ଋଷକୁ ଯୁଦ୍ଧ ଧମକ ଦେଲା ଆମେରିକା ତ ଚୀନକୁ ଲାଗିଲା 'ମିର୍ଚି', କହିଲା-ଯଦି ଆକ୍ରମଣ କରିବ ତ...
Advertisement
Article Detail0/zeeodisha/odisha1062694

ଋଷକୁ ଯୁଦ୍ଧ ଧମକ ଦେଲା ଆମେରିକା ତ ଚୀନକୁ ଲାଗିଲା 'ମିର୍ଚି', କହିଲା-ଯଦି ଆକ୍ରମଣ କରିବ ତ...

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelensky) ଙ୍କ ସହ କଥା ହୋଇଛନ୍ତି । ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଋଷ (Russia) ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ଓ ତା'ର ସହଯୋଗୀ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ପ୍ରତୀକାତ୍ମକ ଫଟୋ

ବେଜିଂ: America Threatens Russia for War: ୟୁକ୍ରେନ (Ukraine) କୁ ନେଇ ଆମେରିକା (US) ଓ ଋଷ (Russia) ମଧ୍ୟରେ  ତିକ୍ତତା ଦେଖାଦେଇଛି । ସେପଟେ ଏହି ଉତ୍ତେଜନାକୁ ଆହୁରି ଉତ୍ତେଜିତ କରିବାକୁ ଲାଗିଛି ଚୀନ (China) । ଚୀନର ସରକାରୀ ମିଡିଆ ଋଷର ସମର୍ଥନରେ ଲଗାତର ଭାବରେ ଉତ୍ତେଜନାମୂଳକ ବୟାନ ଦେଉଛି । ଗ୍ଲୋବାଲ୍ ଟାଇମ୍ସ (Global Times), ପିପୁଲ୍ସ ଡେଲି (People's Daily), CGTN ଏବଂ ସୋହୁ ୱେବ୍ ପୋର୍ଟାଲ୍ (Sohu web portal) ନିଜ ନିଜ ସମ୍ପାଦକୀୟରେ ଆମେରିକାକୁ କ୍ରମାଗତ ଭାବରେ ଧମକ ଦେଉଛନ୍ତି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelensky) ଙ୍କ ସହ କଥା ହୋଇଛନ୍ତି । ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଋଷ (Russia) ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ଓ ତା'ର ସହଯୋଗୀ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଚୀନର ଗଣମାଧ୍ୟମ ଆମେରିକାକୁ ଦେଉଛି ଧମକ

ସୋହୁ ୱେବ୍ ପୋର୍ଟାଲ୍ ଚେତାବନୀ ଦେଇଛି ଯେ ଯଦି ପେଣ୍ଟାଗନ୍ (Pentagon) (ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ) ନିଜର F-36 ଯୁଦ୍ଧ ବିମାନ ମାଧ୍ୟମରେ କଳା ସାଗରରେ ଋଷ (Russia) ବିରୁଦ୍ଧରେ ଆକ୍ରମଣ କରେ, ତେବେ ଏହାର ଉପଯୁକ୍ତ ଜବାବ ଦିଆଯିବ । ଏହି ରିପୋର୍ଟରେ ଦାବି କରାଯାଇଛି ଯେ ଋଷ (Russia) ର ନବୀକରଣ ହୋଇଥିବା S-300PM-2 ଦୀର୍ଘ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେକୌଣସି ବିଦେଶୀ ଯୁଦ୍ଧ ବିମାନକୁ ଖସାଇବାରେ ସକ୍ଷମ ଅଟେ । ଏହା ମଧ୍ୟ କୁହାଯାଇଛି ଯେ ଏହାର ସର୍ବୋଚ୍ଚ ରାଡାର ଓ ଅଲଟ୍ରାସେନ୍ସିଟିଭ୍ ସେନ୍ସର ୨୦୦ରୁ ୨୫୦ କିଲୋମିଟର ପର୍ଯ୍ୟନ୍ତ ଯେକୌଣସି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିପାରିବ ।

ଆମେରିକାର F-35 ପାଖରେ କୌଣସି ଅସ୍ତ୍ର ନାହିଁ 

ଚାଇନାର ଗଣମାଧ୍ୟମର ଏହି ରିପୋର୍ଟରେ କୁହାଯାଇଛି ଯେ ଆମେରିକାର F-35 ରେ କୌଣସି ମିସାଇଲ ନାହିଁ, ଯାହା ଏତେ ଦୂରତ୍ୱକୁ ଛୁଇଁପାରେ । ବିଶେଷଜ୍ଞଙ୍କ ଉଦ୍ଦେଶ୍ୟରେ ଏହା କୁହାଯାଇଛି ଯେ ପୂର୍ବ ୟୁରୋପରେ ଗଭୀର ସଙ୍କଟକୁ ଦୃଷ୍ଟିରେ ରଖି ଆମେରିକା ଓ ନାଟୋ ଏକ ବଡ଼ ଲଢ଼େଇ କରିବ ନାହିଁ । ସେମାନେ ସେମାନଙ୍କର F-35 ଯୁଦ୍ଧ ବିମାନ ମାଧ୍ୟମରେ ଏୟାର ଷ୍ଟ୍ରାଇକର ମାର୍ଗ ଆପଣାଇପାରେ ।

ଏହା ବି ପଢ଼ନ୍ତୁ:-ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ କିଏ? ସର୍ଭେରେ ହେଲା ବଡ଼ ଖୁଲାସା

ଏହା ବି ପଢ଼ନ୍ତୁ:-ଏଣିକି ବିନା ଇଣ୍ଟରନେଟରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲା ୩୭,୩୭୯ ମାମଲା, ଆଖି ବୁଜିଲେ ୧୨୪ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ୟୁପିରେ ନିର୍ବାଚନ ଲଢ଼ିବାକୁ ନେଇ ବଡ଼ ବୟାନ ଦେଲେ ରାକେଶ ଟିକାୟତ, ଜାଣନ୍ତୁ କ'ଣ କହିଲେ...

ଋଷର ଉପ ବୈଦେଶିକ ମନ୍ତ୍ରୀ ଦେଲେ ପରମାଣୁ ଯୁଦ୍ଧର ଧମକ

ଋଷର ଉପ ବୈଦେଶିକ ମନ୍ତ୍ରୀ ସର୍ଗେ ରାଇବକୋଭ (Russia Deputy Foreign Minister Sergei Ryabkov) ୧୯୬୨ର କ୍ୟୁବା ମିସାଇଲ ସଙ୍କଟକୁ ଭୟଙ୍କର ପରମାଣୁ ଯୁଦ୍ଧ ସହ ପୁନରାବୃତ୍ତି କରିବାକୁ ଚେତାବନୀ ଦେଇଛନ୍ତି । ଯଦି ସ୍ଥିତି ସେପରି ଜାରି ରହେ ତେବେ ପରମାଣୁ ଯୁଦ୍ଧ ଦେଖିବା ସମ୍ଭବ ବୋଲି ସେ କହିଛନ୍ତି । ବିଶ୍ୱରେ ପରମାଣୁ ଅସ୍ତ୍ରଶସ୍ତ୍ରରେ ରୁଷ ଓ ଆମେରିକା (America) ପ୍ରାୟ ସମାନ। ଋଷ (Russia) ପାଖରେ  ହାଇପରସୋନିକ୍ କ୍ଷେପଣାସ୍ତ୍ର ଅଛି ଯାହା ଆମେରିକାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ମଧ୍ୟ ଅଟକାଇବା ପ୍ରାୟ ଅସମ୍ଭବ ଅଟେ ।