ସିସୋଦିଆ କହିଛନ୍ତି ଯେ, "ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନରେ ଦୁର୍ନୀତି ଯୋଗୁଁ କର୍ମଚାରୀମାନେ ବେତନ ପାଉନାହାଁନ୍ତି ।
Trending Photos
ନୂଆଦିଲ୍ଲୀ: 7th Pay Commission, 7th CPC Latest News, Government Employees: ଦିଲ୍ଲୀ ସରକାର ନିଗମ କର୍ମଚାରୀଙ୍କ ବେତନ ପାଇଁ ଶନିବାର ଫଣ୍ଡ ଜାରି କରିଦେଇଛନ୍ତି । ନିଗମ କର୍ମଚାରୀଙ୍କ ଦରମା ପାଇଁ ସରକାର ୧୦୫୧ କୋଟି ଟଙ୍କା ଜାରି କରିଛନ୍ତି । ପୂର୍ବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (MCD) ପାଇଁ ୩୬୬.୯ କୋଟି, ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ପାଇଁ ୪୩୨.୮ କୋଟି ଏବଂ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ପାଇଁ ୨୫୧.୬ କୋଟି ଟଙ୍କା ଜାରି କରାଯାଇଛି । ଏହି ଫଣ୍ଡ ଜାରି କରିବା ସମୟରେ ଦିଲ୍ଲୀ ସରକାରରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପିକୁ ଦରମା ନ ଦେବାକୁ ନେଇ ଦାୟୀ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏହି ସବୁ ଲାଭ
ସେ କହିଛନ୍ତି ଯେ, "ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନରେ ଦୁର୍ନୀତି ଯୋଗୁଁ କର୍ମଚାରୀମାନେ ବେତନ ପାଉନାହାଁନ୍ତି । କୋରୋନା ସମୟରେ ଆମର ମ୍ୟୁନିସିପାଲିଟି କର୍ମଚାରୀମାନେ ଆଗ ଧାଡ଼ିରେ ଥିବାବେଳେ ଡାକ୍ତରମାନେ ଦିନରାତି ନିଜ ଜୀବନକୁ ବିପଦରେ ପକାଉଛନ୍ତି ତେଣୁ ସେମାନଙ୍କ ଦରମା ବନ୍ଦ କରିବା ଠିକ୍ ନୁହେଁ ।"
ଅଧିକ ପଢ଼ନ୍ତୁ:-ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର: ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ, ଦେଖନ୍ତୁ ପୁରା ଲିଷ୍ଟ୍
ସିସୋଦିଆ କହିଛନ୍ତି ଯେ, "ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଦରମା ନ ପାଇବା ମ୍ୟୁନିସିପାଲିଟି କର୍ପୋରେସନର ଏକ ପ୍ରମୁଖ ବିଫଳତାକୁ ସୂଚାଉଛି । ସଙ୍କଟ ସମୟରେ ଶ୍ରମିକଙ୍କ ଦରମା ବନ୍ଦ କରାଯିବା ଉଚିତ ନୁହେଁ ତେଣୁ କେଜ୍ରିୱାଲ ସରକାର ବିପୁଳ ଅର୍ଥ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।"