ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବଢ଼ିଲା ୫ ପ୍ରତିଶତ ମହଙ୍ଗା ଭତ୍ତା; ସରକାର କଲେ ଘୋଷଣା
Advertisement

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବଢ଼ିଲା ୫ ପ୍ରତିଶତ ମହଙ୍ଗା ଭତ୍ତା; ସରକାର କଲେ ଘୋଷଣା

Tripura Government Employees DA Hike, 7th Pay Commission: ଉଲ୍ଲେଖନୀୟ କଥା ହେଉଛି, ବିଗତ ଦିନରେ ଅନେକ ରାଜ୍ୟ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏବେ ତ୍ରିପୁରା ସରକାର ମହଙ୍ଗା ଭତ୍ତା ବୃଦ୍ଧି କରି ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । 

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବଢ଼ିଲା ୫ ପ୍ରତିଶତ ମହଙ୍ଗା ଭତ୍ତା; ସରକାର କଲେ ଘୋଷଣା

ନୂଆଦିଲ୍ଲୀ: Tripura Government Employees DA Hike, 7th Pay Commission: ସରକାରୀ କର୍ମଚାରୀଙ୍କ ଅପେକ୍ଷା ଶେଷ ହୋଇଛି । ସରକାର ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବା ଉପରେ ମୋହର ଲଗାଇଛନ୍ତି । ଏହା ଅଧୀନରେ ସରକାର ମହଙ୍ଗା ଭତ୍ତା  (DA Hike) କୁ ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ତ୍ରିପୁରା ସରକାର (Tripura Government) ରାଜ୍ୟର ସରକାରୀ କର୍ମଚାରୀ (State Government Employees) ଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମାଣିକ ସାହା (Manik Saha) ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ବିଗତ ଦିନରେ ଅନେକ ରାଜ୍ୟ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏବେ ତ୍ରିପୁରା ସରକାର ମହଙ୍ଗା ଭତ୍ତା ବୃଦ୍ଧି କରି ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ସେପଟେ ଆଗାମୀ କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅଛି । ଯାହାକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମାଣିକ ସାହା ଅନୁମୋଦନ କରିଛନ୍ତି । ଏହି ବର୍ଦ୍ଧିତ ଡିଏ ଜୁଲାଇ ୧, ୨୦୨୦ରୁ କାର୍ଯ୍ୟକାରୀ ହୋଇଛି । ରାଜ୍ୟର ମନ୍ତ୍ରୀ ସୁଶାନ୍ତ ଚୌଧୁରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ତ୍ରିପୁରାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଆକର୍ଷିତ କରିବା ପାଇଁ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସରକାରଙ୍କ ଏହି ନିଷ୍ପତ୍ତି ରାଜକୋଷ ଉପରେ ୫୨୩.୮୦ କୋଟି ଟଙ୍କାର ବୋଝ ବୃଦ୍ଧି କରିବ । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୧,୦୪,୬୮୩ କର୍ମଚାରୀଙ୍କ ବ୍ୟତୀତ ୮୦,୮୫୫ ପେନସନଭୋଗୀ ଲାଭ ପାଇବେ । ଅର୍ଥାତ୍ ଏହି ନିଷ୍ପତ୍ତି ଦ୍ୱାରା ତ୍ରିପୁରାର ସମୁଦାୟ ୧,୮୮,୪୯୪ କର୍ମଚାରୀ ଉପକୃତ ହେବେ ।

ଏହା ବି ପଢ଼ନ୍ତୁ:-ଚୀନ-ତାଇୱାନ ବିବାଦ ମଧ୍ୟରେ ଆରମ୍ଭ ହେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ, ଜାଣନ୍ତୁ ଏହି ଯୁଦ୍ଧର ମୁଖ୍ୟ କାରଣ

ଏହା ବି ପଢ଼ନ୍ତୁ:-ଆସନ୍ତାକାଲି ଠାରୁ ବଦଳିବ ପାଗ; ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

ଏହା ବି ପଢ଼ନ୍ତୁ:-ପୁଣି ୧୩୫ ଟ୍ରେନ ବାତିଲ କଲା ରେଲୱେ, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

 

ଏହାପୂର୍ବରୁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ମଧ୍ୟ ପ୍ରଦେଶର ୭.୫ ଲକ୍ଷ କର୍ମଚାରୀ ଉପକୃତ ହେବେ, କିନ୍ତୁ ରାଜକୋଷ ଉପରେ ୬୨୫ କୋଟି ଟଙ୍କା ଅତିରିକ୍ତ ବୋଝ ପଡ଼ିବ ।