ମହା ସଙ୍କଟ: ନିଜ ଲଢ଼େଇ ନିଜେ ଲଢ଼ୁ ଆଫଗାନିସ୍ତାନ, କୌଣସି ସାହାଯ୍ୟ କରିବାକୁ ମନା କରିଦେଲା ଆମେରିକା
Advertisement
Article Detail0/zeeodisha/odisha962821

ମହା ସଙ୍କଟ: ନିଜ ଲଢ଼େଇ ନିଜେ ଲଢ଼ୁ ଆଫଗାନିସ୍ତାନ, କୌଣସି ସାହାଯ୍ୟ କରିବାକୁ ମନା କରିଦେଲା ଆମେରିକା

ଆଫଗାନିସ୍ତାନ (Afghanistan) ରେ ତାଲିବାନ (Taliban) ର ଆକ୍ରମଣ ଯୋଗୁଁ ପରିସ୍ଥିତି ଭୟଙ୍କର ହୋଇପଡ଼ିଛି । ଏଠାରେ ନାଗରିକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ଆମେରିକା (America) ଠାରୁ ସାହାଯ୍ୟର ସର୍ବାଧିକ ଆଶା ରଖିଥିଲା, କିନ୍ତୁ ବର୍ତ୍ତମାନ ରାଷ୍ଟ୍ରପତି ବାଇଡେନ (US President Joe Biden) ଏହି ଆଶାକୁ ନିରାଶରେ ପରିଣତ କରିଛନ୍ତି ।

ମହା ସଙ୍କଟ: ନିଜ ଲଢ଼େଇ ନିଜେ ଲଢ଼ୁ ଆଫଗାନିସ୍ତାନ, କୌଣସି ସାହାଯ୍ୟ କରିବାକୁ ମନା କରିଦେଲା ଆମେରିକା

ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ରେ ତାଲିବାନ (Taliban) ର ଆକ୍ରମଣ ଯୋଗୁଁ ପରିସ୍ଥିତି ଭୟଙ୍କର ହୋଇପଡ଼ିଛି । ଏଠାରେ ନାଗରିକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ଆମେରିକା (America) ଠାରୁ ସାହାଯ୍ୟର ସର୍ବାଧିକ ଆଶା ରଖିଥିଲା, କିନ୍ତୁ ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଏହି ଆଶାକୁ ନିରାଶରେ ପରିଣତ କରିଛନ୍ତି । ବାସ୍ତବରେ, ଆଫଗାନିସ୍ତାନର ବୃହତ ଅଞ୍ଚଳ ତାଲିବାନର ନିୟନ୍ତ୍ରଣରେ ଆସିଥିବା ସତ୍ତ୍ୱେ ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ଓ ସେ ଏହାକୁ କୌଣସି ପ୍ରକାରେ ବଦଳାଇବାକୁ ମୁଡରେ ନାହାଁନ୍ତି ।

ହ୍ୱାଇଟ ହାଉସ ଅନୁଯାୟୀ, ରାଷ୍ଟ୍ରପତି ବାଇଡେନ (Joe Biden) ସେପ୍ଟେମ୍ବର ୧୧ ସୁଦ୍ଧା ଆଫଗାନିସ୍ତାନର ଯୁଦ୍ଧ କ୍ଷେତ୍ରରୁ ନିଜର ଅବଶିଷ୍ଟ ସୈନ୍ୟ ଦ୍ୱାରା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏପର୍ଯ୍ୟନ୍ତ ୯୦ ପ୍ରତିଶତରୁ ଅଧିକ ଆମେରିକୀୟ ସୈନ୍ୟ (US Army) ପ୍ରତ୍ୟାହାର କରି ନିଆଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲା ହ୍ରାସ ମଧ୍ୟରେ ଅନେକ ରାଜ୍ୟ ଖୋଲିଲେ ସ୍କୁଲ, ସେପଟେ WHO ର ମୁଖ୍ୟ ବୈଜ୍ଞାନିକ ଦେଲେ ଚେତାବନୀ

ବାଇଡେନ ତାଙ୍କ ନିଷ୍ପତ୍ତି ଉପରେ କହିଛନ୍ତି ଯେ ଆମେ ୨୦ ବର୍ଷରେ ଏକ ଟ୍ରିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଛୁ । ଆମେ ୩,୦୦,୦୦୦ ରୁ ଅଧିକ ଆଫଗାନିସ୍ତାନ ସୈନ୍ୟଙ୍କୁ ତାଲିମ ଓ ସୁସଜ୍ଜିତ କରିଛୁ । ଆମେ ହଜାର ହଜାର ଆମେରିକୀୟ ସୈନିକଙ୍କୁ ହରାଇଛୁ । ଆଫଗାନିସ୍ତାନକୁ ବର୍ତ୍ତମାନ ନିଜ ଦେଶ ପାଇଁ ଲଢିବାକୁ ପଡିବ ଓ ଏଥିପାଇଁ ଆଫଗାନ ନେତାମାନଙ୍କୁ ଏକାଠି ହେବାକୁ ପଡ଼ିବ ।

ଏହାପୂର୍ବରୁ ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି ଗଣମାଧ୍ୟମକୁ କହିଛନ୍ତି ଯେ, ଆମେରିକା ସେହି ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆଫଗାନିସ୍ତାନ ଯାଇଥିଲା, ଯେଉଁମାନେ ସେପ୍ଟେମ୍ବର ୧୧ରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲା, ଏହାର ଉଦ୍ଦେଶ୍ୟ ଆମେରିକା ଉପରେ ଆକ୍ରମଣ କରିବା ପାଇଁ ଆଫଗାନିସ୍ତାନକୁ ସୁରକ୍ଷିତ ସ୍ଥାନ ଭାବେ ବ୍ୟବହାର କରୁଥିବା ଆତଙ୍କବାଦୀଙ୍କୁ ନିପାତ କରିବାର ଥିଲା । ଆମେ ସେହି ଲକ୍ଷ୍ୟଗୁଡ଼ିକୁ କିଛି ବର୍ଷ ପୂର୍ବରୁ ହାସଲ କରିଛୁ ।

ଅଧିକ ପଢ଼ନ୍ତୁ:-ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ୪୯୭ ସଂକ୍ରମିତଙ୍କ ମୃତ୍ୟୁ

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ ଯୋଗୁଁ ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଦେଶରେ ତାଲିବାନ ଆତଙ୍କୀଙ୍କ ଦଖଲ ବୃଦ୍ଧି ପାଉଛି । ସୂଚନାନୁସାରେ, ତାଲିବାନ ଏପର୍ଯ୍ୟନ୍ତ ଆଫଗାନିସ୍ତାନର ପାଞ୍ଚଟି ପ୍ରଦେଶର ରାଜଧାନୀକୁ କବଜା କରି ନେଇଛି, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେପଟେ ଭାରତୀୟ ଦୂତାବାସ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଜ ନାଗରିକଙ୍କୁ ଭାରତକୁ ଫେରିବା ଅପିଲ କରୁଛି ।

ଅଧିକ ପଢ଼ନ୍ତୁ:-ଏହି କାରଣରୁ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ସଙ୍କୋଚ କରନ୍ତି ମହିଳା