ସଙ୍କଟରେ ମମତା ସରକାର!
Advertisement
Article Detail0/zeeodisha/odisha796344

ସଙ୍କଟରେ ମମତା ସରକାର!

ଟିଏମସି ସାଂସଦ ସୌଗତ ରୟ  (TMC MP Saugata Roy) ଖାନଙ୍କ ମନ୍ତବ୍ୟ ଉପରେ ପାଲଟା ଆକ୍ରମଣ କରି  କହିଛନ୍ତି ଯେ, "ତାଙ୍କ ଭଳି ବିଜେପି ନେତାମାନେ ସମ୍ବିଧାନ ଏବଂ ଏହାର ବ୍ୟବସ୍ଥା ବିଷୟରେ କିଛି ଜାଣି ନାହାଁନ୍ତି । 

ସଙ୍କଟରେ ମମତା ସରକାର!

କୋଲକାତା: West Bengal Assembly Election 2021: ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ (TMC) ଓ ବିଜେପି (BJP) ମଧ୍ୟରେ ଜୋରଦାର ଲଢ଼େଇ ଆରମ୍ଭ ହୋଇସାରିଛି । ଟିଏମସିରେ ବିଦ୍ରୋହର ସ୍ୱର ମଧ୍ୟରେ ବିଜେପି ସାଂସଦ ସୌମିତ୍ର ଖାନ (BJP MP Soumitra Kha) ଦାବି କରିଛନ୍ତି ଯେ ରାଜ୍ୟପାଳ ଖୁବ ଶୀଘ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ କହିପାରିବେ । ଅନ୍ୟପକ୍ଷେ ଟିଏମସି କହିଛି ଯେ ଗେରୁଆ କ୍ୟାମ୍ପର ନେତାଙ୍କ ମନରେ ଲୋକତନ୍ତ୍ର ପ୍ରତି ସମ୍ମାନ ନାହିଁ । ଭାରତୀୟ ଜନତା ଯୁବମୋର୍ଚ୍ଚାର ପ୍ରଦେଶାଧ୍ୟକ୍ଷ ସୌମିତ୍ର ଖାନ କହିଛନ୍ତି ଯେ, କ୍ଷମତାଧାରୀ ଦଳରେ ବର୍ତ୍ତମାନର ବିଦ୍ରୋହ ଓ ଅସନ୍ତୋଷକୁ ଦେଖି ପ୍ରଶ୍ନ ଉଠୁଛି ଯେ ଗୃହରେ ଦଳ ପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ବିଧାୟକଙ୍କ ସମର୍ଥନ ରହିଛି କି ନାହିଁ ।

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ହେବାକୁ ଯାଉଛି ଏହି ଚାରୋଟି ବଡ଼ ପରିବର୍ତ୍ତନ, ଜାଣନ୍ତୁ କିପରି ପ୍ରଭାବିତ ହେବେ ଆପଣ

ଖାନ କହିଛନ୍ତି ଯେ, "ଯେଉଁଭଳି ଭାବରେ ବିଧାୟକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ଏବଂ ଟିଏମସି ଛାଡୁଛନ୍ତି । ରାଜ୍ୟପାଳ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିପାରନ୍ତି ... ଏକ ସମ୍ଭାବନା ଅଛି ।" ସେ ଆହୁରି କହିଛନ୍ତି ଯେ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି ।

ଟିଏମସି ସାଂସଦ ସୌଗତ ରୟ  (TMC MP Saugata Roy) ଖାନଙ୍କ ମନ୍ତବ୍ୟ ଉପରେ ପାଲଟା ଆକ୍ରମଣ କରି  କହିଛନ୍ତି ଯେ, "ତାଙ୍କ ଭଳି ବିଜେପି ନେତାମାନେ ସମ୍ବିଧାନ ଏବଂ ଏହାର ବ୍ୟବସ୍ଥା ବିଷୟରେ କିଛି ଜାଣି ନାହାଁନ୍ତି । ପ୍ରଥମ କଥା ହେଉଛି, ରାଜ୍ୟପାଳ ଏହି ପ୍ରକାର ଅସାମ୍ବିଧାନିକ ପଦକ୍ଷେପ ନେବେ ବୋଲି ଖାନ କିପରି ଜାଣିଲେ? ନିର୍ବାଚିତ ସରକାରଙ୍କ ସହ ଏହିପରି ବ୍ୟବହାର କରାଯାଇପାରିବ ନାହିଁ ... ଏବଂ ଅଧିକାଂଶ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି । ଗୃହରେ ୨୧୮ ଜଣ ବିଧାୟକଙ୍କ ସମର୍ଥନ ରହିଛି ।"

ଅଧିକ ପଢ଼ନ୍ତୁ:-'ଯେକୌଣସି ସମୟରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ, କର ପ୍ରସ୍ତୁତି'

ସୂଚନାଯୋଗ୍ୟ, ସେପଟେ ଶୁଭେନ୍ଦୁ ଅଧିକାରୀ (Shubhendu Adhikar) ଙ୍କ ସମେତ ଅନେକ ଟିଏମସି ନେତା ଦଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଳର ହାଇ କମାଣ୍ଡ ସହ ମତଭେଦ ଦେଖାଦେବାରୁ ଶୁଭେନ୍ଦୁ ଗତ ଶୁକ୍ରବାର ରାଜ୍ୟ ପରିବହନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ଟିଏମସି ଶୁଭେନ୍ଦୁଙ୍କୁ ହଟାଇବାକୁ ସାହସ କରୁନାହାଁନ୍ତି କାରଣ ଦଳ ଶୀଘ୍ର ଅଦୃଶ୍ୟ ହୋଇପାରେ ।