ଏହି ପରିବାର ପେନସନର ସର୍ବାଧିକ ସୀମା ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । କିନ୍ତୁ ଏଥିପାଇଁ କିଛି ନିୟମ ଓ ସର୍ତ୍ତ ମଧ୍ୟ ରଖାଯାଇଛି । ଆସନ୍ତୁ ଜାଣିବା ନିୟମ କ’ଣ ରହିଛି?
Trending Photos
ନୂଆଦିଲ୍ଲୀ: 7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । ସରକାର ପେନସନର ନିୟମ ପରିବର୍ତ୍ତନ କରିଛନ୍ତି । ନୂତନ ନିୟମ ଅନୁଯାୟୀ, ଯଦି ଉଭୟ ସ୍ୱାମୀ-ସ୍ତ୍ରୀ କେନ୍ଦ୍ର ସରକାରୀ କର୍ମଚାରୀ ଅଟନ୍ତି ଏବଂ ୧୯୭୨ ସିଭିଲ୍ ସର୍ଭିସେସ୍ (CCS-Pension), ୧୯୭୨ ନିୟମ ଅନୁଯାୟୀ ଅନ୍ତର୍ଭୁକ୍ତ ହୁଅନ୍ତି, ତେବେ ସେମାନଙ୍କ ମୃତ୍ୟୁ ହେବା ପରେ ସେମାନଙ୍କ ପିଲାମାନେ ଦୁଇଟି ପରିବାର ପେନସନ୍ ପାଇପାରିବେ ।
ଏହି ପରିବାର ପେନସନର ସର୍ବାଧିକ ସୀମା ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । କିନ୍ତୁ ଏଥିପାଇଁ କିଛି ନିୟମ ଓ ସର୍ତ୍ତ ମଧ୍ୟ ରଖାଯାଇଛି । ଆସନ୍ତୁ ଜାଣିବା ନିୟମ କ’ଣ ରହିଛି?
କେନ୍ଦ୍ର କର୍ମଚାରୀଙ୍କ ପେନସନ୍ ଉପରେ ନୂତନ ନିୟମ
କେନ୍ଦ୍ର ସରକାର ଏହାର କର୍ମଚାରୀ ତଥା ସେମାନଙ୍କ ପରିବାରକୁ ସାମାଜିକ ସୁରକ୍ଷା ଯୋଗାଉଛନ୍ତି । ସେଣ୍ଟ୍ରାଲ୍ ସିଭିଲ୍ ସର୍ଭିସେସ୍ (Central Civil Services, 1972) ର ନିୟମ ୫୪ର ଉପ-ନିୟମ (୧୧) ଅନୁଯାୟୀ, ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ଅଟନ୍ତି ଓ ସେହି ନିୟମ ଅନୁଯାୟୀ ଅନ୍ତର୍ଭୁକ୍ତ ହୁଅନ୍ତି, ସେମାନଙ୍କ ମୃତ୍ୟୁ ହେବା ପରେ ଉଭୟଙ୍କ ସନ୍ତାନ ପିତାମାତାଙ୍କ ପେନସନ୍ ପାଇବାକୁ ହକଦାର ହେବେ ।
ନିୟମ ଅନୁଯାୟୀ, ଯଦି ସେବା ସମୟରେ କିମ୍ବା ଅବସର ପରେ ପିତାମାତାଙ୍କ ମଧ୍ୟରୁ ଜଣେ ମରିଯାଏ, ତେବେ ବଞ୍ଚିଥିବା ପିତାମାତା ଅର୍ଥାତ୍ ପତି କିମ୍ୱା ପତ୍ନୀଙ୍କୁ ପେନସନ ମିଳିଥାଏ । ଉଭୟଙ୍କ ମୃତ୍ୟୁପରେ ସେମାନଙ୍କ ପିଲାମାନେ ଦୁଇଟି ଫ୍ୟାମିଲି ପେନସନ ପାଇବେ ।
ପୂର୍ବରୁ ପେନସନ ଉପରେ ଥିଲା ଏହି ନିୟମ
ଏହାପୂର୍ବରୁ ଯଦି ଉଭୟ ପେନସନଭୋଗୀଙ୍କର ମୃତ୍ୟୁ ହୋଇଗଲେ, ନିୟମ ୫୪ର ସବ୍ ନିୟମ (୩) ଅନୁଯାୟୀ, ପିଲାମାନଙ୍କ ପାଇଁ ଦୁଇଟି ପେନସନର ସୀମା ୪୫,୦୦୦ ଟଙ୍କା ଥିଲା । ନିୟମ ୫୪ର ଉପ ନିୟମ (୨) ଅନୁଯାୟୀ ପରିବାରର ଉଭୟ ପେନସନ୍ ୨୭,୦୦୦ ଟଙ୍କା ପ୍ରତି ମାସ ଥିଲା । ୫୦୦୦ରୁ ୨୭,୦୦୦ ଟଙ୍କା ପେନସନର ସୀମା ଷଷ୍ଠ ବେତନ ଆୟୋଗ ଅନୁଯାୟୀ CCS ନିୟମର ନିୟମ ୫୪ (୧୧) ଅନୁଯାୟୀ ସର୍ବାଧିକ ୯୦,୦୦୦୦ ଟଙ୍କା ପ୍ରତି ମାସର 50% ଓ 30% ହାରରେ ଅଛି ।
ପେନସନ୍ ଉପରେ ନୂଆ ନିୟମ କ’ଣ?
ସପ୍ତମ ବେତନ ଆୟୋଗ (7th Pay Commission) ପରେ ସରକାରୀ ଚାକିରିରେ ପେମେଣ୍ଟକୁ ସଂଶୋଧନ କରି ୨.୫ ଲକ୍ଷ ଟଙ୍କା ପ୍ରତି ମାସ କରାଯାଇଥିଲା । ସେବେଠାରୁ ସନ୍ତାନମାନଙ୍କୁ ଦିଆଯାଇଥିବା ପେନସନରେ ପରିବର୍ତ୍ତନ ଆସିଛି । ପେନସନ୍ ଓ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ର ବିଜ୍ଞପ୍ତି ଅନୁଯାୟୀ ଦୁଇଟି ସୀମାରେ ପରିବର୍ତ୍ତନ କରି ମାସକୁ ୧.୨୫ ଲକ୍ଷ ଟଙ୍କା ଓ ମାସକୁ ୭୫,୦୦୦ ଟଙ୍କା କରାଯାଇଛି ।
ଅଧିକ ପଢ଼ନ୍ତୁ:-ଏଣିକି ଋଷ ସହ ହାତ ମିଳାଇ ଆଫଗାନିସ୍ତାନରେ ଆମେରିକା କରିବ ପ୍ରହାର; ଏହିପରି ଆତଙ୍କୀଙ୍କ ହେବ ବିନାଶ
ଅଧିକ ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
ଅଧିକ ପଢ଼ନ୍ତୁ:-କ୍ୟାପଟେନଙ୍କ ପତ୍ନୀ ହୋଇପାରନ୍ତି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ, ସିଦ୍ଧୁଙ୍କୁ ମନେଇବେନି ହାଇକମାଣ୍ଡ!
ଅଧିକ ପଢ଼ନ୍ତୁ:-ଶାହ ଓ କ୍ୟାପଟେନଙ୍କ ସାକ୍ଷତକୁ ନେଇ କ’ଣ କହିଲା କଂଗ୍ରେସ?