କୁହାଯାଉଛି ଯେ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ର ଏହି ୧୧ ପ୍ରତିଶତ ବୃଦ୍ଧି ପରେ ସେମାନଙ୍କ ମାସିକ ବେତନରେ ଏକ ବଡ଼ ବୃଦ୍ଧି ଘଟିବ ।
Trending Photos
ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees, Odia News: ଗତ ଦେଢ଼ ବର୍ଷ ଧରି ଦରମା ବୃଦ୍ଧିକୁ ଅପେକ୍ଷା କରିଥିବା କେନ୍ଦ୍ର କର୍ମଚାରୀ (Central Govt Employees) ଙ୍କ ପାଇଁ ଏକ ଖୁସି ଖବର ଅଛି । ଜୁଲାଇ ୧ରୁ ସେମାନଙ୍କର ଦରମା ବୃଦ୍ଧି ହେବାକୁ ଯାଉଛି । ସରକାର କହିଛନ୍ତି ଯେ, ଜୁଲାଇ ୧ରୁ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ (central govt Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowances) ଏବଂ ମହଙ୍ଗା ରିଲିଫ (Dearness Relief) ବୃଦ୍ଧି ପାଇବ । ବର୍ତ୍ତମାନ ଏହା ୧୭ ପ୍ରତିଶତ ରହିଛି, ଯାହା ବର୍ତ୍ତମାନ ବଢି ୨୮ ପ୍ରତିଶତକୁ ପହଞ୍ଚିବ । କୋରୋନା ଭୂତାଣୁ ମହାମାରୀ ହେତୁ ଏହି କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ର ୩ଟି କିସ୍ତି ଅଟକି ରହିଛି । ଏହି କର୍ମଚାରୀମାନେ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଏବଂ ୧ ଜାନୁଆରୀ ୨୦୨୧ର ମହଙ୍ଗା ଭତ୍ତା ପାଇ ନାହାଁନ୍ତି । ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ଏହି କର୍ମଚାରୀଙ୍କ ପାଇଁ ବକେୟା କିସ୍ତିଗୁଡିକ ଜୁଲାଇ ୧, ୨୦୨୧ରୁ ନୂତନ ହାର ସହ ସାମିଲ କରି ପୈଠ କରିଦିଆଯିବ ।
ଅଧିକ ପଢ଼ନ୍ତୁ:-ରାଜଧାନୀରେ ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍
କୁହାଯାଉଛି ଯେ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ର ଏହି ୧୧ ପ୍ରତିଶତ ବୃଦ୍ଧି ପରେ ସେମାନଙ୍କ ମାସିକ ବେତନରେ ଏକ ବଡ଼ ବୃଦ୍ଧି ଘଟିବ । ଏହିପରି, ଚଳିତ ବର୍ଷ ଜୁଲାଇରୁ ଏହି କର୍ମଚାରୀଙ୍କ ଆକାଉଣ୍ଟରେ ଅଧିକ ବେତନ କ୍ରେଡିଟ୍ ହେବ । କିନ୍ତୁ, ଏହି ପରିମାଣ କେତେ ହେବ? ଯଦି ଆପଣ ମଧ୍ୟ ଜଣେ କେନ୍ଦ୍ର କର୍ମଚାରୀ ଓ ଆପଣଙ୍କ ଦରମା କେତେ ବଢିବାକୁ ଯାଉଛି ଜାଣିବାକୁ ଚାହୁଁଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଆମେ ଆପଣଙ୍କୁ ଏହି ବିଷୟରେ ସୂଚନା ଦେଉଛୁ ।
ଫିଟମେଣ୍ଟ ଫ୍ୟାକ୍ଟର୍ ବିଷୟରେ ଜାଣନ୍ତୁ...
ସପ୍ତମ ବେତନ ଆୟୋଗ (7th Pay Commission) ରେ କେନ୍ଦ୍ର କର୍ମଚାରୀଙ୍କ ବେତନ ଫିଟମେଣ୍ଟ ଫ୍ୟାକ୍ଟର୍ ଆଧାରରେ ସ୍ଥିର ହୋଇଛି । ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ପରଠାରୁ ସର୍ବନିମ୍ନ ଦରମା ମଧ୍ୟ ବୃଦ୍ଧି ପାଇଛି । ସମ୍ପ୍ରତି, କେନ୍ଦ୍ର କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ । ଜଣେ କର୍ମଚାରୀଙ୍କ ବେତନ ହିସାବ କରିବା ପାଇଁ ମହଙ୍ଗା ଭତ୍ତା, ଟ୍ରାଭଲ ଭତ୍ତା (TA), ଘର ଭଡ଼ା (HRA) କୁ ବାଦ ଦେଇ ତାଙ୍କର ମୌଳିକ ଦରମାକୁ ୨.୫୭ ସହ ଗୁଣନ କରାଯାଇଥାଏ । ଉଦାହରଣ ସ୍ୱରୂପ, ଯଦି ଜଣେ କର୍ମଚାରୀଙ୍କ ମୌଳିକ ଦରମା ୧୮,୦୦୦ ଟଙ୍କା, ତେବେ ଭତ୍ତା ବ୍ୟତୀତ ତାଙ୍କ ଦରମା ୧୮,୦୦୦ X୨.୫୭= ୪୬,୨୬୦ ଟଙ୍କା ହେବ ।
ଅଧିକ ପଢ଼ନ୍ତୁ:-ଏବେ ପଞ୍ଜାବ କଂଗ୍ରେସରେ ବିଦ୍ରୋହ, ଦିଲ୍ଲୀ ପହଞ୍ଚିଲେ ୨୫ ବିଧାୟକ
କ'ଣ ପାଇଁ ମିଳିଥାଏ ମହଙ୍ଗା ଭତ୍ତା ଓ କିପରି ସ୍ଥିର ହୋଇଥାଏ?
ବଢୁଥିବା ମୁଦ୍ରାସ୍ଫୀତି (Inflation) ର ମୁକାବିଲା ପାଇଁ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ଦିଆଯାଏ । ଏହା ବର୍ଷକୁ ଦୁଇଥର ମିଳିଥାଏ ଯଥା ଜାନୁଆରୀରୁ ଜୁନ୍ ଓ ପରେ ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ପାଇଁ ହୋଇଥାଏ । ମହଙ୍ଗା ଭତ୍ତା (DA) ସ୍ଥିର କରିବାକୁ କେନ୍ଦ୍ର ସରକାର ୬ ମାସର ହାରାହାରି ମୁଦ୍ରାସ୍ଫୀତି ଆକଳନ କରନ୍ତି ।
AICPI ଅନୁଯାୟୀ, ଜୁଲାଇ-ଡିସେମ୍ବର ୨୦୨୦ ମଧ୍ୟରେ ହାରାହାରି ମୁଦ୍ରାସ୍ଫୀତି ହାର ୩.୫ ପ୍ରତିଶତ ରହିଛି । ଜାନୁଆରୀ-ଜୁନ୍ ୨୦୨୧ ପାଇଁ ମହଙ୍ଗା ଭତ୍ତା ଅତି କମରେ ୪ ପ୍ରତିଶତ ହେବ । ଯେତେବେଳେ ଜଣେ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବଢ଼ିଥାଏ । ସେହି ଅନୁସାରେ ତାଙ୍କର ଭ୍ରମଣ ଭତ୍ତା ମଧ୍ୟ ବଢ଼ିଥାଏ । ଏହାକୁ ଆଧାର କରି ଘର ଭଡା ଓ ଚିକିତ୍ସା ଖର୍ଚ୍ଚ ମଧ୍ୟ ସ୍ଥିର ହୋଇଛି ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢ଼ିଲା ପେନସନ୍
ମାସିକ ଦରମା କିପରି ସ୍ଥିର କରାଯାଏ?
ମୌଳିକ ଦରମା ସ୍ଥିର ହେବା ପରେ, DA, TA, HRA ଏବଂ ଚିକିତ୍ସା ଖର୍ଚ୍ଚ ଇତ୍ୟାଦି ସ୍ଥିର ହୋଇଥାଏ । ଯେତେବେଳେ ଥରେ DA ଘୋଷଣା କରିଦିଆଯାଇଥାଏ, ପୁଣି ସେହି ଆଧାରରେ TA ମଧ୍ୟ ସ୍ଥିର ହୋଇଥାଏ । ସେହିଭଳି, HRA ଓ ଚିକିତ୍ସା ଖର୍ଚ୍ଚ ମଧ୍ୟ ସ୍ଥିର କରାଯାଇଥାଏ । ଯେତେବେଳେ ଏହି ସମସ୍ତ ଭତ୍ତା ଗଣନା କରାଯାଏ, ସେତେବେଳେ ଜଣେ କେନ୍ଦ୍ର କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଦରମା ସ୍ଥିର କରାଯାଇଥାଏ ।