ଶାହ ଓ କ୍ୟାପଟେନଙ୍କ ସାକ୍ଷତକୁ ନେଇ କ’ଣ କହିଲା କଂଗ୍ରେସ?
Advertisement
Article Detail0/zeeodisha/odisha996729

ଶାହ ଓ କ୍ୟାପଟେନଙ୍କ ସାକ୍ଷତକୁ ନେଇ କ’ଣ କହିଲା କଂଗ୍ରେସ?

ତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ କ୍ୟାପଟେନ କହିଛନ୍ତି ଯେ ତାଙ୍କ ଆଗରେ ଅନେକ ବିକଳ୍ପ ଅଛି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ପଞ୍ଜାବ ରାଜନୀତିରେ ଅମିତ ଶାହଙ୍କ ସହ ସିଂଙ୍କ ସାକ୍ଷାତ ଏକ ନୂଆ ଦିଗ ଭାବରେ ଦେଖାଯାଉଛି ।

ଶାହ ଓ କ୍ୟାପଟେନଙ୍କ ସାକ୍ଷତକୁ ନେଇ କ’ଣ କହିଲା କଂଗ୍ରେସ?

ନୂଆଦିଲ୍ଲୀ: Amarinder Singh Meets Amit Shah: ପଞ୍ଜାବ କଂଗ୍ରେସ (Punjab Congress) ରେ ବିବାଦ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ (Captain Amarinder Singh) ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏହି ବୈଠକକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଅମରିନ୍ଦର ସିଂ ବିଜେପି (BJP) ରେ ଯୋଗଦେବେ ବୋଲି ପ୍ରଶ୍ନ ଉଠିଛି । ତେବେ ବୈଠକ ପରେ କ୍ୟାପଟେନ  #NoFarmersNoFood  ସହ ଟ୍ୱିଟ କରି କହିଛନ୍ତି ଯେ ସେ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି ଯେ ତିନୋଟି କୃଷି ଆଇନ (Farm Laws) କୁ ରଦ୍ଦ କରି ସର୍ବନିମ୍ନ ସହାୟତା ମୂଲ୍ୟ (MSP) ନିଶ୍ଚିତ କରି ଗତ ୧୦ ମାସ ଧରି ଚାଲିଥିବା କୃଷି ଆନ୍ଦୋଳନର ସମସ୍ୟାର ସମାଧାନ କରାଯାଉ ।

କଂଗ୍ରେସର ଅଭିଯୋଗ

ଅନ୍ୟପକ୍ଷରେ କଂଗ୍ରେସ (Congress) ଅଭିଯୋଗ କରିଛି ଯେ ପଞ୍ଜାବରେ ଦଳିତ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି, ଯାହା ହଜମ ହେଉନାହିଁ ଓ ଶାହଙ୍କ ବାସଭବନ ଦଳିତ ବିରୋଧୀ ରାଜନୀତିର କେନ୍ଦ୍ର ପାଲଟିଛି । କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା (Congress chief spokesperson Randeep Surjewala) #NoFarmersNoFood ସହ ଟ୍ୱିଟ୍ କରି କହିଛନ୍ତି ଯେ, ''କ୍ଷମତାରେ ବସିଥିବା ମଠାଧୀଶଙ୍କ ଅହଂକାରରେ ଆଘାତ ଲାଗିଛି । କାରଣ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି ତ ସେମାନେ ପଚାରୁଛନ୍ତି କଂଗ୍ରେସରେ କିଏ ନିଷ୍ପତ୍ତି ନେଉଛନ୍ତି? ସେମାନେ ଦଳିତଙ୍କୁ ସର୍ବୋଚ୍ଚ ପଦବୀ ଦେବା କଥା ପସନ୍ଦ କରନ୍ତି ନାହିଁ । ଦଳିତ ବିରୋଧୀ ରାଜନୀତିର କେନ୍ଦ୍ର ଅନ୍ୟ କେଉଁଠି  ନୁହେଁ, ଅମିତ ଶାହଙ୍କ ବାସଭବନ ପାଲଟିଛି ।''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ଅମିତ ଶାହ ଓ ପିଏମ ମୋଦି ପଞ୍ଜାବରୁ ପ୍ରତିଶୋଧ ନିଆଁରେ ଜଳୁଛନ୍ତି । ସେମାନେ ପଞ୍ଜାବଠାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି କାରଣ ସେମାନେ କୃଷକ ବିରୋଧୀ କଳା ଆଇନରୁ ସେମାନଙ୍କର ପୁଞ୍ଜିପତି ସାଥୀମାନଙ୍କ ସ୍ୱାର୍ଥ ପୂରଣ କରିବାରେ ବିଫଳ ହୋଇଛନ୍ତି । ବିଜେପିର କୃଷକ ବିରୋଧୀ ଷଡଯନ୍ତ୍ର ସଫଳ ହେବ ନାହିଁ ।'' 

ଆପଣଙ୍କୁ କହି ରଖୁଛୁ ଯେ, କ୍ୟାପଟେନ ଅମରିନ୍ଦର ସିଂ ସେପ୍ଟେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ କଂଗ୍ରେସ ଦଳିତ ନେତା ଚରଣଜିତ ସିଂ ଚାନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲା । ଚାନ୍ନି ସେପ୍ଟେମ୍ବର ୨୦ରେ CM ଭାବରେ ଶପଥ ଗ୍ରହଣ କରିଥିଲେ ।

ସାକ୍ଷାତର ଅର୍ଥ କ’ଣ?

ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ କାର୍ଡ ଖୋଲି ନ ଥିବାରୁ ଏହି ବୈଠକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ, କିନ୍ତୁ ସେ ଦାବି କରିଛନ୍ତି ଯେ ସେ ରାଜନୀତି ଛାଡି ନାହାଁନ୍ତି ଏବଂ ଶେଷ ପର୍ଯ୍ୟନ୍ତ ଲଢିବେ । ନିକଟ ଅତୀତରେ ଦଳର ପଞ୍ଜାବ ୟୁନିଟ୍ ସଭାପତି ଭାବରେ ନିଯୁକ୍ତ ହୋଇଥିବା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବଜୋତ ସିଂ ସିଦ୍ଧୁଙ୍କ ଉପରେ କଂଗ୍ରେସ ଭେଟେରାନ ମଧ୍ୟ ଜୋରଦାର ପ୍ରହାର କରିଛନ୍ତି । ସିଦ୍ଧୁ ମଙ୍ଗଳବାର କଂଗ୍ରେସର ପଞ୍ଜାବ ୟୁନିଟର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

ତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ କ୍ୟାପଟେନ କହିଛନ୍ତି ଯେ ତାଙ୍କ ଆଗରେ ଅନେକ ବିକଳ୍ପ ଅଛି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ପଞ୍ଜାବ ରାଜନୀତିରେ ଅମିତ ଶାହଙ୍କ ସହ ସିଂଙ୍କ ସାକ୍ଷାତ ଏକ ନୂଆ ଦିଗ ଭାବରେ ଦେଖାଯାଉଛି ।

ନିକଟ ଭବିଷ୍ୟତରେ ଅମରିନ୍ଦର ସିଂ ବିଜେପିରେ ଯୋଗଦେବା ନେଇ ହୋଇଥିବା କଳ୍ପନା ଜଳ୍ପନାର ସୂଚନା ଦେଇ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏଭଳି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଏକ ସୂତ୍ରରୁ ଜଣାପଡିଛି ଯେ କେନ୍ଦ୍ରୀୟ କୃଷି ଆଇନ ସହ ଜଡିତ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ମୁଣ୍ଡ ନୁଆଇବେ କି ନାହିଁ ତାହା ଉପରେ ସବୁକିଛି ନିର୍ଭର କରେ ।

ସିଂଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ପଞ୍ଜାବର ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତିକୁ ମଧ୍ୟ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କିଛି ରିପୋର୍ଟରେ କୁହାଯାଇଛି ଯେ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟି ପାରନ୍ତି, ଯଦିଓ ଏହାର କୌଣସି ଆଧିକାରୀକ ପୃଷ୍ଟି ହୋଇନାହିଁ । ସୂତ୍ରରୁ ପ୍ରକାଶ ଯେ ଅମରିନ୍ଦର ଗୁଲାମ ନବୀ ଆଜାଦ ଓ କପିଲ ସିବଲଙ୍କ ସମେତ କଂଗ୍ରେସର 'ଗ୍ରୁପ୍ 23' ର କିଛି ନେତାଙ୍କୁ ମଧ୍ୟ ଭେଟି ପାରନ୍ତି ।

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା! ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍

ଅଧିକ ପଢ଼ନ୍ତୁ:-ଆଧାର କାର୍ଡରେ ଲାଗିଥିବା ଫଟୋରୁ ଆପଣ ଖୁସି ନୁହଁନ୍ତି କି? ତେବେ ଆଜି ହିଁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି

ଅଧିକ ପଢ଼ନ୍ତୁ:-କଂଗ୍ରେସକୁ ଲାଗିଲା ଆଉ ଏକ ବଡ଼ ଝଟକା, TMC ରେ ଯୋଗ ଦେଲେ ଲୁଇଜିନ୍ହୋ ଫାଲେରୋ

ଅଧିକ ପଢ଼ନ୍ତୁ:-BJP ରେ ସାମିଲ ହେବେ କ୍ୟାପଟେନ? ମିଳିପାରେ କୃଷି ମନ୍ତ୍ରୀ ପଦ