ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ
Advertisement

ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ

ବ୍ରିଟିଶମାନଙ୍କ ୨୦୦ ବର୍ଷର ଦାସତ୍ୱରୁ ମୁକ୍ତ ହେବାର ଆମେ ୭୫ ବର୍ଷ ପୂରଣ କରିବୁ । ଏହି ଅବସରରେ ସମଗ୍ର ଦେଶରେ କାର୍ଯ୍ୟକ୍ରମ ହେବ । କିନ୍ତୁ କେବଳ ଆମେ ହିଁ ଏହି ଦିନ ଉତ୍ସବ ପାଳନ କରିଥାଉ କି ? ନା, ଦୁନିଆରେ ଆହୁରି ୫ଟି ଦେଶ ଅଛନ୍ତି, ଯେଉଁମାନେ ଅଗଷ୍ଟ ୧୫ରେ ନିଜର ସ୍ୱାଧୀନତା ଦିବସ ଭାବେ ପାଳନ କରନ୍ତି 

ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶରେ ୭୪ ତମ ସ୍ୱାଧୀନତା ଦିବସ (Independence Day) ପାଳନ କରାଯିବ । ଫଳରେ ସମଗ୍ର ଦେଶ ଉତ୍ସବ ମୂଖର ରହିଛି । ବ୍ରିଟିଶମାନଙ୍କ ୨୦୦ ବର୍ଷର ଦାସତ୍ୱରୁ ମୁକ୍ତ ହେବାର ଆମେ ୭୫ ବର୍ଷ ପୂରଣ କରିବୁ । ଏହି ଅବସରରେ ସମଗ୍ର ଦେଶରେ କାର୍ଯ୍ୟକ୍ରମ ହେବ । କିନ୍ତୁ କେବଳ ଆମେ ହିଁ ଏହି ଦିନ ଉତ୍ସବ ପାଳନ କରିଥାଉ କି ? ନା, ଦୁନିଆରେ ଆହୁରି ୫ଟି ଦେଶ ଅଛନ୍ତି, ଯେଉଁମାନେ ଅଗଷ୍ଟ ୧୫ରେ ନିଜର ସ୍ୱାଧୀନତା ଦିବସ ଭାବେ ପାଳନ କରନ୍ତି ।

ଭାରତ(India) ପରି ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ସ୍ୱାଧୀନତା ହାସଲ କରିଥିଲେ । ଆପଣ ହୁଏତ ଜାଣି ନାହାଁନ୍ତି ଯେ ଦକ୍ଷିଣ କୋରିଆ (South Korea), ଉତ୍ତର କୋରିଆ (North Korea), କଙ୍ଗୋ (Congo), ବହାରେନ (Bahrain) ଏବଂ ଲିଚଟେଷ୍ଟାଇନ୍ (Liechtenstein) ଅଗଷ୍ଟ ୧୫ରେ ଭାରତ ସହିତ ସ୍ୱାଧୀନତା ହାସଲ କରିଥିଲେ ।

୧. ଦକ୍ଷିଣ କୋରିଆ: ଅଗଷ୍ଟ ୧୫ରେ ଦକ୍ଷିଣ କୋରିଆ ଏହାର ସ୍ୱାଧୀନତା ଦିବସ ପାଳନ କରେ । ଅଗଷ୍ଟ ୧୫, ୧୯୪୫ରେ ଦକ୍ଷିଣ କୋରିଆ ଜାପାନରୁ ସ୍ୱାଧୀନତା ହାସଲ କରିଥିଲା । ଆମେରିକା ଏବଂ ସୋଭିଏତ୍ ସୈନ୍ୟବାହିନୀ କୋରିଆକୁ ଜାପାନର କବଜାରୁ ବାହାର କରିଥିଲା । ଦକ୍ଷିଣ କୋରିଆର ଲୋକମାନେ ଏହି ଦିନକୁ ଜାତୀୟ ଛୁଟି ଦିନ ଭାବରେ ପାଳନ କରନ୍ତି ।

୨. ଉତ୍ତର କୋରିଆ: ଦକ୍ଷିଣ କୋରିଆ ପରି ଉତ୍ତର କୋରିଆ ମଧ୍ୟ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିଥାଏ । ୧୫ ଅଗଷ୍ଟ ୧୯୪୫ରେ ଉଭୟ ଦେଶ ଜାପାନ ଦଖଲରୁ ମୁକ୍ତ ହୋଇଥିଲେ । ଉତ୍ତର କୋରିଆ ଅଗଷ୍ଟ ୧୫କୁ ଜାତୀୟ ଛୁଟିଦିନ ଭାବରେ ପାଳନ କରିଥାଏ । ଛୁଟିଦିନ ହେତୁ ଏହି ଦିନ ବିବାହ କରିବାର ପରମ୍ପରା ଆରମ୍ଭ ହୋଇଯାଇଛି ।

୩. ବହାରେନ: ବହାରେନ ମଧ୍ୟ ଅଗଷ୍ଟ ୧୫ରେ ସ୍ୱାଧୀନତା ଲାଭ କରିଥିଲା । ୧୫ ଅଗଷ୍ଟ ୧୯୭୧ରେ ବହାରେନ ବ୍ରିଟେନରୁ ସ୍ୱାଧୀନତା ହାସଲ କରିଥିଲା । ଅବଶ୍ୟ, ବ୍ରିଟିଶ ସୈନ୍ୟମାନେ ୧୯୬୦ ଦଶକରୁ ବହାରେନ ଛାଡିବା ଆରମ୍ଭ କରିଥିଲେ । ଅଗଷ୍ଟରେ ୧୫ରେ ବହାରେନ ଏବଂ ବ୍ରିଟେନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯାହା ପରେ ବହାରେନ ଏକ ସ୍ୱାଧୀନ ଦେଶ ଭାବରେ ବ୍ରିଟେନ ସହିତ ସମ୍ପର୍କ ସ୍ଥାପନ କରିଥିଲା । ତେବେ ଡିସେମ୍ବର ୧୬ରେ ବହାରେନ ଏହାର ଜାତୀୟ ଛୁଟିଦିନ ପାଳନ କରିଥାଏ । ଏହି ଦିନ ବହାରେନର ଶାସକ ଇସା ବିନ୍ ସଲମାନ ଅଲ ଖଲିଫା ବହାରେନର ଶାସନ କ୍ଷମତା ହାସଲ କରିଥିଲେ ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ଟ୍ରାକରେ ପୁଣି ଦୌଡ଼ିବ ଅଣ ସଂରକ୍ଷିତ ଟ୍ରେନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ପ୍ରାୟ ୪୦ ହଜାର ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

୪. କଙ୍ଗୋ: ଅଗଷ୍ଟ ୧୫ରେ କଙ୍ଗୋ ସ୍ୱାଧୀନତା ହାସଲ କରିଥିଲା । ୧୫ ଅଗଷ୍ଟ ୧୯୬୦ରେ ଆଫ୍ରିକାର ଏହି ଦେଶ ଫ୍ରାନ୍ସର କବଳରୁ ମୁକ୍ତ ହୋଇଥିଲା । ଏହା ପରେ ଏହା କଙ୍ଗୋ ରିପବ୍ଲିକ୍ ହେଲା । ୧୮୮୦ରୁ କଙ୍ଗୋ ଫରାସୀ ଅଧୀନରେ ଥିଲା । ଏହା ଫରାସୀ କଙ୍ଗୋ ଭାବରେ ଜଣାଶୁଣା ଥିଲା । ତା’ପରେ ୧୯୦୩ରେ ଏହା ମିଡିଲ କଙ୍ଗୋ ଭାବେ ପରିଚିତ ହେଲା ।

୫. ଲିଚଟେଷ୍ଟାଇନ୍: ଏହି ଦେଶ ୧୫ ଅଗଷ୍ଟ ୧୮୬୬ରେ ଜର୍ମାନୀରୁ ସ୍ୱାଧୀନତା ହାସଲ କରିଥିଲା । ୧୯୪୦ରୁ ଏହି ଦେଶ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଆସୁଛି । ଏହା ଦୁନିଆର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଅନ୍ୟତମ ।