ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!
Advertisement

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!

କେନ୍ଦ୍ରୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟସୂଚୀ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀଙ୍କୁ Variable Dearness Allowance (VDA) ରେଟରେ ଏହି ବୃଦ୍ଧିରୁ ବଡ଼ ରିହାତି ମିଳିଛି । ଏହି ବୃଦ୍ଧି ଏପରି ସମୟରେ ଆସିଛି ଯେତେବେଳେ ଦେଶ କୋଭିଡ-19ର ଦ୍ୱିତୀୟ ଲହରର ସାମ୍ନା କରୁଛି ।

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କୋରୋନା ସଙ୍କଟ ମଧ୍ୟରେ ସରକାରୀ କର୍ମଚାରୀଙ୍କୁ ବଡ଼ ରିହାତି ପ୍ରଦାନ କଲେ କେନ୍ଦ୍ରର ମୋଦି ସରକାର (Modi Govt) । ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ (Labour & Employment Ministry) କେନ୍ଦ୍ର ସରକାର (Centra Govt) ଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭେରିଏବଲ୍ ମହଙ୍ଗା ଭତ୍ତା (Variable Dearness Allowance) ବୃଦ୍ଧି କରିବାକୁ ଘୋଷଣା କରିଛି । ଏହି କର୍ମଚାରୀଙ୍କ VDA ରେ ୧୦୫ରୁ ୨୧୦ ଟଙ୍କା ପ୍ରତି ମାସ ବୃଦ୍ଧି କରିବାର ଘୋଷଣା କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ୧.୫ କୋଟିରୁ ଅଧିକ ୱର୍କର୍ସଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (PF) ଓ ଗ୍ରାଚ୍ୟୁଇଟି (Gratuity) ରେ ବୃଦ୍ଧି ଘଟିବ । ଏହି ବୃଦ୍ଧି ଏପ୍ରିଲ ୧, ୨୦୨୧ରୁ ଲାଗୁ ହୋଇଯିବ ।

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଆହୁରି ୨୧ଟି ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏହାଦ୍ୱାରା କର୍ମଚାରୀ ଏବଂ ଶ୍ରମିକମାନଙ୍କର ସର୍ବନିମ୍ନ ବେତନ ହାର ମଧ୍ୟ ବୃଦ୍ଧି ପାଇବ । ଏହି ନିଷ୍ପତ୍ତି ସେଣ୍ଟ୍ରଲ ସ୍ଫେୟରର ନିର୍ଦ୍ଧାରିତ କାର୍ଯ୍ୟାନ୍ୱୟନ ସହିତ ଜଡିତ । ଏହାସହ ଏହା କେନ୍ଦ୍ର ସରକାରଙ୍କ ପ୍ରାଧିକରଣ, ରେଳ ପ୍ରଶାସନ, ଖଣି, ତୈଳ କ୍ଷେତ୍ର, ପ୍ରମୁଖ ବନ୍ଦର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ସମସ୍ତ ନିଗମ ପାଇଁ ଲାଗୁ ହେବ । ଚୁକ୍ତିନାମା ଏବଂ କାଜୁଆଲ୍ କର୍ମଚାରୀ କିମ୍ବା ଶ୍ରମିକମାନଙ୍କ ପାଇଁ ମଧ୍ୟ ଏହି ରେଟ୍ ଲାଗୁ ହେବ ।

ମୁଖ୍ୟ ଶ୍ରମ କମିଶନର (CLC) ଡିପିଏସ୍ ନେଗି କହିଛନ୍ତି ଯେ ସେଣ୍ଟ୍ରଲ ସ୍ଫେୟରର ୱର୍କର୍ସଙ୍କ ପାଇଁ ଭେରିଏବଲ୍ ମହଙ୍ଗା ଭତ୍ତା ମାସକୁ ୧୦୫ରୁ ୨୧୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ, ଏହା Variable Dearness Allowance (VDA) ର ରେଟକୁ ସଂଶୋଧନ କରାଯାଇଛି ଓ ଏହାକୁ ନୋଟିଫାଇ କରାଯାଇଛି । ଏହି ପରିବର୍ତ୍ତନ ଏପ୍ରିଲ ୧, ୨୦୨୧ରୁ କାର୍ଯ୍ୟକାରୀ ହୋଇଯିବ ।

ଅଧିକ ପଢ଼ନ୍ତୁ:-କୋରୋନା ପ୍ରାକୃତିକ ନା ଲ୍ୟାବରେ ହୋଇଛି ପ୍ରସ୍ତୁତ? ଉତ୍ତର ରଖିଲେ ଆମେରିକୀୟ ବିଶେଷଜ୍ଞ ଫାଉଚି

କେନ୍ଦ୍ରୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟସୂଚୀ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀଙ୍କୁ Variable Dearness Allowance (VDA) ରେଟରେ ଏହି ବୃଦ୍ଧିରୁ ବଡ଼ ରିହାତି ମିଳିଛି । ଏହି ବୃଦ୍ଧି ଏପରି ସମୟରେ ଆସିଛି ଯେତେବେଳେ ଦେଶ କୋଭିଡ-19ର ଦ୍ୱିତୀୟ ଲହରର ସାମ୍ନା କରୁଛି । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ କର୍ମଚାରୀଙ୍କ VDA ରେ ସଂଶୋଧନ କରାଯାଇଛି । ଶ୍ରମ ବ୍ୟୁରୋ ଏହି ମୂଲ୍ୟ ସୂଚକାଙ୍କ ସଂକଳନ କରିଥାଏ ।

ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ଏହି ସ୍କିମରେ ମିଳୁଛି ଶସ୍ତା ସୁନା, ମେ ୨୮ ଯାଏ କିଣିବାର ସୁଯୋଗ

ଭେରିଏବଲ୍ DA ପ୍ରତି ୬ ମାସରେ ହୁଏ ପରିବର୍ତ୍ତନ

'ଇଣ୍ଡଷ୍ଟ୍ରିଆଲ୍ ମହଙ୍ଗା ଭତ୍ତା' ଓ 'ଭେରିଏବଲ ମହଙ୍ଗା ଭତ୍ତା'  ପରି ୨ ପ୍ରକାରର ମହଙ୍ଗା ଭତ୍ତା ହୋଇଥାଏ । ଭେରିଏବଲ୍ ମହଙ୍ଗା ଭତ୍ତା ପ୍ରତି ୬ ମାସରେ ପରିବର୍ତ୍ତିତ ହୁଏ । ଖୁଚୁରା ମୁଦ୍ରାସ୍ଫୀତି ଆଧାରରେ କେନ୍ଦ୍ର ସରକାର ଏହାର କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ଏହାକୁ ପରିବର୍ତ୍ତନ କରନ୍ତି । ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI) ଉପରେ ଆଧାର କରି ଭେରିଏବଲ୍ DA ଆକଳନ କରାଯାଏ । ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ଯେ, ଭିଡିଏରେ ପ୍ରତି ମାସରେ ୧୦୫ ଟଙ୍କା ବୃଦ୍ଧିରୁ କୋରୋନା ସଙ୍କଟ ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କୁ କିଛି ମାତ୍ରାରେ ରିହାତି ମିଳିବ । ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ଏହା ଏକ ରିତାହି ପ୍ରଦାନ କରିବ ବୋଲି ଶ୍ରମ ମନ୍ତ୍ରଣାଳୟ କହିଛି ।