ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତିକର ଖବର!
Advertisement

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତିକର ଖବର!

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ତରଫରୁ ସ୍ପଷ୍ଟୀକରଣ ପାଇଁ ଅଫିସ୍ ସ୍ମାରକପତ୍ରରେ କୁହାଯାଇଛି ଯେ, 'pay fixation' ର ଡେଡଲାଇନକୁ ଏହି MO ଜାରି ହେବାର ୩ ମାସ ପାଇଁ ବଢ଼ାଯାଇଥାଏ, ଯାହା କି ଏପ୍ରିଲ ୧୫ । ଅର୍ଥାତ୍ ଏପ୍ରିଲ୍ ୧୫ରୁ ପେ ଫିକ୍ସିଂର ସମୟସୀମା ତିନିମାସ ବଢାଇଦିଆଯାଇଛି ।

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତିକର ଖବର!

ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି । ମୋଦି ସରକାର 'ପେ ଫିକ୍ସିଂ' (pay fixation) ସମୟସୀମାକୁ ଆଗକୁ ବଢାଇଛନ୍ତି । କେନ୍ଦ୍ର ସରକାର ବେତନ ଫିକ୍ସିଂ (pay fixation) ସମୟସୀମାକୁ ଏପ୍ରିଲ ୧୫ରୁ ୩ ମାସ ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ଜୁଲାଇ ୧ରୁ ମହଙ୍ଗା ଭତ୍ତା (DA) ପୁନଃ ଆରମ୍ଭ ହେବାକୁ ଯାଉଛି । ଯାହାକୁ କେନ୍ଦ୍ର କର୍ମଚାରୀମାନେ ଅପେକ୍ଷା କରି ବସିଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି ସହ କର୍ମଚାରୀଙ୍କ ଦରମାରେ ମଧ୍ୟ ବଢିବ ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୬୧୭୬ କୋରୋନା ସଂକ୍ରମିତ

'pay fixation' ସମୟସୀମା ବୃଦ୍ଧି

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ତରଫରୁ ସ୍ପଷ୍ଟୀକରଣ ପାଇଁ ଅଫିସ୍ ସ୍ମାରକପତ୍ରରେ କୁହାଯାଇଛି ଯେ, 'pay fixation' ର ଡେଡଲାଇନକୁ ଏହି MO ଜାରି ହେବାର ୩ ମାସ ପାଇଁ ବଢ଼ାଯାଇଥାଏ, ଯାହା କି ଏପ୍ରିଲ ୧୫ । ଅର୍ଥାତ୍ ଏପ୍ରିଲ୍ ୧୫ରୁ ପେ ଫିକ୍ସିଂର ସମୟସୀମା ତିନିମାସ ବଢାଇଦିଆଯାଇଛି । ବେତନ ଫିକ୍ସିଂର ଧାରା ଶ୍ରମ ବିଭାଗ ଦ୍ୱାରା ସଂଶୋଧିତ ନୂତନ ବେତନ ନିୟମ ଉପରେ ଆଧାରିତ ହେବ । ସପ୍ତମ ବେତନ କମିଶନ ଅନୁଯାୟୀ ବେତନ ଫିକ୍ସିଂର ଶେଷ ସମୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ଉପରେ ସିଧାସଳଖ ପ୍ରଭାବ ପକାଇବ ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ଆନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

କର୍ମଚାରୀମାନେ କରିଥିଲେ ଅପିଲ 

ବାସ୍ତବରେ, ଅନେକ କେନ୍ଦ୍ର କର୍ମଚାରୀ ସମୟସୀମା ବୃଦ୍ଧି କରିବାକୁ ବିଭାଗକୁ ଅପିଲ କରିଥିଲେ, କାରଣ ସେମାନେ ନିର୍ଦ୍ଦିଷ୍ଟ ସମୟରେ ଏହାକୁ ସଂପୂର୍ଣ୍ଣ କରିପାରୁ ନଥିଲେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । 'ପେ ଫିକ୍ସିଂ' ପାଇଁ ସମୟସୀମା ବୃଦ୍ଧି କରିବା ପରେ କେନ୍ଦ୍ରୀୟ କର୍ମଚାରୀମାନେ ଏହା ଚୟନ କରିପାରିବେ ଯେ ସେମାନେ fixed payment  ପଦୋନ୍ନତି ତାରିଖର ଆଧାର ଉପରେ ଚାହୁଁଛନ୍ତି ନା ଇନକ୍ରିମେଣ୍ଟର ତାରିଖର ଆଧାର ଉପରେ ଚାହୁଁଛନ୍ତି । ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ନିଯୁକ୍ତି, ପଦୋନ୍ନତି କିମ୍ବା ଆର୍ଥିକ ଉନ୍ନୟନ ତାରିଖର ଆଧାର ଉପରେ ଜାନୁଆରୀ ୧ କିମ୍ବା ଜୁଲାଇ ୧ରେ ଦରମାରେ ବାର୍ଷିକ ବୃଦ୍ଧି ମିଳିଥାଏ ।