ନବାବ ମଲିକଙ୍କ ନୂଆ ଖୁଲାସା; ଗୋସାଭି ଓ କାଶିଫଙ୍କ ହ୍ୱାଟସଆପ୍ ଚ୍ୟାଟ୍ ସେୟାର କରି ସମୀର ୱାଙ୍ଖେଡେଙ୍କୁ କଲେ ଏହି ପ୍ରଶ୍ନ
Advertisement

ନବାବ ମଲିକଙ୍କ ନୂଆ ଖୁଲାସା; ଗୋସାଭି ଓ କାଶିଫଙ୍କ ହ୍ୱାଟସଆପ୍ ଚ୍ୟାଟ୍ ସେୟାର କରି ସମୀର ୱାଙ୍ଖେଡେଙ୍କୁ କଲେ ଏହି ପ୍ରଶ୍ନ

ନବାବ ମଲିକ (Nawab Malik) କହିଛନ୍ତି, "ମୋର ଟ୍ୱିଟ୍ ମାଧ୍ୟମରେ ମୁଁ କେପି ଗୋସାଭି ଓ ଦିଲ୍ଲୀର ଜଣେ ସୂଚନାଦାତାଙ୍କ ମଧ୍ୟରେ ହୋଇଥିବା ଚ୍ୟାଟ୍ ସାମ୍ନାକୁ ଆଣିଛି ।"

ନବାବ ମଲିକଙ୍କ ନୂଆ ଖୁଲାସା; ଗୋସାଭି ଓ କାଶିଫଙ୍କ ହ୍ୱାଟସଆପ୍ ଚ୍ୟାଟ୍ ସେୟାର କରି ସମୀର ୱାଙ୍ଖେଡେଙ୍କୁ କଲେ ଏହି ପ୍ରଶ୍ନ

ନୂଆଦିଲ୍ଲୀ: Mumbai Drugs Case Nawab Malik Press Conference: ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଆର୍ୟନ ଖାନ ଡ୍ରଗ୍ସ ମାମଲା (Aryan Khan Drugs Case) ରେ ଏନସିବି ଅଧିକାରୀ ସମୀର ୱାଙ୍ଖେଡେ (NCB officer Sameer Wankhede) ଙ୍କ ଭୂମିକା ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି । ମଲିକ (Nawab Malik) କହିଛନ୍ତି ଯେ," କ୍ରୁଜ୍ ଡ୍ରଗ୍ସ ମାମଲାରେ କେପି ଗୋସାଭି (KP Gosavi) ଓ କାଶିଫ୍ ଖାନ୍ (Kashif Khan) ମୁଖ୍ୟ ଭୂମିକାରେ ଥିଲେ । କାଶିଫ୍ ବନ୍ଦର ଦେଇ କ୍ରୁଜରେ ଯାଇଥିଲେ । ଦୁବାଇର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କାଶିଫ ଥିଲେ, ଯାହାର ଖୁଲାସା ଆମେ ଏବେ କରିବୁ ନାହିଁ । ମୁଁ ଟ୍ୱିଟରରେ ହ୍ୱାଟସଆପ୍ ଚାଟ୍ ସେୟାର କରିଛି । ୱାଙ୍ଖେଡେ ଜବାବ ଦିଅନ୍ତୁ ଯେ କାଶିଫଙ୍କ ସହିତ ତାଙ୍କର ସମ୍ପର୍କ କ’ଣ?"

ନବାବ ମଲିକ (Nawab Malik) କହିଛନ୍ତି, "ମୋର ଟ୍ୱିଟ୍ ମାଧ୍ୟମରେ ମୁଁ କେପି ଗୋସାଭି ଓ ଦିଲ୍ଲୀର ଜଣେ ସୂଚନାଦାତାଙ୍କ ମଧ୍ୟରେ ହୋଇଥିବା ଚ୍ୟାଟ୍ ସାମ୍ନାକୁ ଆଣିଛି । ଏହି ଚ୍ୟାଟ୍ ମାଧ୍ୟମରେ ଏହା ସ୍ପଷ୍ଟ ଯେ ଏହି ରେଡରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା ଓ କିଛି ଖାସ୍ ଲୋକଙ୍କୁ ଛଡ଼ାଯାଇଥିଲା ତାହା ସ୍ପଷ୍ଟ ହୋଇଥାଏ । କ୍ରୁଜ୍ ପାର୍ଟି ମାମଲାରେ କେପି ଗୋସାଭି ଓ ମନୀଷ ଭାନୁଶାଲି ମୁଖ୍ୟ ଚରିତ୍ର ଅଟନ୍ତି । ଏହି ପ୍ରସଙ୍ଗରେ କାଶିଫ ଖାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନାମ ।"

କାଶିଫ ଖାନ ଓ ହ୍ୱାଇଟ ଦୁବାଇଙ୍କୁ ଗିରଫ କରି ନଥିଲେ ୱାଙ୍ଖେଡେ: ମଲିକ

ନବାବ ମଲିକ (Nawab Malik) ଆହୁରି କହିଛନ୍ତି, "କାଶିଫ ଖାନ (Kashif Khan) ମଧ୍ୟ କ୍ରୁଜ ପାର୍ଟିରେ ଥିଲେ, ତାଙ୍କ ସହିତ ଦୁବାଇର ଜଣେ ବ୍ୟକ୍ତି ମଧ୍ୟ ଥିଲେ । ସେହି ବ୍ୟକ୍ତି ହ୍ୱାଇଟ ଦୁବାଇ ନାମରେ ଜଣାଶୁଣା । ମୁଁ ଆଗାମୀ ସମୟରେ ହ୍ୱାଇଟ ଦୁବାଇ ବିଷୟରେ ଖୁଲାସା କରିବି । କାଶିଫ ଖାନ ଓ ହ୍ୱାଇଟ ଦୁବାଇ ନାମକ ଜଣେ ବ୍ୟକ୍ତିଙ୍କୁ ସମୀର ୱାଙ୍ଖେଡେ ଗିରଫ କରିନଥିଲେ । କାଶିଫ ଖାନ ଓ ତାଙ୍କ ମଧ୍ୟରେ ସମ୍ପର୍କ କ’ଣ ରହିଛି ତାହା ସମୀର ୱାଙ୍ଖେଡେ (Sameer Wankhede) ଙ୍କୁ ସ୍ପଷ୍ଟ କରିବା ଉଚିତ୍ ।"

ସେ (Nawab Malik) ଆହୁରି ମଧ୍ୟ କହିଛନ୍ତି, "ମୋର ଅଭିଯୋଗ ହେଉଛି କାଶିଫ ଖାନ (Kashif Khan) ସମୀର ୱାଙ୍ଖେଡେ (Sameer Wankhede) ଙ୍କ ପାଇଁ ବଟି ଆଦାୟ କାମ କରୁଛନ୍ତି । ଗୋଆରେ କାଶିଫ ସାହାଯ୍ୟରେ ବଡ଼ ଡ୍ରଗ୍ ରାକେଟ୍ ଚାଲିଥାଏ । କିଛି ଦିନ ପୂର୍ବରୁ ମୁମ୍ବାଇର ବାନ୍ଦ୍ରାରେ କାଶିଫ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଫେରାର ଅଛନ୍ତି, ସୂଚନା ଅନୁଯାୟୀ ସେ ଗୋଆରେ ଅଛନ୍ତି ।"

ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ରାସନ କାର୍ଡଧାରୀଙ୍କୁ ଖାଦ୍ୟ ଶସ୍ୟ ସହ ମିଳୁଛି ବହୁତ କିଛି ମାଗଣା

ଏହା ବି ପଢ଼ନ୍ତୁ:-RTO କୁ ଚକ୍କର ଲଗାଇବା ଛାଡ଼ନ୍ତୁ, ଘରେ ବସି ଏହି ପରି ଚୁଟକିରେ କରନ୍ତୁ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଏହା ବି ପଢ଼ନ୍ତୁ:-ଓଜନ କମାଇବାକୁ ଚାହୁଁଛନ୍ତି କି? ତେବେ ଖାଆନ୍ତୁ ଏସବୁ ଖାଦ୍ୟ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍