କେନ୍ଦ୍ର କର୍ମଚାରୀ (Central Govt Employees) ଓ ପେନସନଭୋଗୀମାନେ (Central Govt Pensioners) ୨୧ ପ୍ରତିଶତ ମହଙ୍ଗା ଭତ୍ତା (DA) ପାଆନ୍ତି । କିନ୍ତୁ ବର୍ତ୍ତମାନ ଏହା ୧୭ ପ୍ରତିଶତ ମିଳୁଛି ।
Trending Photos
ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ପାଇଁ ଖୁସି ଖବର ଆସିବାକୁ ଯାଉଛି । କେନ୍ଦ୍ର ସରକାର କର୍ମଚାରୀଙ୍କ ବେତନ ବୃଦ୍ଧି କରିପାରେ । ଏହାଦ୍ୱାରା ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଉପକୃତ ହେବେ । ଏଥି ସହିତ ଲକ୍ଷ ଲକ୍ଷ ପେନସନଭୋଗୀ (Central Govt Pensioners) ମଧ୍ୟ ଏହି ସୁବିଧା ପାଇବେ । ଏହି ବୃଦ୍ଧି ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଉପରେ ଆଧାରିତ ହେବ । ଆପଣଙ୍କୁ କହିରଖୁଛୁ ଯେ କୋରୋନା ମହାମାରୀ (Coronavirus Pandemic) କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଥିଲା । ଏହି କାରଣରୁ ଗତ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କୁ ଦିଆଯାଇଥିବା ମହଙ୍ଗା ଭତ୍ତା (Dearness Allowance) ଉପରେ ରୋକ୍ ଲଗାଯାଇଥିଲା ।
ଅଧିକ ପଢ଼ନ୍ତୁ:-ବିହାରରେ ହେବ କ୍ଷମତା ପରିବର୍ତ୍ତନ, ରାଞ୍ଚି ଜେଲରେ ପ୍ରସ୍ତୁତ ହେଉଛି ସରକାର ଗଠନ ପାଇଁ ମାଷ୍ଟର ପ୍ଲାନ୍!
କେନ୍ଦ୍ର କର୍ମଚାରୀ (Central Govt Employees) ଓ ପେନସନଭୋଗୀମାନେ (Central Govt Pensioners) ୨୧ ପ୍ରତିଶତ ମହଙ୍ଗା ଭତ୍ତା (DA) ପାଆନ୍ତି । କିନ୍ତୁ ବର୍ତ୍ତମାନ ଏହା ୧୭ ପ୍ରତିଶତ ମିଳୁଛି । ଜୁନ୍ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ବ୍ୟବସ୍ଥା କରିଛନ୍ତି । ମନେ କରାଯାଉଛି ଯେ ଜୁନ୍ ୨୦୨୧ ପରେ ସରକାର ମହଙ୍ଗା ଭତ୍ତା ଉପରେ ରିହାତି ଦେଇପାରେ । ଯଦି ଏହା ହୁଏ, ଉଭୟ ବେତନ ଏବଂ ପେନସନ୍ ବୃଦ୍ଧି ପାଇବ । ଉଲ୍ଲେଖନୀୟ ଯେ, ଜାନୁଆରୀ ୧ ଏବଂ ଜୁଲାଇ ୧ରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି । ବେତନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏହାର ପରବର୍ତ୍ତୀ ବୈଠକରେ ଏହି ନିଷ୍ପତ୍ତି ନେଇପାରନ୍ତି ।
ଅଧିକ ପଢ଼ନ୍ତୁ:-ସୌରଭ ଗାଙ୍ଗୁଲିଙ୍କଠୁ ଜମି ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କଲେ ମମତା ସରକାର
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ପାଇଁ ମାସକୁ ଅତି କମରେ ୫୦୦୦ ଟଙ୍କା ଦରମା ବୃଦ୍ଧି ହେବ । ସେମାନଙ୍କର HRA, DA ଏବଂ TA ମଧ୍ୟ ବୃଦ୍ଧି ପାଇପାରେ । ଯଦି ଏହି ସବୁ ମିଶାଇ ଦିଏଯାଏ, ତେବେ ବିଭିନ୍ନ ପଦବୀରେ ପାଞ୍ଚ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ଯାଏ ବୃଦ୍ଧି ହୋଇପାରେ ।
ଅଧିକ ପଢ଼ନ୍ତୁ:-'ମମତା ବାନାର୍ଜୀଙ୍କୁ କଂଗ୍ରେସର ଶରଣରେ ଆସିବାକୁ ହିଁ ପଡ଼ିବ'
ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଯେଉଁମାନେ ସରକାରଙ୍କ ଅଧୀନରେ କାର୍ଯ୍ୟ କରନ୍ତି ସେମାନଙ୍କ ଜୀବନଧାରଣ ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡୁ, ତେଣୁ ସରକାର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଡିଏ ପ୍ରଦାନ କରନ୍ତି । ଏହି ବ୍ୟବସ୍ଥା ସପ୍ତମ ବେତନ ଆୟୋଗ ଅଧୀନରେ ଲାଗୁ ହୋଇଥାଏ ।
ଅଧିକ ପଢ଼ନ୍ତୁ:-ତେଜସ୍ୱୀଙ୍କ ଏହି ୫ଟି ଭୁଲ ଯୋଗୁଁ ନୀତିଶ ହେଲେ ମୁଖ୍ୟମନ୍ତ୍ରୀ
ସୂଚନାଯୋଗ୍ୟ, ୨୦୧୪ ରେ ସପ୍ତମ ବେତନ ଆୟୋଗ ଗଠନ କରାଯାଇଥିଲା । କେନ୍ଦ୍ର କର୍ମଚାରୀଙ୍କ ବେତନ, ପେନସନ୍ ଏବଂ ମହଙ୍ଗା ଭତ୍ତା ସହିତ ସବୁକିଛି ଏହି ଆୟୋଗର ସୁପାରିଶ ଅନୁଯାୟୀ ସ୍ଥିର ହୋଇଥାଏ । ରେଳବାଇ ଲ୍ୟାବ କର୍ମଚାରୀ, ସ୍ୱାସ୍ଥ୍ୟ ଏବଂ ମ୍ୟାଲେରିଆ ଇନ୍ସପେକ୍ଟର, ଷ୍ଟାଫ୍ ନର୍ସ, ଫିଜିଓଥେରାପିଷ୍ଟ, ରେଡିଓଗ୍ରାଫର, ଫାର୍ମାସିଷ୍ଟ, ଡାଏଟିସିଆନ୍ ଏବଂ ପରିବାର କଲ୍ୟାଣକାରୀ ସଂସ୍ଥା ଭଳି ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା ବୃଦ୍ଧିକୁ ଅନୁମୋଦନ କରିଛି ।
କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ଯେ ସେମାନଙ୍କର ସର୍ବନିମ୍ନ ଦରମା ୨୬,୦୦୦ ଟଙ୍କା ହେବା ଆବଶ୍ୟକ । ବର୍ତ୍ତମାନ ସେମାନଙ୍କୁ ୧୮,୦୦୦ ଟଙ୍କା ମିଳିଥାଏ । ସପ୍ତମ ବେତନ ଆୟୋଗ ଅଧୀନରେ ବେତନ ବୃଦ୍ଧି ହେବା ପରେ କେନ୍ଦ୍ର କର୍ମଚାରୀଙ୍କ ଏହ ଅଭିଯୋଗ ମଧ୍ୟ ଦୂର ହୋଇଯିବ ।