ଆଶ୍ଚର୍ଯ୍ୟର କଥା, ଯେଉଁ ଦିନ ଚାଇନା LAC ର ଦାୟିତ୍ୱରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର କମାଣ୍ଡରଙ୍କୁ ବଦଳାଇଲା, ପାକିସ୍ତାନ ମଧ୍ୟ LoC ରେ କମାଣ୍ଡର ବଦଳାଇଛି ।
Trending Photos
ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ରେ ତାଲିବାନ (Taliban) କ୍ଷମତା ସମ୍ଭାଳିବା ମାତ୍ରେ ଉଭୟ ଚୀନ୍ (China) ଓ ପାକିସ୍ତାନ (Pakistan) ଭାରତ (India) ସୀମାରେ ନିଜର କମାଣ୍ଡର (commanders) ଙ୍କୁ ପରିବର୍ତ୍ତନ କରିଛନ୍ତି । ଚାଇନାର PLA ସେନା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (WTC) ର ଜଣେ ନୂତନ କମାଣ୍ଡଙ୍କୁ ନିଯୁକ୍ତ କରିଛି । ଗତ ଏକ ବର୍ଷରେ ଚାରିଜଣ WTC କମାଣ୍ଡରଙ୍କୁ ପରିବର୍ତ୍ତନ କରାଯାଇଛି । ଏଥି ସହିତ ପାକିସ୍ତାନ ମଧ୍ୟ LoC ର ଦାୟିତ୍ୱ ନିର୍ବାହ କରୁଥିବା ରାୱଲପିଣ୍ଡି କର୍ପସର କମାଣ୍ଡରଙ୍କୁ ପରିବର୍ତ୍ତନ କରିଛି ।
ସୂଚନା ଅନୁଯାୟୀ, ଚୀନ୍ ଏହାର ପାଞ୍ଚ ଜଣ କମାଣ୍ଡୋଙ୍କୁ ପଦୋନ୍ନତି ଦେଇ ଜେନେରାଲ୍ ପଦ ପ୍ରଦାନ କରିଛି । ଏହି ଜେନେରାଲମାନଙ୍କର ପଦୋନ୍ନତି ସମାରୋହରେ ନିଜେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଉପସ୍ଥିତ ଥିଲେ । କିନ୍ତୁ ଏହି ପାଞ୍ଚ ଜଣ ଜେନେରାଲଙ୍କ ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଲା ଜେନେରାଲ ୱାଙ୍ଗ ହାଇଜିଆଙ୍ଗ, ଯିଏକି ପିଏଲଏ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (WTC) ର କମାଣ୍ଡର ଭାବରେ ନିଯୁକ୍ତ ହୋଇଛନ୍ତି । ଚାଇନାର ଜିନଜିଆଙ୍ଗ ଓ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳ ତଥା ଭାରତ ସହିତ ଲାଗିଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ପାଇଁ WTC ଦାୟିତ୍ୱ ନିର୍ବାହ କରିଥାଏ ।
ଗତ ଏକ ବର୍ଷ ମଧ୍ୟରେ ଚାଇନା WTC କମାଣ୍ଡର ଚାରିଜଣ କମାଣ୍ଡରଙ୍କୁ ବଦଳାଇଛି । ଯଦିଓ ଚୀନ୍ ଏହି ପରିବର୍ତ୍ତନ ପାଇଁ କୌଣସି କାରଣ ଦେଇନାହିଁ, ତଥାପି ବିଶ୍ୱାସ କରାଯାଏ ଯେ ପୂର୍ବ ଲଦାଖ ସଂଲଗ୍ନ LAC ସହିତ ଚାଲିଥିବା ପରିସ୍ଥିତିକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅସନ୍ତୁଷ୍ଟ । ଏହାର କାରଣ ହେଉଛି ଯେ ଯେବେଠାରୁ ପୂର୍ବ ଲଦାଖ ନିକଟରେ ଥିବା LAC ଉପରେ ଭାରତ ସହ ତିକ୍ତତା ଆରମ୍ଭ ହୋଇଛି ଚୀନ୍ ଚାରିଜଣ କମାଣ୍ଡରଙ୍କୁ ବଦଳାଇ ଦେଇଛନ୍ତି ।
ଆଶ୍ଚର୍ଯ୍ୟର କଥା, ଯେଉଁ ଦିନ ଚାଇନା LAC ର ଦାୟିତ୍ୱରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର କମାଣ୍ଡରଙ୍କୁ ବଦଳାଇଲା, ପାକିସ୍ତାନ ମଧ୍ୟ LoC ରେ କମାଣ୍ଡର ବଦଳାଇଛି । ପାକିସ୍ତାନୀ ସେନା ଲେଫ୍ଟନାଣ୍ଟ ଜେନେରାଲ ସାହିର ଶମଶାଦ ମିର୍ଜାଙ୍କୁ ରାୱଲପିଣ୍ଡି କର୍ପସ (୧୦ କର୍ପସ) ର କମାଣ୍ଡର ଭାବରେ ନିଯୁକ୍ତ କରିଛି । ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ର ଦାୟିତ୍ୱ 'ପିଣ୍ଡି କର୍ପସ୍' ପାଖରେ ରହିଛି ।
ତେବେ ଚୀନ୍ ପରି ପାକିସ୍ତାନ ମଧ୍ୟ ଏହାର ଅନେକ କମାଣ୍ଡରଙ୍କ ଦାୟିତ୍ୱକୁ ବଦଳାଇ ଦେଇଛି । ପାକିସ୍ତାନୀ ସେନା ଏହାର ଷ୍ଟ୍ରାଇକ୍ କର୍ପସ (ମୁଲତାନ କର୍ପସ) ର କମାଣ୍ଡରଙ୍କୁ ମଧ୍ୟ ବଦଳାଇଛି । ଏହା ସହିତ ପାକିସ୍ତାନ ଏକ ନୂତନ ଜେନେରାଲ ଷ୍ଟାଫଙ୍କୁ ମଧ୍ୟ ନିଯୁକ୍ତ କରିଛି ।
ଅଧିକ ପଢ଼ନ୍ତୁ:-ତାଲିବାନକୁ ନେଇ ଆମେରିକାର ଚିନ୍ତା ବଢ଼ାଇଲେ ଚୀନ୍ ଓ ପାକିସ୍ଥାନ, ବାଇଡେନ ଦେଲେ ଏହି ବଡ଼ ବୟାନ
ଅଧିକ ପଢ଼ନ୍ତୁ:-BPCL ର LPG ଗ୍ରାହକଙ୍କୁ ମିଳିବା ଜାରି ରହିବ ସବସିଡି, ତିଆରି କଲା ଏକ ଅଲଗା ପ୍ଲାଟଫର୍ମ