Accident on Expressway: କୁହୁଡ଼ି ସାଜିଲା କାଳ, ଭିନ୍ନ ଭିନ୍ନ ଦୁର୍ଘଟଣାରେ ୭ ମୃତ
Advertisement
Article Detail0/zeeodisha/odisha1521097

Accident on Expressway: କୁହୁଡ଼ି ସାଜିଲା କାଳ, ଭିନ୍ନ ଭିନ୍ନ ଦୁର୍ଘଟଣାରେ ୭ ମୃତ

ଆଜି ସୋମବାର ସକାଳୁ ବିଭିନ୍ନ ସ୍ଥାନରୁ ଦୁର୍ଘଟଣା ଜନିତ ଖବର ସାମ୍ନାକୁ ଆସିଛି। ଦେଶର ବିଭିନ୍ନ ସ୍ଥାନରେ ଦୁର୍ଘଟଣାର ଖବର ଆସିଛି। ଏଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇ ଚିକିତ୍ସାଧିନ ରହିଛନ୍ତି। 

Accident on Expressway: କୁହୁଡ଼ି ସାଜିଲା କାଳ, ଭିନ୍ନ ଭିନ୍ନ ଦୁର୍ଘଟଣାରେ ୭ ମୃତ

Accident on Expressway:  ନୂଆଦିଲ୍ଲୀ: ଘନ କୁହୁଡି (Heavy Fog) ଏବଂ ଡ୍ରାଇଭରର ଭୁଲ କ୍ରମାଗତ ବିପର୍ଯ୍ୟୟ ହୋଇ ଲୋକଙ୍କ ଜୀବନ ନେଉଛି। ବସ୍ ଡ୍ରାଇଭର ଉନ୍ନାଓର (Unnao) ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ (Agra Lucknow Expressway) ପଛରୁ DCM ଗାଡିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସ୍‌ରେ (Accident) ଯାତ୍ରା କରୁଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ତେବେ ଏହି ସ୍ଲିପର ବସଟି ଗୁଜରାଟର (Gujarat) ରାଜକୋଟରୁ (Rajkot) ଉତ୍ତରପ୍ରଦେଶର (Uttarpradesh) ଲଖିମପୁର ଖେରିକୁ (Laxmipur Kheri) ଯାଉଥିଲା। ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ ଆଶଙ୍କା କରାଯାଉଛି। ବସ ଡ୍ରାଇଭରଙ୍କ ଆଖି ଲାଗିଯିବା କାରଣରୁ ବସ ସିଧା ଯାଇ ଡିସିଏମ ଗାଡ଼ିରେ ଧକ୍କା ହୋଇଥିଲା। ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।ଆହତମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମୃତକଙ୍କ ଶବ ବ୍ୟବଛେଦ କରାଇଛି। 

ମିଳିଥିବା ସୂଚନା ମୁତାବକ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ଓ୍ୱେ ଉପରେ ହୋଇଥିବା ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଚାରିଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ରହିଥିବା ବେଳେ ଜଣେ ପୁରୁଷ ରହିଥିଲେ। ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିବା ନେଇ ସୂଚନା ରହିଛି। ଆହତଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟର ଓ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଏଠାରେ କହି ରଖୁ ପ୍ରବଳ ଶୀତ ଲହରୀ କାରଣରୁ ଭୋର ସମୟରୁ ଘନ କୁହୁଡ଼ି ହେଉଥିବା ଦେଖିବାକୁ ମିଳିଛି। 

ଉତ୍ତରପ୍ରଦେଶର କନୌଜରେ ମଧ୍ୟ ଭୟଙ୍କର ଦୁର୍ଘଟଣା କାରଣରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ୧୮ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏକ ଘରୋଇ ବେସରକାରୀ ବସ ଦିଲ୍ଲୀରୁ ଲକ୍ଷ୍ନୌ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ଏହି ବସରେ ପ୍ରାୟ ୪୦ ଜଣ ଲୋକ ରହିଥିଲେ। ପ୍ରାଥମିକ ତଦନ୍ତ ପରେ ମିଳିଥିବା ସୂଚନା ଅନୁଯାୟୀ ବସଟି ଦ୍ରୁତ ବେଗରେ ଆସୁଥିଲା। ତେବେ ଚାଲକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ପରେ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି। 

ସେହିପରି ମଧ୍ୟ ପ୍ରଦେଶ (Madhya Pradesh) ର ରାଜଧାନୀ ଭୋପାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Bhopal Car Accident) ଘଟିଛି । ଏହି ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଉଛନ୍ତି ବିଦିଶା ବିଜେପି (Vidisha BJP Leader) ର ପୂର୍ବତନ ଜିଲ୍ଲା ସଭାପତିଙ୍କ ପୁଅ (BJP Leader Son) ଓ ଜ୍ୱାଇଁ (BJP Leader Son In Law) । ଏଥି ମଧ୍ୟରୁ ଜ୍ୱାଇଁ ଦିଲ୍ଲୀର ଆମାଜନ କମ୍ପାନୀରେ ଜଣେ ଡେଭଲପର୍ ଥିଲେ । ଦୁର୍ଘଟଣା ରାତିରେ ସେମାନେ ଘରେ ଝିଅର ଜନ୍ମଦିନ ପାଳନ କରିଥିଲେ, ତା’ପରେ ହୋଟେଲକୁ ଯାଇ ନିଜ ଶଳା ଓ ସାଙ୍ଗଙ୍କ ସହ ରାତ୍ରୀ ଭୋଜନ କରିଥିଲେ । ଫେରୁଥିବା ସମୟରେ ଲିଙ୍କ୍ ରୋଡ୍-୧ରେ ଏକ ଦୁର୍ଘଟଣା ଘଟିଥିଲା ।​ ତାଙ୍କ କାର ଶିବାଜୀ ନଗର ଛକ ରୋଟାରୀ ସହିତ ଧକ୍କା ହୋଇ ଓଲଟି ପଡିଥିଲା । ଏୟାରବ୍ୟାଗ ମଧ୍ୟ ଖୋଲିଥିଲା, କିନ୍ତୁ ଟକ୍କର ଏତେ ଶକ୍ତିଶାଳୀ ଥିଲା ଯେ ଏୟାରବ୍ୟାଗ ଫାଟି ଯାଇଥିଲା । କାରର ପଛ ସିଟରେ ବସିଥିବା ଯୁବକ ଆହତ ହୋଇଛନ୍ତି ।

ଘଟଣାସ୍ଥଳ ନିକଟରେ ଏକ ସ୍ପିଡ୍ ବ୍ରେକର୍ ଆକୃତିର ଡ୍ରେନ୍ ସ୍ଲାବ୍ ତିଆରି କରାଯାଇଛି । ଏହା ରାସ୍ତା ଠାରୁ ପ୍ରାୟ ୧୦ ଇଞ୍ଚ ଉଚ୍ଚ ଅଟେ । ଓଭରସ୍ପିଡ୍ କାରଟି ଏହି ବ୍ରେକର୍ ଯୋଗୁ ଅନିୟନ୍ତ୍ରିତ ହୋଇ ୩ ଫୁଟ ପବନରେ ଡେଇଁ ପଡିଲା ଓ ସିଧାସଳଖ ଛକ ରୋଟାରୀକୁ ଯାଇ ଟକ୍କର ମାରିଥିଲା । ଏହା ପରେ ୧୫ ଫିଟ ଟାଣି ଡ୍ରାଇଭର ପାର୍ଶ୍ୱରେ ଥିବା ଟ୍ରାଫିକ ଆଇଲାଣ୍ଡ ସହିତ ମୁହାଁମୁହିଁ ହୋଇ ଓଲଟି ପଡିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

Also Read: MP Car Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବିଜେପି ନେତାଙ୍କ ପୁଅ ଓ ଜ୍ୱାଇଁଙ୍କ ମୃତ୍ୟୁ

Also Read: ଭୟଙ୍କର ବସ୍ ଦୁର୍ଘଟଣାରେ ୪୦ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଗୁରୁତର