ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜି କ'ଣ ରହିଛି ରେଟ୍
Advertisement
Article Detail0/zeeodisha/odisha1307505

ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜି କ'ଣ ରହିଛି ରେଟ୍

 Gold-Silver Rate: ଆଜି ଦେଶରେ ରୁପା ମୂଲ୍ୟ (Silver Price) ହ୍ରାସ ରେକର୍ଡ କରାଯାଇଛି । କ୍ରମାଗତ ଦ୍ୱିତୀୟ ଦିନ ହେବ ସୁନା ଦର ସହ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୧୫୦୦ ଟଙ୍କାର ହ୍ରାସ ଘଟିଥିଲା । 

ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜି କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Gold-Silver Rate: ଆଜି ଲଗାତର ଦ୍ୱିତୀୟ ଦିନ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ଘଟିଛି । ଆଜି (ବୁଧବାର) ଅର୍ଥାତ ଅଗଷ୍ଟ ୧୭ରେ ସୁନା ଓ ରୁପା ଦାମ ଖସିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ଗତକାଲି (ମଙ୍ଗଳବାର) ସୁନା ମୂଲ୍ୟରେ ୧୭୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୨୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୨,୩୬୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦୦ ଟଙ୍କାର ହ୍ରାସ ଦେଖାଦେଇଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୮,୦୦୦ ଟଙ୍କା ଥିଲା ।
 
ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ହ୍ରାସ ରେକର୍ଡ କରାଯାଇଛି । କ୍ରମାଗତ ଦ୍ୱିତୀୟ ଦିନ ହେବ ସୁନା ଦର ସହ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୧୫୦୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୭,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୭,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୫,୭୬୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫,୭୮୦ ଟଙ୍କା ଥିଲା ।

ଆଜି ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ମୂଲ୍ୟ (Gold Price) ରେ କମି ଦେଖାଦେଇଛି । ଗତକାଲି ଭୁବନେଶ୍ୱରରେ ସୁନା ଦରରେ ୧୭୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୧୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୨୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟ ୫୨,୩୬୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୮,୦୦୦ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ:-ଆସୁଛି ଆଉ ଏକ ଲଘୁଚାପ, ଏସବୁ ଜିଲ୍ଲା ପାଇଁ ପ୍ରବଳ ବର୍ଷାର ଚେତାବନୀ ଜାରି

ଏହା ବି ପଢ଼ନ୍ତୁ:-SBI, HDFC ଏବଂ ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଜରୁରୀ ଖବର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ସିନ୍ଦେ ଗୋଷ୍ଠୀରେ ଫାଟ, ଏକନାଥଙ୍କ ହାତରୁ ଯିବ ମହାରାଷ୍ଟ୍ର!

 

ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ରେକର୍ଡ ବୃଦ୍ଧି ଘଟିଛି । ଗତକାଲି ରାଜଧାନୀରେ ରୁପା ମୂଲ୍ୟରେ ୭୦୦୦ ଟଙ୍କାର ହ୍ରାସ ଘଟିଥିଲା । ସେପଟେ ଆଜି ରୁପା ମୂଲ୍ୟରେ ୫୫୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୭,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୩୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫,୭୮୦ ଟଙ୍କା ଥିଲା ।