'କୋରୋନା ପରି ଆଉ ଏକ ମହାମାରୀର ମୁହଁରେ ଠିଆ ହୋଇଛୁ ଆମେ, ନ ସମ୍ଭାଳିବା ତ ବର୍ବାଦ ହୋଇଯିବ...'
Advertisement
Article Detail0/zeeodisha/odisha790426

'କୋରୋନା ପରି ଆଉ ଏକ ମହାମାରୀର ମୁହଁରେ ଠିଆ ହୋଇଛୁ ଆମେ, ନ ସମ୍ଭାଳିବା ତ ବର୍ବାଦ ହୋଇଯିବ...'

WHO କହିଛି ଯେ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ (Antimicrobial Resistance) ବୃଦ୍ଧି କୋଭିଡ-19 ମହାମାରୀ (COVID-19 Pandemic) ପରି ବିପଜ୍ଜନକ ଅଟେ ।

'କୋରୋନା ପରି ଆଉ ଏକ ମହାମାରୀର ମୁହଁରେ ଠିଆ ହୋଇଛୁ ଆମେ, ନ ସମ୍ଭାଳିବା ତ ବର୍ବାଦ ହୋଇଯିବ...'

ଜେନେଭା: କୋରୋନା ସଙ୍କଟ ମଧ୍ୟ ଦେଇ ଗତି କରୁଛି ସମଗ୍ର ଦୁନିଆ । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଏହା କୋରୋନା ଭାଇରସ (Coronavirus) ଭଳି ବିପଦଜନକ ନୁହେଁ କିନ୍ତୁ ଆମେ ସେପରି ଅନ୍ୟ ଏକ ବଡ଼ ବିପଦର ମୁହିଁରେ ଠିଆ ହୋଇଛୁ । WHO ଚେତାବନୀ ଦେଇଛି ଯେ ଯଦି ଆମେ ନ ସମ୍ଭାଳିବା, ତେବେ ଚିକିତ୍ସା ଜଗତରେ କରାଯାଇଥିବା ଏକ ଶତାବ୍ଦୀର ପରିଶ୍ରମ ବର୍ବାଦ ହେବ । WHO ବଢ଼ୁଥିବା ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧକୁ ନେଇ ଚିନ୍ତା ବ୍ୟକ୍ତ କରିଛି । ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ଏକ ଅବସ୍ଥା ଯେତେବେଳେ ସଂକ୍ରମଣ କିମ୍ବା କ୍ଷତ ପାଇଁ ଉଦ୍ଦିଷ୍ଟ ଔଷଧର ପ୍ରଭାବ କମିଯାଏ । ଏହାର ଅର୍ଥ ହେଉଛି ସଂକ୍ରମଣ ବା କ୍ଷତ ପାଇଁ ଦାୟୀ ଜୀବାଣୁ ସେହି ଔଷଧ ପ୍ରତି ନିଜର ପ୍ରତିରୋଧକ ଶକ୍ତି ମଜଭୁତ କରିଥାଏ ।

ଅଧିକ ପଢ଼ନ୍ତୁ:-୪ ମାସରେ ଭାରତୀୟଙ୍କୁ ମିଳିଯିବ କୋରୋନା ଭ୍ୟାକ୍ସିନ, ଜାଣନ୍ତୁ କେତେ ରହିବ ଏହାର ମୂଲ୍ୟ

WHO କହିଛି ଯେ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ (Antimicrobial Resistance) ବୃଦ୍ଧି କୋଭିଡ-19 ମହାମାରୀ (COVID-19 Pandemic) ପରି ବିପଜ୍ଜନକ ଅଟେ । ଏହା ଦ୍ୱାରା ଏକ ଶତାବ୍ଦୀର ଚିକିତ୍ସା ବିକାଶ ଶେଷ ହୋଇପାରେ । WHO ମହାନିର୍ଦ୍ଦେଶକ ଟ୍ରେଡୋସ୍ ଆଡାନୋମ୍ ଗେବ୍ରେସ୍ ଏହାକୁ 'ଆମ ସମୟର ସବୁଠାରୁ ବଡ ସ୍ୱାସ୍ଥ୍ୟ ବିପଦ' ବୋଲି କହିଛନ୍ତି । ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ସେତେବେଳେ ହୁଏ ଯେତେବେଳେ ରୋଗ ସୃଷ୍ଟି କରୁଥିବା ଜୀବାଣୁ ବର୍ତ୍ତମାନର ଔଷଧ ପାଇଁ ରୋଗ ପ୍ରତିରୋଧକ ଶକ୍ତି ହୋଇଯାଇଥାଏ, ଯେଉଁଥିରେ ଆଣ୍ଟିବାୟୋଟିକ୍, ଆଣ୍ଟିଭାଇରାଲ୍ କିମ୍ବା ଆଣ୍ଟିଫଙ୍ଗାଲ୍ ଚିକିତ୍ସା ସାମିଲ ରହିଛି । ଯାହା ସାମାନ୍ୟ ଆଘାତ ଏବଂ ସାଧାରଣ ସଂକ୍ରମଣକୁ ସାଂଘାତିକ ରୂପରେ ପରିଣତ କରିପାରେ ।

ଅଧିକ ପଢ଼ନ୍ତୁ:-ଚୀନର 'ବ୍ୟାଟ୍ ୱମେନ' ଦେଲେ ଚେତାବନୀ, 'ଆହୁରି ବିପଜ୍ଜନକ ମହାମାରୀ ପାଇଁ ରୁହନ୍ତୁ ପ୍ରସ୍ତୁତ'

ଟେଡ୍ରୋସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, 'ମାନବ ଏବଂ କୃଷି କାର୍ଯ୍ୟରେ ଜଡ଼ିତ ପଶୁମାନଙ୍କରେ ଏପରି ଔଷଧର ଅତ୍ୟଧିକ ବ୍ୟବହାର ହେତୁ ପ୍ରତିରୋଧ ବୃଦ୍ଧି ପାଇଛି । 'ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ଏକ ମହାମାରୀ ଭଳି ମନେହୁଏ ନାହିଁ କିନ୍ତୁ ଏହା ସମାନ ଭାବରେ ବିପଜ୍ଜନକ ଅଟେ । ଏହା ଏକ ଶତାବ୍ଦୀର ଚିକିତ୍ସା ପ୍ରଗତିର ସମାପ୍ତ କରିବ । ଅନେକ ସଂକ୍ରମଣର ଚିକିତ୍ସା କରାଯାଇ ହେବନାହିଁ, ଯାହା ଆଜି ସହଜରେ ସମ୍ଭବ ।