଉଛି ପେନସନ୍ ଏବଂ ଏହା ଉପରେ ମିଳୁଥିବା ସୁଧ ।
ଅଧିକ ପଢ଼ନ୍ତୁ:-ଫାଇନାଲ ଓପିନିଅନ ପୋଲ୍: ଜାଣନ୍ତୁ ବଙ୍ଗଳା, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର?
LTC ଇନକସମେଣ୍ଟ ଅବଧି (LTC Incashmen Period) ଶେଷ ହେବ: ଛୁଟି ଯାତ୍ରା କନ୍ସେସ୍ (LTC) ଭାଉଚର୍ ଅନ୍ତର୍ଗତ କର୍ମଚାରୀଙ୍କୁ ମିଳୁଥିବା ଛାଡ ଅବଧି ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ରହିଛି । ଅର୍ଥାତ୍ ଆସନ୍ତା ମାସରୁ ଏହାର ଫାଇଦା ମିଳିବ ନାହିଁ ।
ଇ-ଇନଭଏସ୍ (E-invoice) ବାଧ୍ୟତାମୂଳକ ହେବ: ବିଜନେସ୍ ଟୁ ବିଜନେସ୍ (B2B) ବ୍ୟବସାୟ ଅନ୍ତର୍ଗତ ଏପ୍ରିଲ ୧ରୁ ଏହିପରି ସମସ୍ତ ବ୍ୟବସାୟୀଙ୍କ ପାଇଁ ଇ-ଇନଭଏସ୍ ବାଧ୍ୟତାମୂଳକ ହେବ, ଯାହାର ଟର୍ଣ୍ଣଓଭର ୫୦ କୋଟିରୁ ଅଧିକ ହେବ ।