ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଆଲର୍ଟ, ଫେବୃଆରୀ ୨୮ ସୁଦ୍ଧା ଜମା କରନ୍ତୁ ଏହି ପ୍ରମାଣପତ୍ର
Advertisement
Article Detail0/zeeodisha/odisha846364

ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଆଲର୍ଟ, ଫେବୃଆରୀ ୨୮ ସୁଦ୍ଧା ଜମା କରନ୍ତୁ ଏହି ପ୍ରମାଣପତ୍ର

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ (Union Minister Jitendra Singh) କହିଛନ୍ତି ଯେ ଆୟକର ନିୟମ (Income Tax Rules) କୁ ଉଦାର କରାଯାଇଛି ।

ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଆଲର୍ଟ, ଫେବୃଆରୀ ୨୮ ସୁଦ୍ଧା ଜମା କରନ୍ତୁ ଏହି ପ୍ରମାଣପତ୍ର

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Pensioners: କୋରୋନା ସଙ୍କଟ ସମୟରେ ମୋଦି ସରକାର (Modi Government) ୬୫ ଲକ୍ଷରୁ ଅଧିକ କେନ୍ଦ୍ରୀୟ ପେନସନଭୋଗୀ (Central Government Pensioners) ଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଜୀବନ ପ୍ରମାଣପତ୍ର (Life certificate) ଦାଖଲ ପାଇଁ ପେନସନଭୋଗୀଙ୍କୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ସମୟସୀମା ପ୍ରଦାନ କରାଯାଇଛି । ବାସ୍ତବରେ ପ୍ରତିବର୍ଷ ପେନସନଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିଥାଏ । ଏହା ମାଧ୍ୟମରେ ସେମାନଙ୍କୁ ଜୀବତି ହେବାର ପ୍ରମାଣ ଦେବାକୁ ପଡିଥାଏ । ସାଧାରଣତଃ ଏହି ସାର୍ଟିଫିକେଟ୍ ବର୍ଷର ନଭେମ୍ବର ମାସରେ ଦାଖଲ କରିବାକୁ ପଡିଥାଏ । ତେବେ କୋରୋନା କାଳରେ ଭିଡ଼ କମ କରିବାକୁ ସରକାର ଏହି ସମୟସୀମାକୁ ଦୁଇଥର ବୃଦ୍ଧି କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କଗୁଡିକରେ ଭିଡ଼ ଜମା ହେବା ଓ ମହାମାରୀର ବିପଦକୁ ଏଡ଼ାଇବା ।

ଅଧିକ ପଢ଼ନ୍ତୁ:-ଏପରି ସ୍ଥିତି ଯଦି ରହିବ ତେବେ ବିଜେପିର ଡଙ୍ଗା ବୁଡ଼ିବାରୁ କେହି ରକ୍ଷା କରିପାରିବେ ନାହିଁ: BJP ନେତା

ଏଠାରେ କହି ରଖୁଛୁ ଯେ, ପେନସନ୍ ପ୍ରାପ୍ତ କରିବାର ଯୋଗ୍ୟତା ପାଇଁ ସର୍ବନିମ୍ନ ସେବା ଅବଧି ହେଉଛି ୧୦ ବର୍ଷ । କେନ୍ଦ୍ର ସରକାରଙ୍କ କୌଣସି କର୍ମଚାରୀ ଯିଏ ପେନସନ ନିୟମ ଅନୁଯାୟୀ ଅବସର ନେଇଛନ୍ତି, ସେ ସର୍ବନିମ୍ନ ୧୦ ବର୍ଷ ସେବା ପୂର୍ଣ୍ଣ କରିବା ପରେ ପେନସନ ପାଇବାକୁ ଯୋଗ୍ୟ ହୋଇଥାଆନ୍ତି । ନିକଟରେ କେନ୍ଦ୍ର କର୍ମଚାରୀ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପାରିବାରିକ ପେନସନ ସହ ଜଡିତ ନିୟମକୁ କୋହଳ କରିଦେଇଛି ।

ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ 'ଆନ୍ଦୋଳନଜୀବୀ' ମନ୍ତବ୍ୟକୁ ନେଇ ଏହି ଅନ୍ଦାଜରେ କଟାକ୍ଷ କଲେ ରାହୁଲ

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ (Union Minister Jitendra Singh) କହିଛନ୍ତି ଯେ ଆୟକର ନିୟମ (Income Tax Rules) କୁ ଉଦାର କରାଯାଇଛି । ସେ କହିଛନ୍ତି ଯେ, "ସରକାରଙ୍କ ମତରେ ପରିବାରର ଅନ୍ୟ ସଦସ୍ୟଙ୍କ କ୍ଷେତ୍ରରେ ଲାଗୁ ପାରିବାରିକ ପେନ୍‌ସନ୍‌ (family pension) ର ଯୋଗ୍ୟତା ପାଇଁ ଆୟକର ମାନଦଣ୍ଡ ଦିବ୍ୟାଙ୍ଗଙ୍କ ଶ୍ରେଣୀରେ ଆସୁଥିବା ଶିଶୁ/ଭାଇ-ଭଉଣୀ କ୍ଷେତ୍ରରେ ପ୍ରଯୁଜ୍ୟ ହେବା ଉଚିତ ନୁହେଁ ।" ରାଜ୍ୟ ମନ୍ତ୍ରୀ ସିଂ କହିଛନ୍ତି ଯେ ସରକାର ଏହି ମାମଲାର ସମୀକ୍ଷା କରିଛନ୍ତି ଏବଂ ନିଷ୍ପତ୍ତି ନେଇଛନ୍ତି ଯେ ଏଭଳି ଶିଶୁ / ଭାଇ-ଭଉଣୀଙ୍କ ପାଇଁ ପାରିବାରିକ ପେନସନ ପାଇଁ ଯୋଗ୍ୟତା ମାନଦଣ୍ଡ ସେମାନଙ୍କ ମାମଲାରେ ପାରିବାରିକ ପେନ୍‌ସନ୍‌ ପରିମାଣଠାରୁ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ:-ପେନସନ୍ ସମ୍ବନ୍ଧୀୟ ଏହି ନିୟମକୁ ବଦଳାଇଲେ ସରକାର, କର୍ମଚାରୀଙ୍କ ପରେ ପରିବାରକୁ ମିଳିବ ବଡ଼ ରିହାତି

କାର୍ମିକ ମନ୍ତ୍ରଣାଳୟର ବୟାନ ଅନୁଯାୟୀ, ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ମୃତ ସରକାରୀ କର୍ମଚାରୀ / ପେନସନଭୋଗୀଙ୍କ ମାନସିକ କିମ୍ବା ଶାରୀରିକ ଅକ୍ଷମ ଥିବା ସେହି ଶିଶୁ / ଭାଇ-ଭଉଣୀଙ୍କ ପେନ୍‌ସନ୍‌ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିଛନ୍ତି । ବୟାନ ଅନୁଯାୟୀ, ଯଦି ମୋଟ ଆୟ ପାତ୍ର ପାରିବାରିକ ପେନସନ୍ ମୃତ ସରକାରୀ କର୍ମଚାରୀ / ପେନ୍‌ସନ୍‌ଭୋଗୀଙ୍କ ଦ୍ୱାରା ନିଆଯାଇଥିବା ଅନ୍ତିମ ବେତନରୁ ୩୦ ପ୍ରତିଶତରୁ କମ୍ ଅଛି ତ ସେ ସାରା ଜୀବନ ପାଇଁ ସେମାନେ ସାରା ଜୀବନ ପାରିବାରିକ ପେନସନ ପାଇବାକୁ ଯୋଗ୍ୟ ହେବେ । ସେମାନେ ମହଙ୍ଗା ଭତ୍ତା ପାଇଁ ମଧ୍ୟ ଯୋଗ୍ୟ ହେବେ ।