୫୨ ଲକ୍ଷ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ହୋଇପାରେ ବିଳମ୍ବ, ଏହି କାରଣରୁ ହୋଇପାରିନି ଘୋଷଣା
Advertisement
Article Detail0/zeeodisha/odisha900736

୫୨ ଲକ୍ଷ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ହୋଇପାରେ ବିଳମ୍ବ, ଏହି କାରଣରୁ ହୋଇପାରିନି ଘୋଷଣା

କୋଭିଡ ମହାମାରୀ ଯୋଗୁଁ ମୋଦି ସରକାର ଏହାକୁ ଫ୍ରିଜ୍ କରିଦେଇଥିଲେ । ଚଳିତ ବର୍ଷ ଜୁଲାଇ ମାସରେ ସରକାର ଏହାକୁ ରିଲିଜ କରିବାକୁ ଯାଉଛନ୍ତି, କିନ୍ତୁ...

୫୨ ଲକ୍ଷ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ହୋଇପାରେ ବିଳମ୍ବ, ଏହି କାରଣରୁ ହୋଇପାରିନି ଘୋଷଣା

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀମାନେ ଉତ୍ସାହର ସହିତ ମହଙ୍ଗା ଭତ୍ତା (dearness allowance) କୁ ଅପେକ୍ଷା କରି ବସିଛନ୍ତି । ଦେଢ଼ ବର୍ଷ ହେବ ସେମାନଙ୍କ ଡିଏ ଫ୍ରିଜ୍ (DA Freeze) ରହିଛି । ଯେତେବେଳେ ବି ଏହି ପ୍ରତିବନ୍ଧକ ହଟାଯାଏ, ସେତେବେଳେ କେନ୍ଦ୍ର କର୍ମଚାରୀଙ୍କୁ ଏକାସାଙ୍ଗରେ ମହଙ୍ଗା ଭତ୍ତା (DA) ର ୩ଟି କିସ୍ତି ରିଲିଜ୍ କରାଯିବ । ଏହା ଦ୍ୱାରା ସେମାନଙ୍କ ବେତନରେ ଏକ ବଡ଼ ଧରଣର ବୃଦ୍ଧି ଘଟିବ ।

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଥିବା ସତ୍ତ୍ୱେ ୬ ମାସ ହେଲା ମିଳୁନି ଚାଉଳ

କୋଭିଡ ମହାମାରୀ ଯୋଗୁଁ ମୋଦି ସରକାର ଏହାକୁ ଫ୍ରିଜ୍ କରିଦେଇଥିଲେ । ଚଳିତ ବର୍ଷ ଜୁଲାଇ ମାସରେ ସରକାର ଏହାକୁ ରିଲିଜ କରିବାକୁ ଯାଉଛନ୍ତି, କିନ୍ତୁ ବର୍ତ୍ତମାନ କୋରୋନାର ଦ୍ୱିତୀୟ ଲହର ଯୋଗୁଁ ଏହାର ଘୋଷଣାକୁ ବିଳମ୍ବ ହୋଇପାରେ । କର୍ମଚାରୀ ସଂଗଠନଗୁଡ଼ିକ କହିଛନ୍ତି ଯେ ଏହି ମାସରେ ଡିଏ ବୃଦ୍ଧି (DA Hike) ହେବ ନାହିଁ । ଅର୍ଥ ମନ୍ତ୍ରଣାଳୟ ସହ କଥା ହେବା ପରେ ସଙ୍ଗଠନଗୁଡ଼ିକ କହିଛନ୍ତି ଯେ ବର୍ତ୍ତମାନ ସରକାର ଏହାକୁ ଜୁନ୍ ମାସରେ ଘୋଷଣା କରିବେ । 

DA ରେ ହେବ ବୃଦ୍ଧି

ଜେସିଏମ (JCM) ର ଜାତୀୟ ପରିଷଦ (National Council) (Staff side)  ଏବଂ ଏଆରଏଫ୍ (AIRF) ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ ଏହି ସଂଗଠନ ବ୍ୟକ୍ତିଗତ ବିଭାଗ (DoPT) ସହିତ ନିରନ୍ତର ଯୋଗାଯୋଗରେ ଅଛି । କୋଭିଡ-19 ଯୋଗୁଁ ସରକାରଙ୍କ ସମ୍ପୂର୍ଣ୍ଣ ଯୋଜନା ବଦଳି ଯାଇଛି । ତେଣୁ ସମସ୍ତ ମାମଲା ଜୁନ୍ ପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇଛି । ଏପ୍ରିଲ୍ କିମ୍ବା ମେ ମାସରେ ଡିଏ ବୃଦ୍ଧି ଘୋଷଣା କରାଯାଉଥିଲା, ଯାହା ବର୍ତ୍ତମାନ ଜୁନକୁ ଘୁଞ୍ଚାଇ ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-ଦଶମ, ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ବିନା ପରୀକ୍ଷାରେ ମିଳିପାରେ ରେଲୱେରେ ଚାକିରି

ସେପଟେ ମୋଦି ସରକାର (Modi Govt) ସଂସଦରେ କହି ସାରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରୁ ଅଟକି ରହିଥିବା ମହଙ୍ଗା ଭତ୍ତା (DA) ପୁଣିଥରେ ଆରମ୍ଭ କରିଦିଆଯିବ । ମହଙ୍ଗା ଭତ୍ତା ଯାହା ବର୍ତ୍ତମାନ ୧୭ ପ୍ରତିଶତ ହାରରେ ମିଳୁଛ, ଏଥିରେ ୧୧ ପ୍ରତିଶତ ବୃଦ୍ଧି କରାଯାଇପାରେ । ଅର୍ଥାତ୍ ଏହା ସିଧା ସଳଖ ୨୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । 

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ପୁଣି ୯,୩୨୯ କୋରୋନା ସଂକ୍ରମିତ

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୫୦ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୫ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।