ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଜାନୁଆରୀରେ ହିଁ ମିଳିବ ଦରମା ବୃଦ୍ଧି ଓ ଅରିୟର୍ସର ଲାଭ
Advertisement
Article Detail0/zeeodisha/odisha823746

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଜାନୁଆରୀରେ ହିଁ ମିଳିବ ଦରମା ବୃଦ୍ଧି ଓ ଅରିୟର୍ସର ଲାଭ

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅନୁମୋଦନ ପରେ ଅର୍ଥ ବିଭାଗ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ସରକାରୀ ଅଧିକାରୀ-କର୍ମଚାରୀଙ୍କୁ ୧ ଜୁଲାଇ ୨୦୨୦କୁ ଦେୟ ବାର୍ଷିକ ଦରମା ବୃଦ୍ଧି ଜୁଲାଇ ୨୦୨୦ରୁ ହିଁ ଅନୁମୋଦନ କରି ଏହାର ପୈଠ ଜାନୁଆରୀ ୨୦୨୧କୁ ନିୟମିତ ବେତନରୁ କରିବାକୁ ନିର୍ଦ୍ଦେଶ ଦେଇଛି । 

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଜାନୁଆରୀରେ ହିଁ ମିଳିବ ଦରମା ବୃଦ୍ଧି ଓ ଅରିୟର୍ସର ଲାଭ

ରାୟପୁର: 7th Pay Commission, 7th CPC Latest News in Odia: ଛତିଶଗଡର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନୂଆ ବର୍ଷରେ ଖୁସି ଖବର ମିଳିଛି । ସେମାନଙ୍କୁ ଜାନୁଆରୀ ମାସରେ ବାର୍ଷିକ ଦରମା ବୃଦ୍ଧି ଏବଂ ଅରିୟର୍ସ ପ୍ରଦାନ କରାଯିବ । ରାଜ୍ୟ ସରକାର (Chhattisgarh Govt) ଙ୍କ ଅର୍ଥ ବିଭାଗ ଏହା ସ୍ପଷ୍ଟ କରିଛି ଯେ ସରକାରୀ କର୍ମଚାରୀଙ୍କ ବାର୍ଷିକ ଦରମା ବୃଦ୍ଧିକୁ ରାଜ୍ୟ ସରକାର ବନ୍ଦ କରି ନାହାଁନ୍ତି ଏବଂ ଏହାର ଦେୟ ଜାନୁଆରୀରୁ ଆରମ୍ଭ ହୋଇଯାଇଛି ।

ଅଧିକ ପଢ଼ନ୍ତୁ:-ଦେଶରେ ତାଣ୍ଡବ କରୁଛି ବାର୍ଡ ଫ୍ଲୁ, କେନ୍ଦ୍ର ସରକାର ଜାରି କଲା ଆଡଭାଇଜାରି

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅନୁମୋଦନ ପରେ ଅର୍ଥ ବିଭାଗ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ସରକାରୀ ଅଧିକାରୀ-କର୍ମଚାରୀଙ୍କୁ ୧ ଜୁଲାଇ ୨୦୨୦କୁ ଦେୟ ବାର୍ଷିକ ଦରମା ବୃଦ୍ଧି ଜୁଲାଇ ୨୦୨୦ରୁ ହିଁ ଅନୁମୋଦନ କରି ଏହାର ପୈଠ ଜାନୁଆରୀ ୨୦୨୧କୁ ନିୟମିତ ବେତନରୁ କରିବାକୁ ନିର୍ଦ୍ଦେଶ ଦେଇଛି । 

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର!

ଆହୁରି ମଧ୍ୟ ଜୁଲାଇ ୧,୨୦୨୦ରୁ ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ ଅରିୟର୍ସ ରାଶିର ଦେୟ ଜାନୁଆରୀ ୨୦୨୧ରେ ପ୍ରଦାନ କରାଯିବ । ସେହିଭଳି ଜାନୁୟାରୀ ୧, ୨୦୨୧ରେ ବାର୍ଷିକ ଦରମା ବୃଦ୍ଧି ଜାନୁଆରୀ ୨୦୨୧ରେ ଅନୁମୋଦନ କରି ପେମେଣ୍ଟ ଜୁଲାଇ ୨୦୨୧ର ନିୟମିତ ବେତନରୁ ପ୍ରଦାନ କରାଯିବ । ଏବଂ ଜାନୁୟାରୀ ୧, ୨୦୨୧ରୁ ଜୁନ୍ ୩୦, ୨୦୨୧ ପର୍ଯ୍ୟନ୍ତ ଦେୟ ଅରିୟର୍ସ ରାଶି ଜୁଲାଇ ୨୦୨୧ରେ ପ୍ରଦାନ କରାଯିବ ।