ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର: ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ, ଦେଖନ୍ତୁ ପୁରା ଲିଷ୍ଟ୍
Advertisement
Article Detail0/zeeodisha/odisha902127

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର: ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ, ଦେଖନ୍ତୁ ପୁରା ଲିଷ୍ଟ୍

ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଟ୍ରେନ୍ ଗୁଡିକ ବରେଲି, ଭୁଜ୍, ବୈଷ୍ଣୋ ଦେବୀ କଟରା, ଜାମନଗର, ଦେହରାଡୁନ୍, ଓଖା ଉତ୍ତରାଞ୍ଚଳ, ମୁଜାଫରପୁର, ପୋରବନ୍ଦର ରୁଟରେ ସଞ୍ଚାଳନ ହୋଇଥାଏ । ଆସନ୍ତୁ ଚେକ୍ କରି ନେବା କେଉଁ ଟ୍ରେନ୍ କେଉଁ ଦିନ ବାତିଲ ରହିବ ।

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର: ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ, ଦେଖନ୍ତୁ ପୁରା ଲିଷ୍ଟ୍

ନୂଆଦିଲ୍ଲୀ: Indian Railways/IRCTC New Special Train List: କୋରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ (Indian Railways) ପୁଣି ଅନେକ ଟ୍ରେନ୍ ବାତିଲ କରିଦେଇଛି । ଯଦି ଆପଣ କୌଣସି ସ୍ଥାନରେ ଯାତ୍ରା କରିବାର ଯୋଜନା କରିସାରିଛନ୍ତି କିମ୍ବା ପୂର୍ବରୁ ସଂରକ୍ଷଣ କରିସାରିଛନ୍ତି, ତେବେ ଧ୍ୟାନର ସହ ଆପଣଙ୍କ ଟ୍ରେନର ସ୍ଥିତି ଯାଞ୍ଚ କରନ୍ତୁ । ଉତ୍ତର ରେଳ (Western Railway) ଟ୍ୱିଟ୍ କରି ଏହି ଟ୍ରେନ୍ ଗୁଡିକ ବିଷୟରେ ସୂଚନା ଦେଇଛି । ଏହି ତାଲିକାରେ ଦିଆଯାଇଥିବା ଟ୍ରେନ୍ ଗୁଡିକ ମେ ୧୬ରୁ ମେ ୨୧ ପର୍ଯ୍ୟନ୍ତ ବାତିଲ୍ ରହିବ । କହି ରଖୁଛୁ ଯେ, ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାର ଚେତାବନୀକୁ ଦୃଷ୍ଟିରେ ରଖି ରେଳବାଇ ଏହି ଟ୍ରେନଗୁଡ଼ିକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛି ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରୁ ବଢ଼ିପାରେ ଆପଣଙ୍କ ମାସିକ ଆୟ: ପ୍ରତି ମାସରେ ପାଆନ୍ତୁ ୯ ହଜାର ଟଙ୍କା, ନିବେଶ ପାଇଁ କରିବାକୁ ହେବ ଏହି କାମ

ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଟ୍ରେନ୍ ଗୁଡିକ ବରେଲି, ଭୁଜ୍, ବୈଷ୍ଣୋ ଦେବୀ କଟରା, ଜାମନଗର, ଦେହରାଡୁନ୍, ଓଖା ଉତ୍ତରାଞ୍ଚଳ, ମୁଜାଫରପୁର, ପୋରବନ୍ଦର ରୁଟରେ ସଞ୍ଚାଳନ ହୋଇଥାଏ । ଆସନ୍ତୁ ଚେକ୍ କରି ନେବା କେଉଁ ଟ୍ରେନ୍ କେଉଁ ଦିନ ବାତିଲ ରହିବ ।

ଉତ୍ତର ରେଳ କରିଛି ଟ୍ୱିଟ୍

ଉତ୍ତର ରେଳ ଟ୍ୱିଟ୍ କରି ବାତିଲ ଟ୍ରେନ୍ ବିଷୟରେ ସୂଚନା ଦେଇଛି । ରେଳବାଇ ଏହି ଟ୍ୱିଟରେ ଲେଖିଛି ଯେ, ସମସ୍ତଙ୍କୁ ସୂଚିତ କରାଯାଉଛି ଯେ ରେଲୱେ ଦ୍ୱାରା ନିମ୍ନ ଲିଖିତ ବିଶେଷ ଟ୍ରେନଗୁଡ଼ିକ ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଚେତାବନୀକୁ ଧ୍ୟାନରେ ରଖି, ଏହାର ସମୀକ୍ଷା କରି ଦିଆଯାଇଥିବା ତାରିଖରେ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ:-ଜୀ-୨୪ ଘଣ୍ଟାର ସମ୍ପାଦକଙ୍କ ପରଲୋକ, କୋରୋନାରେ ଥିଲେ ସଂକ୍ରମିତ

ବାତିଲ ଟ୍ରେନର ତାଲିକା -

>> ଟ୍ରେନ୍ ନମ୍ବର 04321 ବରେଲି-ଭୁଜ୍ ଏକ୍ସପ୍ରେସ୍ ସ୍ପେଶାଲ୍ - ମେ ୧୬ ଏବଂ ୧୭ରେ ବାତିଲ୍ ରହିବ ।

>> ଟ୍ରେନ୍ ନମ୍ବର 04678 ମାତା ବୈଷ୍ଣୋ ଦେବୀ କଟରା-ହାପା ଏକ୍ସପ୍ରେସ ସ୍ପେଶାଲ- ମେ ୧୭,୨୦୨୧ 

>> ଟ୍ରେନ୍ ନମ୍ବର 04680 ମାତା ବୈଷ୍ଣୋ ଦେବୀ କଟରା-ଜାମନଗର ଏକ୍ସପ୍ରେସ ସ୍ପେଶାଲ - ମେ ୧୬,୨୦୨୧ 

>> ଟ୍ରେନ୍ ନମ୍ବର 09070 ବାରାଣାସୀ ଜଙ୍କସନ-ଓଖା ସୁପରଫାଷ୍ଟ ସ୍ପେଶାଲ୍ - ମେ ୧୫,୨୦୨୧ 

>> ଟ୍ରେନ୍ ନମ୍ବର 09566 ଦେହରାଡୁନ୍-ଓଖା ଉତ୍ତରାଞ୍ଚଳ ଏକ୍ସପ୍ରେସ ସ୍ପେଶାଲ - ମେ ୧୬,୨୦୨୧

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୪,୧୦୬ ମୃତ୍ୟୁ

>> ଟ୍ରେନ୍ ନମ୍ବର 09270 ମୁଜାଫରପୁର ଜଙ୍କସନ- ପରବନ୍ଦର ଏକ୍ସପ୍ରେସ ସ୍ପେଶାଲ- ମେ ୧୬,୨୦୨୧

>> ଟ୍ରେନ୍ ନମ୍ବର 04322 ଭୁଜ୍-ବରେଲି ଏକ୍ସପ୍ରେସ୍ ସ୍ପେଶାଲ୍ - ମେ ୧୭,୨୦୨୧ 

>> ଟ୍ରେନ୍ ନମ୍ବର 04312 ଭୁଜ-ବରେଲି ଆଲା ହଜରତ ଏକ୍ସପ୍ରେସ ସ୍ପେଶାଲ - ମେ ୧୮,୨୦୨୧

>> ଟ୍ରେନ୍ ନମ୍ବର 04677 ହାପା-ବୈଷ୍ଣୋ ଦେବୀ କଟରା ଏକ୍ସପ୍ରେସ ସ୍ପେଶାଲ - ମେ ୧୮,୨୦୨୧

>> ଟ୍ରେନ୍ ନମ୍ବର 09565 ଓଖା-ଦେହରାଡୁନ୍ ଉତ୍ତରାଞ୍ଚଳ ଏକ୍ସପ୍ରେସ୍ ସ୍ପେଶାଲ୍ - ମେ ୨୧,୨୦୨୧ 

>> ଟ୍ରେନ୍ ନମ୍ବର 04679 ଜାମନଗର-ବୈଷ୍ଣୋ ଦେବୀ କଟରା ଏକ୍ସପ୍ରେସ ସ୍ପେଶାଲ - ମେ ୧୯,୨୦୨୧