ବାଗଲାନ ପ୍ରଦେଶକୁ କବଜା କଲା ଅହମ୍ମଦ ମାସୁଦଙ୍କ ସେନା, ୩୦୦ରୁ ଉର୍ଦ୍ଧ୍ୱ ତାଲିବାନ ଆତଙ୍କୀ ନିହତ
Advertisement
Article Detail0/zeeodisha/odisha971030

ବାଗଲାନ ପ୍ରଦେଶକୁ କବଜା କଲା ଅହମ୍ମଦ ମାସୁଦଙ୍କ ସେନା, ୩୦୦ରୁ ଉର୍ଦ୍ଧ୍ୱ ତାଲିବାନ ଆତଙ୍କୀ ନିହତ

ପଞ୍ଜଶିରରେ ତାଲିବାନର ରାସ୍ତା ଆଦୌ ସହଜ ହେବ ନାହିଁ କାରଣ ଏହି ସମଗ୍ର ଅଞ୍ଚଳ ଉତ୍ତର ଆଲାଇନ୍ସର ଏକ ଗଡ଼ ଅଟେ । ଚାରିଆଡେ ଉଚ୍ଚ ପାହାଡ ଅଛି ଯେଉଁଠାରେ ଉତ୍ତର ଆଲାଇନ୍ସର ଯୋଦ୍ଧା ମୁତୟନ ଅଛନ୍ତି । ଏଭଳି ପରିସ୍ଥିତିରେ ତାଲିବାନ ଆତଙ୍କୀଙ୍କ ଉପରେ ଉଚ୍ଚତାରୁ ଗୁଳି ବର୍ଷା କରାଯିବ, ଯେଉଁଥିରୁ ସେମାନଙ୍କୁ ରକ୍ଷା ପାଇବାର ସମ୍ଭାବନା ବହୁତ କମ୍ ରହିବ ।

ବାଗଲାନ ପ୍ରଦେଶକୁ କବଜା କଲା ଅହମ୍ମଦ ମାସୁଦଙ୍କ ସେନା, ୩୦୦ରୁ ଉର୍ଦ୍ଧ୍ୱ ତାଲିବାନ ଆତଙ୍କୀ ନିହତ

କାବୁଲ: Taliban take over Afghanistan: ଆଫଗାନିସ୍ତାନ (Afghanistan) ର ଏକମାତ୍ର ଅଞ୍ଚଳ ପଞ୍ଜଶିର (Panjshir) ତାଲିବାନ (Taliban) ନିୟନ୍ତ୍ରଣରେ ନାହିଁ । ବର୍ତ୍ତମାନ ତାଲିବାନ ଆତଙ୍କବାଦୀମାନେ ପଞ୍ଜଶିର ଦଖଲ କରିବାକୁ ଅଗ୍ରସର ହେଉଛନ୍ତି । କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ (Amrullah Saleh) ଏହାକୁ ତାଲିବାନର ଆତ୍ମଘାତୀ ପଦକ୍ଷେପ ବୋଲି କହିଛନ୍ତି । ସାଲେହ ଦାବି କରିଛନ୍ତି ଯେ ପଞ୍ଜଶିରକୁ ଯାଉଥିବା ସଲାଙ୍ଗ ରାଜପଥକୁ ବନ୍ଦ କରିଦିଆଯାଇଛି ।

ପଞ୍ଜଶିର ଅଭିମୁଖେ ଯାଉଥିବା ଆନ୍ଦ୍ରାବ ଉପତ୍ୟକାରେ ନର୍ଦର୍ନ ଆଲାଇନ୍ସ (Northern Alliance) ର ଆକ୍ରମଣରେ ଅନେକ ତାଲିବାନ ଆତଙ୍କୀ ନିହତ ହୋଇଥିବା କୁହାଯାଉଛି । ଏଠାରେ ଘାତ ଲଗାଇ ତାଲିବାନ ଉପରେ ଆକ୍ରମଣ କରାଯାଇଥିଲା । ଏହାପୂର୍ବରୁ ବାଗଲାନର ଜବଲ-ଇ-ସିରାଜରେ ୩୦୦ରୁ ଅଧିକ ତାଲିବାନ ନିହତ ହୋଇଥିବା ଦାବି କରାଯାଇଛି ।

ତାଲିବାନ ଦଖଲରୁ ମୁକ୍ତ ହେଲା ବାଗଲାନ ପ୍ରଦେଶ 

ସାଲେହ ଓ  ଅହମ୍ମଦ ମାସୁଦଙ୍କ Northern Alliance ବାଗଲାନ ପ୍ରଦେଶକୁ ତାଲିବାନ ଦଖଲରୁ ମୁକ୍ତ କରାଇଥିଲା । ୩୪ଟି ପ୍ରଦେଶ ଥିବା ଆଫଗାନିସ୍ତାନର ବର୍ତ୍ତମାନ ଦୁଇଟି ପ୍ରଦେଶରେ ଆଫଗାନ ପତାକା ଉଡୁଥିବାବେଳେ ୩୨ଟି ପ୍ରଦେଶ ତାଲିବାନ ଅଧୀନରେ ଅଛି । ଏହି ବିଜୟ ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି ସାଲେହଙ୍କର ଏକ ନୂଆ ଫଟୋ ସାମ୍ନାକୁ ଆସିଛି ​​ଯେଉଁଥିରେ ସେ ଏକ ପ୍ଲାକାର୍ଡ ସହ ନଜର ଆସିଛନ୍ତି । ପଛରେ ଆଫଗାନିସ୍ତାନର ପତାକା ଅଛି ଓ ପ୍ଲେ କାର୍ଡରେ 'ଆଲ୍ଲା ମହାନ୍' ଲେଖା ଅଛି ।

ଆଫଗାନିସ୍ତାନରୁ ଆସୁଥିବା ଖବର ଅନୁଯାୟୀ ବାଗଲାନ ଯୁଦ୍ଧରେ ୩୦୦ରୁ ଅଧିକ ତାଲିବାନ ଆତଙ୍କୀ ନିହତ ହୋଇଛନ୍ତି । ତାଲିବାନ ବାଗଲାନରେ ୩୦ରୁ ଅଧିକ ସଶସ୍ତ୍ର ଯାନ, ଲ୍ୟାଣ୍ଡମାଇନ ଏବଂ ଅସ୍ତ୍ରଶସ୍ତ୍ର ଛାଡି କାବୁଲକୁ ପଳାୟନ କରିଛି । ବାଗଲାନର ଡିହ ସାଲାହ ଜିଲ୍ଲାରେ ଉତ୍ତର ଆଲାଇନ୍ସର ବିଜୟ ପରେ ସେଠାରେ ଗାଡିରେ ଆଫଗାନିସ୍ତାନ ପତାକା ଗର୍ବର ସହିତ ଉଡୁଛି ।

କାବୁଲରୁ ବାଗଲାନ୍ ପର୍ଯ୍ୟନ୍ତ ଦୂରତା ପ୍ରାୟ ୨୬୩ କିମି ହେବ । ଏଠାରେ ତାଲିବାନ ପାଇଁ ପରାଜୟର ଅର୍ଥ ନିଶ୍ଚିତ ଭାବରେ କାବୁଲର କ୍ଷମତା ଦଖଲ କରିଥିବା ତାଲିବାନ ଆତଙ୍କୀଙ୍କୁ ଭୟଭୀତ କରାଇଥିବ । ସେହିଭଳି ନିର୍ଦର୍ନ ଆଲାଇନ୍ସର ଏହି ବିଜୟ ପରେ ଆଫଗାନ ଗଣତନ୍ତ୍ରର ସମର୍ଥକମାନେ ଯେଉଁ ନାରା ଲଗାଛନ୍ତି ତାହା ସମଗ୍ର ଆଫଗାନିସ୍ତାନରେ ବିଜୟର ନୂଆ ଆଶା ଦେଖାଦେଇଛି । 

ଅଧିକ ପଢ଼ନ୍ତୁ:-ବାଇଡେନଙ୍କୁ ତାଲିବାନର ଖୋଲା ଧମକ, କହିଲେ-ଯଦି ଆମେରିକା...

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଉ ଏକ ଗୁଡ୍ ନ୍ୟୁଜ୍

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ବଡ଼ ଖୁଲାସା: ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଥିଲା ଲାଡେନ, ୨୦୧୦ରେ ହିଁ ଦେଇଥିଲା ଏହି ଚେତାବନୀ

ନିଜ ଆତଙ୍କୀଙ୍କୁ ପଞ୍ଜଶିରରେ ଏକାଠି କରୁଛି ତାଲିବାନ 

ଅନ୍ୟପକ୍ଷରେ ତାଲିବାନ ବାଗଲାନରେ ପରାଜୟର ସାମ୍ନା କରିବା ପରେ ପଞ୍ଜଶିରରେ ନିଜ ଯୋଦ୍ଧାମାନଙ୍କୁ ଏକାଠି କରୁଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ନିଜେ ଏହି ସୂଚନା ଦେଇଛନ୍ତି । ସାଲେହ ଲେଖିଛନ୍ତି ଯେ, "ପଡୋଶୀ ଆନ୍ଦ୍ରାବ ପ୍ରଦେଶରେ ପରାଜିତ ହେବା ପରେ ତାଲିବାନ ପଞ୍ଜଶୀର ଉପତ୍ୟକା ପ୍ରବେଶ ଦ୍ୱାର ନିକଟରେ ନିଜର ଯୋଦ୍ଧାଙ୍କୁ ଏକାଠି କରିବା ଆରମ୍ଭ କରିଛି । ଏହି ସମୟରେ ସଲାଙ୍ଗ ରାଜପଥକୁ ଆମର ଯୋଦ୍ଧାମାନେ ବନ୍ଦ କରି ଦେଇଛନ୍ତି । ଏପରି କିଛି କ୍ଷେତ୍ର ଅଛି ଯେଉଁଠାରେ ଯିବା ଠାରୁ ଦୂରେଇ ରହିବା ଉଚିତ୍' ... ଶୀଘ୍ର ଦେଖା ହେବ।"

ପଞ୍ଜଶିରରେ ତାଲିବାନର ରାସ୍ତା ଆଦୌ ସହଜ ହେବ ନାହିଁ କାରଣ ଏହି ସମଗ୍ର ଅଞ୍ଚଳ ଉତ୍ତର ଆଲାଇନ୍ସର ଏକ ଗଡ଼ ଅଟେ । ଚାରିଆଡେ ଉଚ୍ଚ ପାହାଡ ଅଛି ଯେଉଁଠାରେ ଉତ୍ତର ଆଲାଇନ୍ସର ଯୋଦ୍ଧା ମୁତୟନ ଅଛନ୍ତି । ଏଭଳି ପରିସ୍ଥିତିରେ ତାଲିବାନ ଆତଙ୍କୀଙ୍କ ଉପରେ ଉଚ୍ଚତାରୁ ଗୁଳି ବର୍ଷା କରାଯିବ, ଯେଉଁଥିରୁ ସେମାନଙ୍କୁ ରକ୍ଷା ପାଇବାର ସମ୍ଭାବନା ବହୁତ କମ୍ ରହିବ ।