ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି! ଜାଣନ୍ତୁ କେତେ ବଢ଼ିବ ଭ୍ରମଣ ଭତ୍ତା
Advertisement

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି! ଜାଣନ୍ତୁ କେତେ ବଢ଼ିବ ଭ୍ରମଣ ଭତ୍ତା

AICPI ଆଧାରରେ ଏହା କୁହାଯାଇପାରେ ଯେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବେ । ଏହା କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ବଡ଼ ଲାଭ ଦେବ । 

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି! ଜାଣନ୍ତୁ କେତେ ବଢ଼ିବ ଭ୍ରମଣ ଭତ୍ତା

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ୫୦ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ (Central Government Employees) ଓ ୬୦ ଲକ୍ଷରୁ ଅଧିକ ପେନସନଭୋଗୀ (Central Government Pensioners) ଙ୍କୁ ଖୁବ ଶୀଘ୍ର ମୋଦି ସରକାର (Modi Govt) ଏକ ଖୁସି ଖବର ଦେବାକୁ ଯାଉଛନ୍ତି । ବାସ୍ତବରେ, କେନ୍ଦ୍ର କର୍ମଚାରୀ ଦୀର୍ଘ ସମୟ ଧରି ମହଙ୍ଗା ଭତ୍ତା (DA) ବୃଦ୍ଧି ଘୋଷଣାକୁ  ଅପେକ୍ଷା କରି ବସିଛନ୍ତି । ଏହି ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହୋଇପାରେ । ଚଳିତ ମାସରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ୪ ପ୍ରତିଶତ ବୃଦ୍ଧି କରିବାର ଘୋଷଣା କେନ୍ଦ୍ର ସରକାର (Central Govt) କରିପାରନ୍ତି । ଏହାଦ୍ୱାରା ସେମାନଙ୍କ ଦରମା ସିଧାସଳଖ ବୃଦ୍ଧି ପାଇବ । ସେପଟେ ଶ୍ରମ ବିଭାଗ କିଛି ସମୟ ପୂର୍ବରୁ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI) ଘୋଷଣା କରିଛି । ଏହାଦ୍ୱାରା କେନ୍ଦ୍ର କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା ବୃଦ୍ଧି ହେବାର ଆଶା ବୃଦ୍ଧି ପାଇଛି । କେନ୍ଦ୍ର ସରକାର AICPI ରୁ ହିଁ DA ନିର୍ଣ୍ଣୟ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଟିଏମସିରେ ସାମିଲ ହେଲେ ଦଳର ଏହି ବରିଷ୍ଠ ନେତାଗଣ

AICPI ଆଧାରରେ ଏହା କୁହାଯାଇପାରେ ଯେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବେ । ଏହା କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ବଡ଼ ଲାଭ ଦେବ । ସପ୍ତମ ବେତନ ଆୟୋଗ (7th Pay Commission) ଅନୁଯାୟୀ, ଯଦି କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ସେମାନଙ୍କ ଭ୍ରମଣ ଭତ୍ତା (TA) ମଧ୍ୟ ୪ ପ୍ରତିଶତ ବୃଦ୍ଧି ପାଇବ । ତଥାପି, କେନ୍ଦ୍ର କର୍ମଚାରୀମାନଙ୍କୁ ୧ ଜୁଲାଇ ୨୦୨୦ରୁ ୧ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଡିଏ ଦିଆଯିବ ନାହିଁ । ବାସ୍ତବରେ, କୋରାନା ସଙ୍କଟ କାରଣରୁ କେନ୍ଦ୍ର ସରକାର ଏପ୍ରିଲ ୨୦୨୦ରେ ମହଙ୍ଗା ଭତ୍ତା ଉପରେ ପ୍ରତିବନ୍ଧକ ଲଗାଇଥିଲେ । କେନ୍ଦ୍ରର ଘୋଷଣା ଅନୁଯାୟୀ, ଜୁନ୍ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ର କର୍ମଚାରୀମାନେ ମହଙ୍ଗା ଭତ୍ତା ପାଇବେ ନାହିଁ ।

ଅଧିକ ପଢ଼ନ୍ତୁ:-ଦିଶା ରବିଙ୍କ ସମର୍ଥନରେ ବାହାରିଲେ ପ୍ରିୟଙ୍କା, ରାହୁଲ ଓ ଇମ୍ରାନ ସମେତ ଦେଶ-ବିଦେଶର ଏହି ସମସ୍ତ ନେତା

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀ ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ ୨୦୨୦ର ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରତି ଛଅ ମାସରେ ମିଳୁଥିବା ମହଙ୍ଗା ଭତ୍ତା (DA) ର ବୃଦ୍ଧି ଉପରେ ଆଗାମୀ ଏକ ବର୍ଷ ଅର୍ଥାତ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇ ରଖିଛନ୍ତି । ବର୍ତ୍ତମାନ ସେମାନଙ୍କୁ ୨୧ ପ୍ରତିଶତ ମହଙ୍ଗା ଭତ୍ତା (DA) ବଦଳରେ କେବଳ ୧୭ ପ୍ରତିଶତ ମହଙ୍ଗା ଭତ୍ତାର ଲାଭ ମିଳୁଛି । ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।