ମନ୍ତ୍ରଣାଳୟ କହିଛି ଯେ ଭାରତୀୟ କୃଷି ଅନୁସନ୍ଧାନ (ICAR) ଅଧୀନରେ ଭୋପାଳ ସ୍ଥିତ ଜାତୀୟ ଉଚ୍ଚ ସୁରକ୍ଷା ପଶୁରୋଗ ସଂସ୍ଥାନ (NIHSAD) ରୁ ନମୁନା ପୃଷ୍ଟି ହେବା ପରେ ଚାରିଟି ରାଜ୍ୟରେ ୧୨ଟି ସ୍ଥାନରେ ବାର୍ଡ ଫ୍ଲୁ ବା ଏଭିୟନ ଏନଫ୍ଲୁଏଞ୍ଜା (AI)ର ରିପୋର୍ଟ ସାମ୍ନାକୁ ଆସିଛି ।
Trending Photos
ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଙ୍କଟ (Coronavirus Crisis) ଜାରି ରହିଛି । ଏହି ସମୟରେ ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ (Bird Flu) ତାଣ୍ଡବ ଆରମ୍ଭ କରିଦେଇଛି । ଏହି ସଙ୍କଟର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର (Central Govt) ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେରଳରେ ବାର୍ଡ ପ୍ଲୁ ରୋଗର ଖବର ପାଇବା ପରେ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଡଭାଇଜାରି ଜାରି କରିଛନ୍ତି । ଯେଉଁଥିରେ ପକ୍ଷୀମାନଙ୍କର ଏହି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଥିବା ଜାତୀୟ କାର୍ଯ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ବୁଧବାର କେନ୍ଦ୍ର ପଶୁପାଳନ, ମତ୍ସ୍ୟ ଓ ଦୁଗ୍ଧ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଅଧିକ ପଢ଼ନ୍ତୁ:-'ମୁଖ୍ୟ ପ୍ରସଙ୍ଗ ଆସିବା ମାତ୍ରେ ରାହୁଲ-ତେଜସ୍ୱୀ-ଚିରାଗ ହନିମୁନ୍ କରିବାକୁ ଯାଆନ୍ତି'
ମନ୍ତ୍ରଣାଳୟ କହିଛି ଯେ ଭାରତୀୟ କୃଷି ଅନୁସନ୍ଧାନ (ICAR) ଅଧୀନରେ ଭୋପାଳ ସ୍ଥିତ ଜାତୀୟ ଉଚ୍ଚ ସୁରକ୍ଷା ପଶୁରୋଗ ସଂସ୍ଥାନ (NIHSAD) ରୁ ନମୁନା ପୃଷ୍ଟି ହେବା ପରେ ଚାରିଟି ରାଜ୍ୟରେ ୧୨ଟି ସ୍ଥାନରେ ବାର୍ଡ ଫ୍ଲୁ ବା ଏଭିୟନ ଏନଫ୍ଲୁଏଞ୍ଜା (AI)ର ରିପୋର୍ଟ ସାମ୍ନାକୁ ଆସିଛି ।
ସେଥିମଧ୍ୟରୁ ରାଜସ୍ଥାନର ବାରାନ, କୋଟା ଏବଂ ଝାଲାୱାରରେ ବାର୍ଡ ଫ୍ଲୁ ରିପୋର୍ଟ ରହିଛି । ଏଥି ସହିତ ମଧ୍ୟପ୍ରଦେଶର ମନ୍ଦୌସର, ଇନ୍ଦୌର ଏବଂ ମାଲୱାଠାରେ କାଉରେ ବାର୍ଡ ଫ୍ଲୁ ହେବାର ଖବର ରହିଛି । ହିମାଚଳ ପ୍ରଦେଶର କାଙ୍ଗ୍ରାଠାରେ ପ୍ରବାସୀ ପକ୍ଷୀମାନଙ୍କରେ ବାର୍ଡ ଫ୍ଲୁ ହେବାର ଖବର ରହିଛି । ଦକ୍ଷିଣ ଭାରତର କେରଳର କୋଟାୟାମ ଏବଂ ଆଲାପୁଜା ଠାରେ ଚାରୋଟି ସ୍ଥାନରେ କୁକୁଡ଼ାରେ ବାର୍ଡ ଫ୍ଲୁ ହେବାର ଖବର ରହିଛି ।
ଅଧିକ ପଢ଼ନ୍ତୁ:-ଟିକାକରଣ ଉପରେ ମତ ରଖିଲେ ସୁର, କହିଲେ-ପିଏମ ମୋଦି ପ୍ରଥମେ ନିଅନ୍ତୁ ଟିକା, ତା'ପରେ...
ମନ୍ତ୍ରଣାଳୟ କହିଛି ଯେ ଜାନୁୟାରୀ ୧, ୨୦୨୦ରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶକୁ ଆଡଭାଇଜାରି ଜାରି କରାଯାଇଛି ଏବଂ ନ୍ୟାଶନାଲ ଆକ୍ଶନ ପ୍ଲାନ ଏଭିୟନ ଇନଫ୍ଲୁଏଞ୍ଜା ଅନୁଯାୟୀ ଉଭୟ ରାଜ୍ୟରେ ପ୍ରତିରୋଧ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ପରେ ଜାନୁୟାରୀ ୫ରେ ହିମାଚଳ ପ୍ରଦେଶକୁ କୁକୁଡ଼ାରେ ଏହାର ପ୍ରସାର ବନ୍ଦ କରିବାକୁ ଉପଦେଶ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨ରୁ କେରଳରେ ପ୍ରତିଷେଧକ ବ୍ୟବସ୍ଥା ଲାଗୁ କରାଯାଉଛି । ଯେଉଁଥିରେ ପକ୍ଷୀମାନଙ୍କୁ ମାରିବା କାର୍ଯ୍ୟ ଚାଲିଛି ।