ପୁରୁଣା ନିୟମ ଯୋଗୁଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ( CRPF), ସୀମା ସୁରକ୍ଷା ବଳ (BSF), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ର ଅନେକ ଦିବ୍ୟାଙ୍ଗ କର୍ମଚାରୀଙ୍କୁ କ୍ଷତିପୂରଣ ମିଳିନାହିଁ । ବର୍ତ୍ତମାନ ଦିବ୍ୟାଙ୍ଗ ହେବା ପରେ ଡ୍ୟୁଟି କରୁଥିବା କର୍ମଚାରୀମାନେ ଦିବ୍ୟାଙ୍ଗ କ୍ଷତିପୂରଣ ପାଇବେ ।
Trending Photos
ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees, Central Govt Pensioners: ଡ୍ୟୁଟି ସମୟରେ ଶାରୀରିକ ଅକ୍ଷମ ହେଉଥିବା କର୍ମଚାରୀମାନେ 'ଦିବ୍ୟାଙ୍ଗ କ୍ଷତିପୂରଣ' (Disability Compensation) ପାଇବାକୁ ହକଦାର ହେବେ । ଏନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ (Dr. Jitendra Singh) ଘୋଷଣା କରିଛନ୍ତି । ପ୍ରଥମେ ନୂତନ ପେନସନ ଯୋଜନା ଅନ୍ତର୍ଗତ ଜାନୁୟାରୀ ୧, ୨୦୦୪ରେ କିମ୍ବା ପରେ ଚାକିରିରେ ଯୋଗ ଦେଇଥିବା ସରକାରୀ କର୍ମଚାରୀମାନେ ଦିବ୍ୟାଙ୍ଗ ଭତ୍ତା ପାଇବାକୁ ଯୋଗ୍ୟ ନଥିଲେ ।
ଅଧିକ ପଢ଼ନ୍ତୁ:-ବାମ ଦଳ-କଂଗ୍ରେସର ମିଳନ, ପଶ୍ଚିମବଙ୍ଗରେ କାହାର ବିଗାଡ଼ିବ ଖେଳ?
ପୁରୁଣା ନିୟମ ଯୋଗୁଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ( CRPF), ସୀମା ସୁରକ୍ଷା ବଳ (BSF), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ର ଅନେକ ଦିବ୍ୟାଙ୍ଗ କର୍ମଚାରୀଙ୍କୁ କ୍ଷତିପୂରଣ ମିଳିନାହିଁ । ବର୍ତ୍ତମାନ ଦିବ୍ୟାଙ୍ଗ ହେବା ପରେ ଡ୍ୟୁଟି କରୁଥିବା କର୍ମଚାରୀମାନେ ଦିବ୍ୟାଙ୍ଗ କ୍ଷତିପୂରଣ ପାଇବେ । ନୂତନ ନିୟମ ଅନୁଯାୟୀ, ଅକ୍ଷମତାକୁ ଆକଳନ କରି ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ କର୍ମଚାରୀଙ୍କ ପାଇଁ କ୍ଷତିପୂରଣ ରାଶି ଜାରି କରାଯିବ ।
ଅଧିକ ପଢ଼ନ୍ତୁ:-ଗେହଲଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!
ଦିବ୍ୟାଙ୍ଗ କ୍ଷତିପୂରଣ ନିୟମର ପରିବର୍ତ୍ତନକୁ ନେଇ ଖୁସି ବ୍ୟକ୍ତ କରି ଡକ୍ଟର ସିଂ କହିଛନ୍ତି ଯେ, ମୋଦି ସରକାର ଦିବ୍ୟାଙ୍ଗ କ୍ଷତିପୂରଣ ନିୟମରେ ଭେଦଭାବ ହଟାଇ ଦେଇଛନ୍ତି । ଦିବ୍ୟାଙ୍ଗ କର୍ମଚାରୀଙ୍କ ସେବା ନିୟମରେ ଉନ୍ନତି ଆଣିବା ଅଭିଯାନର ଏକ ଅଂଶ ଭାବରେ ପେନ୍ସନ୍ ପାଇଁ ୧୦ ବର୍ଷ ସେବା ଆବଶ୍ୟକ କରୁଥିବା ନିୟମକୁ ରଦ୍ଦ କରାଯାଇଛି ।
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଖୁବ୍ ଶୀଘ୍ର ମିଳିବ ନୂତନ ବର୍ଷର ଉପହାର, ବଢ଼ିବ ଦରମା!
ବର୍ତ୍ତମାନ ଯଦି ଜଣେ କର୍ମଚାରୀ ୧୦ ବର୍ଷର ସେବା ସମାପ୍ତ କରିବା ପୂର୍ବରୁ ଅକ୍ଷମ ହୋଇଯାଏ । ତେବେ ସେ ଅନ୍ତିମ ବେତନର ୫୦ ପ୍ରତିଶତ ଭାବରେ ପେନସନ ପାଇବେ । ଏଥି ସହିତ ଯେଉଁ କର୍ମଚାରୀଙ୍କ ମଧ୍ୟ ସାତ ବର୍ଷ ସେବା ପୂର୍ବରୁ ମୃତ୍ୟୁ ଘଟିବ, ସେମାନଙ୍କ ପରିବାର ଫେମିଲି ପେନସନ ପାଇବାକୁ ଯୋଗ୍ୟ ହେବେ । ପ୍ରଥମେ ୭ ବର୍ଷ ବା ତା ଠାରୁ ଅଧିକ ସେବା ଦେଇସାରିଥିବା କର୍ମଚାରୀଙ୍କ ପରିଜନ ଫେମିଲି ପେନସନ ପାଇବାକୁ ଯୋଗ୍ୟ ହେଉଥିଲେ ।