ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ଖୁସି ଖବର!
Advertisement
Article Detail0/zeeodisha/odisha873401

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ଖୁସି ଖବର!

ଏହାପୂର୍ବରୁ ସରକାର ଫ୍ୟାମିଲି ପେନସନକୁ ଅଢ଼େଇ ଗୁଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ଫ୍ୟାମିଲି ପେନସନର ସୀମାକୁ ୪୫ ହଜାରରୁ ୧.୨୫ ଲକ୍ଷକୁ ବୃଦ୍ଧି କରାଯାଇଛି । ପେନସନ୍ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ମୃତ ସରକାରୀ କର୍ମଚାରୀ / ପେନସନଭୋଗୀଙ୍କ ସେହି ଶିଶୁ / ଭାଇଭଉଣୀଙ୍କ ପେନସନକୁ ନେଇ ନିର୍ଦ୍ଦେଶ ଜାରି କରିଛି ।

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ଖୁସି ଖବର!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Government Employees: କୋରୋନା ସଙ୍କଟ ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (Dearness Allowance) ପ୍ରଦାନ କରାଯିବ । ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, କର୍ମଚାରୀମାନେ ଜୁଲାଇ ୧ ତାରିଖରୁ ଡିଏର ସମ୍ପୂର୍ଣ୍ଣ ଲାଭ ପାଇବେ । ମହଙ୍ଗା ଭତ୍ତା (DA) ର  ଅଟକି ଥିବା ତିନୋଟି କିସ୍ତିର ଦେୟ ଜୁଲାଇ ୧, ୨୦୨୧ରୁ ଆରମ୍ଭ ହେବ । କୋରୋନା ସଙ୍କଟ କାରଣରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଗତ ବର୍ଷ ଠାରୁ ବନ୍ଦ ରହିଆସିଛି ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ଅନେକ ନିୟମ: ଦରମା, PF, LTC ଏବଂ ଗ୍ରାଚ୍ୟୁଇଟିରେ ହେବ ବଡ଼ ପରିବର୍ତ୍ତନ!

ଏହାପୂର୍ବରୁ ସରକାର ଫ୍ୟାମିଲି ପେନସନକୁ ଅଢ଼େଇ ଗୁଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ଫ୍ୟାମିଲି ପେନସନର ସୀମାକୁ ୪୫ ହଜାରରୁ ୧.୨୫ ଲକ୍ଷକୁ ବୃଦ୍ଧି କରାଯାଇଛି । ପେନସନ୍ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ମୃତ ସରକାରୀ କର୍ମଚାରୀ / ପେନସନଭୋଗୀଙ୍କ ସେହି ଶିଶୁ / ଭାଇଭଉଣୀଙ୍କ ପେନସନକୁ ନେଇ ନିର୍ଦ୍ଦେଶ ଜାରି କରିଛି ।

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ: ଏହି ୩ଟି ରାଜ୍ୟର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...

କେନ୍ଦ୍ର କର୍ମଚାରୀଙ୍କ ବ୍ୟତୀତ ନିକଟରେ କିଛି ରାଜ୍ୟ ଦ୍ୱାରା ସରକାରୀ କର୍ମଚାରୀଙ୍କ ପାଇଁ ରିହାତି ପଦକ୍ଷେପ ମଧ୍ୟ ନିଆଯାଇଛି । ମଧ୍ୟପ୍ରଦେଶର କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ସ୍କେଲ୍ ଅନୁସାରେ ବକେୟାର ତୃତୀୟ କିସ୍ତିର ୭୫ ପ୍ରତିଶତ ରାଶି ହୋଲି ପୂର୍ବରୁ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି । ସରକାର କର୍ମଚାରୀମାନଙ୍କୁ ସପ୍ତମ ବେତନ ସ୍କେଲର ବକେୟା ପ୍ରଦାନ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ହୋଲି ଉପହାର! କର୍ମଚାରୀଙ୍କୁ ବିନା ସୁଧରେ ୧୦,୦୦୦ ଟଙ୍କା ଦେଉଛନ୍ତି ସରକାର

ଏଥି ସହିତ ତେଲେଙ୍ଗାନାର ସରକାରୀ କର୍ମଚାରୀଙ୍କ ବେତନରେ ୩୦ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ଏହା ବ୍ୟତୀତ ସରକାରୀ କର୍ମଚାରୀଙ୍କ ଅବସର ବୟସକୁ ୬୧ ବର୍ଷକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି ।