ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଜୁଲାଇ ୧ରେ ପୁଣି ବଢ଼ିବ ଏତେ ଦରମା!
Advertisement

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଜୁଲାଇ ୧ରେ ପୁଣି ବଢ଼ିବ ଏତେ ଦରମା!

7th Pay Commission, Central Government Employees, DA Hike: କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ । 

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଜୁଲାଇ ୧ରେ ପୁଣି ବଢ଼ିବ ଏତେ ଦରମା!

ନୂଆଦିଲ୍ଲୀ: 7th Pay Commission, Central Government Employees, DA Hike: କେନ୍ଦ୍ରର ପ୍ରାୟ ୫୦ ଲକ୍ଷ ସରକାରୀ କର୍ମଚାରୀ (Central Government Employees) ଓ ୬୫ ଲକ୍ଷ ପେନସନଭୋଗୀ (Central Government Pensioners) ଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି । ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିରୁ ସେମାନଙ୍କୁ ରିହାତି ମିଳିବ ବୋଲି ଆଶା କରାଯାଉଛି । ସରକାର ଜୁଲାଇ ୧ରୁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛି ।

ଜାନୁଆରୀ ଓ ଫେବୃଆରୀର AICP Index ହ୍ରାସ ପରେ ମାର୍ଚ୍ଚରେ ଏଥିରେ ଏକ ବଡ଼ ବୃଦ୍ଧି ଆସିଛି । ଏହି ତଥ୍ୟ ଜାରି ହେବା ପରେ ମହଙ୍ଗା ଭତ୍ତା ବୃଦ୍ଧିର ଆଶା ବଢ଼ିଛି । ଚଳିତ ବର୍ଷ ଜାନୁୟାରୀରେ  AICPI ସୂଚକାଙ୍କ ସଂଖ୍ୟା ୧୨୫.୧ରେ ଥିଲା । ଫେବୃଆରୀରେ ଏହା ଆହୁରି ହ୍ରାସ ପାଇଥିଲା ଓ ଏହା ୧୨୫କୁ ଖସି ଆସିଥିଲା । ଏହାକୁ ଆଧାର କରି ମାର୍ଚ୍ଚରେ ମଧ୍ୟ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏଥିରେ ଗୋଟିଏ ପଏଣ୍ଟ ବୃଦ୍ଧି ହୋଇ ଏହା ୧୨୬କୁ ପହଞ୍ଚିଛି । ସେପଟେ ଏପ୍ରିଲ୍, ମେ ଏବଂ ଜୁନର AICPI ନମ୍ୱର ଏପର୍ଯ୍ୟନ୍ତ ଆସି ନାହିଁ । ଯଦି ଏହା ମାର୍ଚ୍ଚ ସ୍ତରରୁ ଅଧିକ ରହିଥାଏ, ତେବେ ସରକାର ମହଙ୍ଗା ଭତ୍ତା (DA Hike) ବୃଦ୍ଧି କରିପାରନ୍ତି । ସରକାର ଏଥର ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି । ଯଦି ଏପରି ହୁଏ ତେବେ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବଢ଼ି ୩୮ ପ୍ରତିଶତକୁ ପହଞ୍ଚିବ ।

ବର୍ତ୍ତମାନ ସମୟରେ ଦେଶରେ ମୁଦ୍ରାସ୍ଫୀତି ଯୋଗୁଁ ଖରାପ ଅବସ୍ଥାରେ ଅଛି । ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ଦର ୭.୭୯ ପ୍ରତିଶତର ରେକର୍ଡରେ ପହଞ୍ଚିଛି । ଅନ୍ୟପଟେ ଖାଦ୍ୟ ମୁଦ୍ରାସ୍ଫୀତି ଦର ୮.୩୮ ପ୍ରତିଶତ ରହିଛି । ମୁଦ୍ରାସ୍ଫୀତିର ଏହି ହାର ଗତ ୮ ବର୍ଷର ଉଚ୍ଚ ସ୍ତରରେ ଅଛି । କେନ୍ଦ୍ର ସରକାରୀ କର୍ମଚାରୀମାନେ ଜୁନ୍ ୨୦୧୭ରୁ ସପ୍ତମ ବେତନ ଆୟୋଗର ଲାଭ ପାଉଛନ୍ତି । ଏଭଳି ପରିସ୍ଥିତିରେ ଯଦି ମହଙ୍ଗା ଭତ୍ତା ୩୮ ପ୍ରତିଶତକୁ ବୃଦ୍ଧି ହୁଏ, ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବା ନିଶ୍ଚିତ ।

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଗଣିତକୁ ବିଗାଡ଼ିବା ପାଇଁ ବିଜେପି କରୁଛି ପ୍ଲାନ, ଚର୍ଚ୍ଚାରେ କୁମାର ବିଶ୍ୱାସଙ୍କ ନାମ

ଏହା ବି ପଢ଼ନ୍ତୁ:-ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଗୋଟିଏ ମାମଲା ଲଢ଼ିବା ପାଇଁ କେତେ ଫି ନିଅନ୍ତି କପିଲ ସିବଲ? ଜାଣନ୍ତୁ ଏଠାରେ...

ଏହା ବି ପଢ଼ନ୍ତୁ:-ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କୁ ମାଡ଼ ଓ ହତ୍ୟା ଧମକ, ରୁଜୁ ହେଲା ମାମଲା

 

ଏକ ଆକଳନ ଅନୁଯାୟୀ, ଯଦି ଜଣେ କର୍ମଚାରୀଙ୍କ ବେସିକ ଦରମା ୧୮,୦୦୦ ଟଙ୍କା, ତେବେ ୩୪ ପ୍ରତିଶତ ହାରରେ ତାଙ୍କର ମହଙ୍ଗା ଭତ୍ତା ୬,୧୨୦ ଟଙ୍କା ହୋଇଥାଏ । ବର୍ତ୍ତମାନ ଯଦି ଏହା ୩୮ ପ୍ରତିଶତ ହେବ, ତେବେ କର୍ମଚାରୀ ୬,୮୪୦ ଟଙ୍କା ଡିଏ ପାଇବେ । 

କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ । ଏହାର ଆଧାର ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ହେବ । ଜାନୁଆରୀ, ଫେବୃଆରୀରେ ଏଥିରେ ହ୍ରାସ ଘଟିଥିଲା ​​କିନ୍ତୁ ମାର୍ଚ୍ଚରେ ବୃଦ୍ଧି ଦେଖାଦେଇଛି ।