ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର! ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ହେଲା ବୃଦ୍ଧି, ସରକାର କଲେ ଘୋଷଣା
Advertisement
Article Detail0/zeeodisha/odisha1307599

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର! ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ହେଲା ବୃଦ୍ଧି, ସରକାର କଲେ ଘୋଷଣା

DA Hike: ଆପଣଙ୍କୁ କହି ରଖୁଛୁ ଯେ, ତ୍ରିପୁରାର ବିଜେପି ସରକାର ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA Hike) ରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । 

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର! ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ହେଲା ବୃଦ୍ଧି, ସରକାର କଲେ ଘୋଷଣା

ନୂଆଦିଲ୍ଲୀ: Chhattisgarh Government Employees DA Hike: ଅଗଷ୍ଟ ମାସ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଖୁସି ଖବର ନେଇ ଆସିଛି । ଏଥର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ବମ୍ପର ବୃଦ୍ଧି  ଘଟିଛି । ମଧ୍ୟପ୍ରଦେଶ, ତ୍ରିପୁରା, ଗୁଜୁରାଟ ପରେ ଏବେ ଛତିଶଗଡ ସରକାର (Chhattisgarh Government) ମଧ୍ୟ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେବାର ଘୋଷଣା କରିଛନ୍ତି । ଛତିଶଗଡର ଭୂପେଶ ବଘେଲ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୬ ପ୍ରତିଶତ ବୃଦ୍ଧି (DA Hike) କରିବାର ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ପରେ ରାଜ୍ୟରେ ଥିବା ସରକାରୀ କର୍ମଚାରୀମାନେ (Chhattisgarh Government Employees) ୨୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଇବେ । ଏହି ନିଷ୍ପତ୍ତି ଯୋଗୁଁ ୩.୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ।

ସୂଚନାଯୋଗ୍ୟ, ରାଜ୍ୟର ସରକାରୀ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ୨୨ ପ୍ରତିଶତ ମହଙ୍ଗା ଭତ୍ତା ଓ ଷଷ୍ଠ ବେତନ ଆୟୋଗ ଅନ୍ତର୍ଗତ ୧୭୪ ପ୍ରତିଶତ ମହଙ୍ଗା ଭତ୍ତା (DA) ର ଲାଭ ପାଉଛନ୍ତି । କିନ୍ତୁ ବର୍ତ୍ତମାନ ମହଙ୍ଗା ଭତ୍ତା ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ୬ ପ୍ରତିଶତ ଓ ଷଷ୍ଠ ବେତନ ଆୟୋଗ ଅନ୍ତର୍ଗତ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ୧ ଅଗଷ୍ଟ ୨୦୨୨ରୁ କାର୍ଯ୍ୟକାରୀ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ରାଜକୋଷ ଉପରେ ୨,୧୬୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ।

ସେପଟେ ନିକଟ ଅତୀତ ଅର୍ଥାତ ଅଗଷ୍ଟ  ୧୫ରେ ଗୁଜୁରାଟ ସରକାର ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, ଗୁଜୁରାଟ ସରକାର ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି, ଯାହା ଜାନୁୟାରୀ ୧, ୨୦୨୨ରୁ କାର୍ଯ୍ୟକାରୀ ହେବ । ଏହାପୂର୍ବରୁ ତ୍ରିପୁରା ଓ ମଧ୍ୟପ୍ରଦେଶ ସରକାର ମଧ୍ୟ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିସାରିଛନ୍ତି ।

ଏହା ବି ପଢ଼ନ୍ତୁ:-କେତେଥର ଆଧାର କାର୍ଡରେ ପରିବର୍ତ୍ତନ କରିପାରିବେ ଆପଣଙ୍କର ନାମ, ଠିକଣା ଏବଂ ଜନ୍ମ ତାରିଖ? ଜାଣନ୍ତୁ କ'ଣ ରହିଛି ନିୟମ

ଏହା ବି ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜି କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଆସୁଛି ଆଉ ଏକ ଲଘୁଚାପ, ଏସବୁ ଜିଲ୍ଲା ପାଇଁ ପ୍ରବଳ ବର୍ଷାର ଚେତାବନୀ ଜାରି

ଆପଣଙ୍କୁ କହି ରଖୁଛୁ ଯେ, ତ୍ରିପୁରାର ବିଜେପି ସରକାର ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA Hike) ରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ଯାହା ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ୩୧ ପ୍ରତିଶତ ବଦଳରେ ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳିବ । କୁହାଯାଉଛି ଯେ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ମଧ୍ୟ ୩୪ ପ୍ରତିଶତରୁ ୩୮ରୁ ୩୯ ପ୍ରତିଶତକୁ ବୃଦ୍ଧି କରାଯାଇପାରେ ।