କେନ୍ଦ୍ରୀୟ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର!
Advertisement
Article Detail0/zeeodisha/odisha914287

କେନ୍ଦ୍ରୀୟ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର!

ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (DOPPW) ଅନୁଯାୟୀ, ଯଦି ପେନସନଭୋଗୀଙ୍କ ମୃତ୍ୟୁ ଅଣ-କୋଭିଡ କିମ୍ବା କୋଭିଡ କାରଣରୁ ହୋଇଥାଏ, ତେବେ ବହୁ ଲମ୍ବା କାଗଜପତ୍ର ପ୍ରକ୍ରିୟା ବିନା ଏହି ଦାବି ପ୍ରଦାନ କରାଯିବ ।

କେନ୍ଦ୍ରୀୟ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Pensioners, Odia News: କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେନସନଭୋଗୀ (Central Government Pensioners) ଙ୍କୁ ଏକ ବଡ ଉପହାର ଦେଇଛନ୍ତି । ମୃତ୍ୟୁ ପ୍ରମାଣପତ୍ର ଦେଖିବା ପରେ ପରିବାରର ଯୋଗ୍ୟ ସଦସ୍ୟଙ୍କୁ ପ୍ରୋଭିଜନଲ ଫ୍ୟାମିଲି ପେନସନର କ୍ଲେମ୍ ଜାରି କରିଦିଆଯିବ ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ୧,୨,୫ ଓ ୧୦ ଟଙ୍କାର ଏହି କଏନ ବା ନୋଟ୍ ତ ହୋଇପାରିବେ ଲକ୍ଷପତି! ଜାଣନ୍ତୁ କିପରି...

ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (DOPPW) ଅନୁଯାୟୀ, ଯଦି ପେନସନଭୋଗୀଙ୍କ ମୃତ୍ୟୁ ଅଣ-କୋଭିଡ କିମ୍ବା କୋଭିଡ କାରଣରୁ ହୋଇଥାଏ, ତେବେ ବହୁ ଲମ୍ବା କାଗଜପତ୍ର ପ୍ରକ୍ରିୟା ବିନା ଏହି ଦାବି ପ୍ରଦାନ କରାଯିବ ।

CCS (ପେନସନ୍) ନିୟମ, 1972 ର ନିୟମ 80 (A) ଅନ୍ତର୍ଗତ ପ୍ରାବଧାନ ରହିଛି ଯେ, ସେବା ସମୟରେ କର୍ମଚାରୀଙ୍କ ମୃତ୍ୟୁ ଉପରେ ପ୍ରୋଭିଜନଲ ଫ୍ୟାମିଲି ପେନସନ ସେତେବେଳେ ସ୍ୱୀକୃତି ଦିଆଯାଉଥିଲା, ଯେତେବେଳେ ପେ ଏଣ୍ଡ ଆକାଉଣ୍ଟ ଅଫିସ୍ (PAO) ପାଖରେ ପେନସନ କ୍ଲେମରୁ ସମ୍ୱନ୍ଧିତ କାଗଜ ପହଞ୍ଚୁଥିଲା ।

ଅଧିକ ପଢ଼ନ୍ତୁ:-SBI, HDFC, ICICI ଗ୍ରାହକଙ୍କ ପାଇଁ ବହୁତ ଜରୁରୀ ଖବର, ବ୍ୟାଙ୍କଗୁଡିକ ଜୁନ୍ ୩୦ରେ ବନ୍ଦ କରିବାକୁ ଯାଉଛନ୍ତି ଏହି ସୁବିଧା

ଏଭଳି ପରିସ୍ଥିତିରେ ସାଂପ୍ରତିକ ମହାମାରୀକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପାରିବାରିକ ପେନସନ୍ PAO ର ଅନୁମୋଦନ ବିନା ପରିବାରର ଯୋଗ୍ୟ ସଦସ୍ୟଙ୍କୁ ମୃତ୍ୟୁ ପ୍ରମାଣପତ୍ର ମାଧ୍ୟମରେ ପେନସନ୍ ଜାରି କରିଦିଆଯିବ । ତଥାପି, ପରେ PAO ମଧ୍ୟ ଏହାର ସ୍ତରରେ ଏହାକୁ ଅନୁମୋଦନ କରିବ ।