ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ସିଏମ
Advertisement
Article Detail0/zeeodisha/odisha799908

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ସିଏମ

ରାଜ୍ୟ ସଚିବାଳୟରେ ତୃଣମୂଳ କଂଗ୍ରେସ ସମ୍ୱନ୍ଧୀତ ସରକାରୀ କର୍ମଚାରୀଙ୍କ ସଂଗଠନକୁ ସମ୍ବୋଧିତ କରିବାବେଳେ ବାନାର୍ଜୀ କହିଛନ୍ତି ଯେ ବଙ୍ଗଳାର କେନ୍ଦ୍ର ପାଖରେ ୟୁଜିସି ଅନୁଦାନ, ଜିଏସଟି ଏବଂ କୋଭିଡ-19 ବିରୋଧରେ ଲଢ଼େଇ ସମେତ ବିଭିନ୍ନ ଜିନିଷରେ ବକେୟା ରହିଛି ।

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ସିଏମ

ନୂଆଦିଲ୍ଲୀ: 7th Pay Commission, 7th CPC Latest News in Odia: ଆସନ୍ତା ମାସରୁ ସରକାରୀ କର୍ମଚାରୀଙ୍କ ପାଇଁ ତିନି ପ୍ରତିଶତ ମହଙ୍ଗା ଭତ୍ତା (DA) ବୃଦ୍ଧି କଲା ପଶ୍ଚିମବଙ୍ଗ ସରକାର (West Bengal Govt) । ଏହାର ଘୋଷଣା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamamta Banerjee) ଗୁରୁବାର କହିଛନ୍ତି ଯେ ନିଜ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୋଷ କେବେବି ସୁଖିବ ନାହିଁ । କେନ୍ଦ୍ର ସରକାରଙ୍କ ଠାରୁ ୮୫,୦୦୦ କୋଟି ଟଙ୍କା ବକେୟା ରାଶି ମିଳିବାର ଅଛି । 

ଅଧିକ ପଢ଼ନ୍ତୁ:-ସୁଧୁରୁନି ଆର୍ଦୋଗେନ, ସାମ୍ନାକୁ ଆସିଲା କାଶ୍ମୀରକୁ ନେଇ ତୁର୍କୀର ଭୟଙ୍କର ଷଡ଼ଯନ୍ତ୍ର

ରାଜ୍ୟ ସଚିବାଳୟରେ ତୃଣମୂଳ କଂଗ୍ରେସ ସମ୍ୱନ୍ଧୀତ ସରକାରୀ କର୍ମଚାରୀଙ୍କ ସଂଗଠନକୁ ସମ୍ବୋଧିତ କରିବାବେଳେ ବାନାର୍ଜୀ କହିଛନ୍ତି ଯେ ବଙ୍ଗଳାର କେନ୍ଦ୍ର ପାଖରେ ୟୁଜିସି ଅନୁଦାନ, ଜିଏସଟି ଏବଂ କୋଭିଡ-19 ବିରୋଧରେ ଲଢ଼େଇ ସମେତ ବିଭିନ୍ନ ଜିନିଷରେ ବକେୟା ରହିଛି ।

ସେ କହିଛନ୍ତି ଯେ, "ଆମକୁ ଆର୍ଥିକ ବକେୟା ମିଳୁନାହୁଁ । ଜିଏସଟି ବକେୟା ପ୍ରାୟ ଆଠ ହଜାର କୋଟିର ଅଛି । ଆର୍ଥିକ ସଙ୍କଟ ସତ୍ତ୍ୱେ ଆମେ ପୂର୍ବର ସମସ୍ତ ବେତନ ଆୟୋଗର ସୁପାରିଶ ପୂରଣ କରିଛୁ । ଜାନୁଆରୀ ୨୦୨୧ରୁ ଆମେ ୩ ପ୍ରତିଶତ ମହଙ୍ଗା ଭତ୍ତା ମଧ୍ୟ ଦେବୁ ।" 

ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କଲେ ମୋଦି ସରକାର

ବାନାର୍ଜୀ କହିଛନ୍ତି ଯେ, ଏହା ରାଜ୍ୟ ଖନନ ଉପରେ ୨୨୦୦ କୋଟି ଟଙ୍କାର ବୋଝ ପକାଇବ । କେନ୍ଦ୍ର ୮୫ ହଜାର କୋଟି ଟଙ୍କାରୁ ଅଧିକ ଦେୟ ପ୍ରଦାନ କରି ନାହିଁ କିନ୍ତୁ ଏହା ଆମକୁ ଲୋକଙ୍କୁ ଦେୟ ଦେବାରେ ରୋକି ପାରିବ ନାହିଁ ।