କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଉତ୍ତର ରେଳବାଇ (Northern Railways) ମେ ୪ରୁ ମେ ୫ ମଧ୍ୟରେ ଚାଲୁଥିବା ଅନେକ ଟ୍ରେନକୁ ବାତିଲ କରିଦେଇଛି । ଏହି ଟ୍ରେନ୍ ଗୁଡିକ ଦିଲ୍ଲୀ-ଏନସିଆର ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଚାଲିଥାଏ ।

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: Indian Railways: କୋରୋନା ମାମଲା ଅନିୟନ୍ତ୍ରିତ ହେବା ପରେ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି । କୋରୋନାର ବଢୁଥିବା ମାମଲା ଓ ରେକର୍ଡ ସଂଖ୍ୟକ ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ  ଦେଶବାସୀଙ୍କ ମନରେ ଏହି ଭୟ ସୃଷ୍ଟି ହୋଇଛି । ସେପଟେ ଦେଶରେ ବଢୁଥିବା କୋରୋନା ସଂକ୍ରମଣ ମଧ୍ୟରେ ରେଳ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହେତୁ ଭାରତୀୟ ରେଳ (Indian Railways) ଅନେକ ଟ୍ରେନକୁ ବାତିଲ କରିଦେଇଛି । ଯଦି ଆପଣ ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି କିମ୍ବା ନିଜେ ରିଜର୍ଭେଶନ କରାଇଛନ୍ତି ତ ଘରୁ ବାହାରି ପୂର୍ବରୁ ଏହା ଜାଣି ନିଅନ୍ତୁ ଯେ ଆପଣଙ୍କର ଟ୍ରେନ୍ ବାତିଲ୍ ହୋଇନାହିଁ ତ ।

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ଉତ୍ତର ରେଳବାଇ (Northern Railways) ମେ ୪ରୁ ମେ ୫ ମଧ୍ୟରେ ଚାଲୁଥିବା ଅନେକ ଟ୍ରେନକୁ ବାତିଲ କରିଦେଇଛି । ଏହି ଟ୍ରେନ୍ ଗୁଡିକ ଦିଲ୍ଲୀ-ଏନସିଆର ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଚାଲିଥାଏ ।

ଏହି ଟ୍ରେନଗୁଡିକ ରହିବ ବାତିଲ

୧. ଟ୍ରେନ୍ ନମ୍ବର 01801 ମାଣିକପୁର-କାନପୁର ସେଣ୍ଟ୍ରାଲ୍ ମେ ୪ରୁ ମେ ୫ ପର୍ଯ୍ୟନ୍ତ ବାତିଲ୍ ହୋଇଛି ।

୨. ଟ୍ରେନ୍ ନମ୍ବର 04184 ଦିଲ୍ଲୀ ଜଙ୍କଶନରୁ ଟୁଣ୍ଡଲା ଜଙ୍କସନ ଅଣସଂରକ୍ଷିତ ମେଲ୍ ଏକ୍ସପ୍ରେସ EMU ସ୍ପେଶାଲ୍ ମେ ୪ରୁ ମ ୫ ପର୍ଯ୍ୟନ୍ତ ବାତିଲ ରହିବ ।

୩. ଏଥିସହିତ ଟ୍ରେନ୍ ନମ୍ବର 04183 ଟୁଣ୍ଡଲା ଜଙ୍କସନରୁ ଦିଲ୍ଲୀ ଜଙ୍କସନ ଅଣସଂରକ୍ଷିତ ମେଲ ଏକ୍ସପ୍ରେସ EMU ସ୍ପେଶାଲକୁ ମେ ୪ ରୁ ମେ ୫ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

୪. ଟ୍ରେନ୍ ନମ୍ବର 04414 ନୂଆଦିଲ୍ଲୀ ଜଙ୍କସନରୁ ଆଲିଗଡ ଜଙ୍କସନକୁ ଯାଉଥିବା ଅଣସଂରକ୍ଷିତ ମେଲ୍ ଏକ୍ସପ୍ରେସ EMU ସ୍ପେଶାଲ୍ ମେ ୪ରୁ ମେ ୫ ପର୍ଯ୍ୟନ୍ତ ବାତିଲ ରହିବ ।

୫. ଟ୍ରେନ ନମ୍ୱର 04415 ଆଲିଗଡରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାଉଥିବା ଟ୍ରେନ ମେ ୪ରୁ ମେ ୫ ଯାଏ ବାତିଲ ରହିବ ।

ଅଧିକ ପଢ଼ନ୍ତୁ:-କୋରୋନାର ତାଣ୍ଡବ: ଦିନକରେ ରେକର୍ଡ ୩୭୮୦ ମୃତ୍ୟୁ, ୩.୮୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

୬. ଟ୍ରେନ ନମ୍ୱର 04417 ଆଲିଗଢ଼ ଜଙ୍କସନରୁ ନୂଆ ଦିଆଦିଲ୍ଲୀ ଜଙ୍କସନ ପର୍ଯ୍ୟନ୍ତ ଯାଉଥିବା ଟ୍ରେନ ମେ ୪ରୁ ମେ ୫ ପର୍ଯ୍ୟନ୍ତ ବାତିଲ ରହିବ ।

୭. ଟ୍ରେନ ନମ୍ୱର 04418 ଦିଲ୍ଲୀ ଜଙ୍କସନରୁ ହାଥରସ କିଲା ପାଇଁ ଟ୍ରେନ ମେ ୪ରୁ ମେ ୫ ପର୍ଯ୍ୟନ୍ତ ବାତିଲ ରହିବ ।

୮. ଟ୍ରେନ୍ ନମ୍ବର  04419  ମଥୁରା ଠାରୁ ଗାଜିଆବାଦ EMU ସ୍ପେଶାଲ ମେ ୪ରୁ ମେ ୫ ପର୍ଯ୍ୟନ୍ତ ବାତିଲ ରହିବ ।

୯. ଟ୍ରେନ୍ ନମ୍ବର 04420 ଗାଜିଆବାଦରୁ ମଥୁରା ପର୍ଯ୍ୟନ୍ତ ଯାଉଥିବା ଟ୍ରେନ ମେ ୪ରୁ ମେ ୫ ପର୍ଯ୍ୟନ୍ତ ବାତିଲ ରହିବ ।

୧୦. ଟ୍ରେନ୍ ନମ୍ବର 04428 ହାଥରସରୁ ହାତରସ କିଲାକୁ ଯାଉଥିବା ଟ୍ରେନ ମେ ୪ରୁ ମେ ୫ ପର୍ଯ୍ୟନ୍ତ ବାତିଲ ରହିବ ।

ଅଧିକ ପଢ଼ନ୍ତୁ:-ଅଗଷ୍ଟ ସୁଦ୍ଧା ଭାରତରେ କୋରୋନା ଯୋଗୁଁ ହେବେ ୧୦ ଲକ୍ଷ ମୃତ୍ୟୁ!

୧୧. ଟ୍ରେନ୍ ନମ୍ବର 01801 ମାଣିକପୁରରୁ କାନପୁର ସେଣ୍ଟ୍ରାଲ ପର୍ଯ୍ୟନ୍ତ ଯାଉଥିବା ଟ୍ରେନ ମେ ୪ରୁ ମେ ୫ ପର୍ଯ୍ୟନ୍ତ ବାତିଲ ରହିବ ।

୧୨. ଟ୍ରେନ୍ ନମ୍ବର 01802 କାନପୁରରୁ ମାଣିକପୁର ପର୍ଯ୍ୟନ୍ତ ଯାଉଥିବା ଟ୍ରେନ୍ ମେ ୪ରୁ ମେ ୫ ପର୍ଯ୍ୟନ୍ତ ବାତିଲ ରହିବ ।