ମହଙ୍ଗା ଭତ୍ତା ଦେବାକୁ ପ୍ରସ୍ତୁତ ମୋଦି ସରକାର! କିନ୍ତୁ...
Advertisement
Article Detail0/zeeodisha/odisha858812

ମହଙ୍ଗା ଭତ୍ତା ଦେବାକୁ ପ୍ରସ୍ତୁତ ମୋଦି ସରକାର! କିନ୍ତୁ...

କେନ୍ଦ୍ର କର୍ମଚାରୀଙ୍କ ଦାବି ସମ୍ପର୍କରେ କେନ୍ଦ୍ର ସହ କଥାବାର୍ତ୍ତା କରୁଥିବା ଜେସିଏମ୍ 'ଷ୍ଟାଫ୍ ସାଇଡ୍'ର ଜାତୀୟ ପରିଷଦର ସଚିବ ତଥା ଏଆରଏଫ୍ ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି ଯେ ଡିଏ ରାଶି ଜାରି କରିବାକୁ ସରକାର ରାଜି ହୋଇଛନ୍ତି ।

ମହଙ୍ଗା ଭତ୍ତା ଦେବାକୁ ପ୍ରସ୍ତୁତ ମୋଦି ସରକାର! କିନ୍ତୁ...

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ରର ମୋଦି ସରକାର (Modi Govt) ୫୫ ଲକ୍ଷ କେନ୍ଦ୍ର କର୍ମଚାରୀ  ((Central Govt Employees) ଓ ୬୫ ଲକ୍ଷ ପେନସନଭୋଗୀ (Central Govt Pensioners) ଙ୍କୁ ମହଙ୍ଗା ଭତ୍ତା (Dearness Allowance) ଦେବା ପାଇଁ ପ୍ରସ୍ତୁତି କରିନେଇଛନ୍ତି । ଏହାର ସଂପୂର୍ଣ୍ଣ ସମ୍ଭାବନା ରହିଛି ଯେ, ସରକାର ବର୍ଦ୍ଧିତ ରାଶି ଅର୍ଥାତ ୨୮-୩୦ ପ୍ରତିଶତ ହିସାବରେ କର୍ମଚାରୀଙ୍କ ଆକାଉଣ୍ଟରେ ପଠାଇବେ । କିନ୍ତୁ ବର୍ତ୍ତମାନ ୧୮ ମାସର ବକୟା ରାଶି ବା ଏରିୟର ମଧ୍ୟ କର୍ମଚାରୀଙ୍କୁ ମିଳି ଯାଉ, ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଛି । 

ଅଧିକ ପଢ଼ନ୍ତୁ:-୬ କୋଟି PF ଖାତାଧାରୀଙ୍କ ପାଇଁ ଖରାପ ଖବର!

କେନ୍ଦ୍ର କର୍ମଚାରୀଙ୍କ ଦାବି ସମ୍ପର୍କରେ କେନ୍ଦ୍ର ସହ କଥାବାର୍ତ୍ତା କରୁଥିବା ଜେସିଏମ୍ 'ଷ୍ଟାଫ୍ ସାଇଡ୍'ର ଜାତୀୟ ପରିଷଦର ସଚିବ ତଥା ଏଆରଏଫ୍ ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି ଯେ ଡିଏ ରାଶି ଜାରି କରିବାକୁ ସରକାର ରାଜି ହୋଇଛନ୍ତି । କର୍ମଚାରୀଙ୍କ ସଂଗଠନ ବର୍ତ୍ତମାନ 'ବକେୟା' ନେବାକୁ ଜିଦ୍ ଧରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଓ କର୍ମଚାରୀ ସଂଗଠନ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ହେବାକୁ ଯାଉଛି । 

ଅଧିକ ପଢ଼ନ୍ତୁ:-LPG ସିଲିଣ୍ଡରକୁ ନେଇ ସରକାର ନେଲା ବଡ଼ ନିଷ୍ପତ୍ତି, ଏହି ନିୟମକୁ କଲା ପରିବର୍ତ୍ତନ

ବାସ୍ତବରେ, କୋରୋନା ସଙ୍କଟ ଯୋଗୁଁ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ମହଙ୍ଗା ଭତ୍ତା (DA) ର ପୁରୁଣା ହାରରେ ସନ୍ତୁଷ୍ଟ ହେବାକୁ ପଡୁଛି । କର୍ମଚାରୀମାନେ ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଅର୍ଥନୈତିକ ଚାପକୁ ହ୍ରାସ କରିବା ପାଇଁ ସରକାର ପୁରୁଣା ହାର (୧୭ ପ୍ରତିଶତ) ଲାଗୁ  କରିଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ୩ ପ୍ରତିଶତ ମହଙ୍ଗା ଭତ୍ତା

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।