ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିବ ୧୩ ପ୍ରତିଶତ ମହଙ୍ଗା ଭତ୍ତା!
Advertisement
Article Detail0/zeeodisha/odisha851310

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିବ ୧୩ ପ୍ରତିଶତ ମହଙ୍ଗା ଭତ୍ତା!

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୨ରେ ଉପସ୍ଥାପିତ ହେବାକୁ ଯାଉଥିବା ବଜେଟରେ ଏହାର ସରକାରୀ ଘୋଷଣା ହୋଇପାରେ । ଯଦି ସରକାର ଡିଏକୁ ୧୩ ପ୍ରତିଶତ ବୃଦ୍ଧି କରନ୍ତି । ତେବେ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ ଉପକୃତ ହେବେ ।

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିବ ୧୩ ପ୍ରତିଶତ ମହଙ୍ଗା ଭତ୍ତା!

ଭୋପାଳ: ମଧ୍ୟପ୍ରଦେଶର ଶିବରାଜ ସରକାର (Shivraj Govt) ପୌର ନିର୍ବାଚନ ପୂର୍ବରୁ କର୍ମଚାରୀମାନଙ୍କୁ ଆକର୍ଷିତ କରିବାରେ ଲାଗିଛନ୍ତି । ଏହି କାରଣରୁ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୧୩ ପ୍ରତିଶତ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ସମସ୍ତ ବିଭାଗରୁ ସୂଚନା ନେଇ ୨୫ ପ୍ରତିଶତ ମହଙ୍ଗା ଭତ୍ତା (DA) କରିବା ପରେ ଅର୍ଥ ବିଭାଗ ହୋମୱାର୍କ କରିନେଇଛି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାର ୭ ଲକ୍ଷ ଲୋକଙ୍କୁ ଦେବେ ରୋଜଗାର, ଜାଣନ୍ତୁ କେବେ ଆରମ୍ଭ ହେବ ପ୍ରକ୍ରିୟା

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୨ରେ ଉପସ୍ଥାପିତ ହେବାକୁ ଯାଉଥିବା ବଜେଟରେ ଏହାର ସରକାରୀ ଘୋଷଣା ହୋଇପାରେ । ଯଦି ସରକାର ଡିଏକୁ ୧୩ ପ୍ରତିଶତ ବୃଦ୍ଧି କରନ୍ତି । ତେବେ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ ଉପକୃତ ହେବେ । ଏହାଦ୍ୱାରା ରାଜ୍ୟ କର୍ମଚାରୀଙ୍କ ଦରମା ସର୍ବନିମ୍ନ ୪୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କୁ ଲାଗିବ ବଡ଼ ଝଟକା!

ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟ କର୍ମଚାରୀମାନେ ବର୍ତ୍ତମାନ ୧୨ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି । କିନ୍ତୁ ଏହାକୁ ୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ଅର୍ଥ ବିଭାଗ ଗଣନା କରିଛି । ଯଦି ଏହା କାର୍ଯ୍ୟକାରୀ ହୁଏ, କର୍ମଚାରୀମାନେ ୧୩ ପ୍ରତିଶତ DA ର ଲାଭ ପାଇବେ ।

ଅଧିକ ପଢ଼ନ୍ତୁ:-ବଡ଼ ଖବର: ୩୩ ଲକ୍ଷ ଅଯୋଗ୍ୟ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିଷାନ ନିଧି'ର ଟଙ୍କା!

ତଥାପି, କର୍ମଚାରୀମାନେ ଜୁଲାଇ ୨୦୧୯ରେ ଘୋଷଣା କରାଯାଇଥିବା ୫ ପ୍ରତିଶତ ମହଙ୍ଗା ଭତ୍ତାର ବକେୟା ପାଇବେ ନାହିଁ । କମଲ ନାଥ ସରକାର ଏହା ପୂର୍ବରୁ ଏହା ଉପର ରୋକ ଲଗାଇ ରଖିଥିଲେ । ବର୍ତ୍ତମାନ ଶିବରାଜ ସରକାର ମଧ୍ୟ ଏହା ଉପରେ ଆଲୋଚନା କରୁନାହାଁନ୍ତି । କାରଣ ବକେୟା ଦେୟ ଉପରେ ସରକାରକୁ ୧୨୦୦ କୋଟି  ଟଙ୍କାର ଅତିରିକ୍ତ ବୋଝ ବହନ କରିବାକୁ ପଡ଼ିବ ।