ଅନଲାଇନ୍ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବା ପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ (https://parivahan.gov.in/parivahan) ଭିଜିଟ୍ କରନ୍ତୁ ।
Trending Photos
ନୂଆଦିଲ୍ଲୀ: Driving License Renewal: କୋରୋନା ମହାମାରୀ ଯୋଗୁଁ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ( Ministry of Road and Transport) ଡ୍ରାଇଭିଂ ଲାଇସେନ୍ସ (Driving Licence) ଓ ବାହନ ପଞ୍ଜିକରଣ (Vehicle Registration) ର ବୈଧତା ତାରିଖକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏପରି ପରିସ୍ଥିତିରେ, ଯଦି ଆପଣ ଆରଟିଓ କାର୍ଯ୍ୟାଳୟ (RTO) କୁ ନ ଯାଇ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL Renewal) ରିନ୍ୟୁ କରିବାକୁ ଚାହୁଁଛନ୍ତି । ତେବେ ଆପଣ ପରିବହନ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ https://parivahan.gov.in/parivahan ଭିଜିଟ୍ କରି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ନବୀକରଣ (DL Renewal) କରିପାରିବେ ।
ଏଥିପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍, ଏକ୍ସପାୟର୍ଡ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ସାଇଜ୍ ଫଟୋ ଏବଂ ଆଧାର କାର୍ଡର ଫଟୋ ଅପଲୋଡ୍ କରିବାକୁ ପଡିବ । ଯାହା ପରେ ୩୦ ଦିନ ମଧ୍ୟରେ ଡାକଘର ମାଧ୍ୟମରେ ଆପଣଙ୍କ ଘର ଠିକଣାରେ ଆପଣଙ୍କର ଏକ ନୂତନ ଡ୍ରାଇଭିଂ ଲାଇସେନ୍ସ (DL) ପହଞ୍ଚିବ । ଡ୍ରାଇଭିଂ ଲାଇସେନ୍ସର ରିନ୍ୟୁ ପାଇଁ ଆପଣଙ୍କୁ କେଉଁ ପ୍ରକ୍ରିୟା ଆପଣାଇବାକୁ ପଡିବ ଆସନ୍ତୁ ଜାଣିବା...
୧. ଅନଲାଇନ୍ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବା ପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ (https://parivahan.gov.in/parivahan) ଭିଜିଟ୍ କରନ୍ତୁ ।
୨. ଏଠାରେ ଆପଣଙ୍କୁ ଅନଲାଇନ୍ ଆବେଦନ ଉପରେ କ୍ଲିକ୍ କରିବାକୁ ପଡିବ । ଏଠାରେ ଆପଣଙ୍କୁ ସର୍ଭିସେସ ଅନ୍ ଡ୍ରାଇଭିଂ ଲାଇସେନ୍ସ ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।
୩. ବର୍ତ୍ତମାନ ଆବଶ୍ୟକ ବିବରଣୀ ପୂରଣ କରି ଆବେଦନ ଫର୍ମ ଅପଲୋଡ୍ କରିବାକୁ ପଡିବ ।
୪. ଅନଲାଇନ୍ ପ୍ରକ୍ରିୟା ସମାପ୍ତ ହେବା ପରେ ଆପଣଙ୍କର ନୂତନ ଡ୍ରାଇଭିଂ ଲାଇସେନ୍ସ ୩୦ ଦିନ ମଧ୍ୟରେ ପୋଷ୍ଟ ମାଧ୍ୟମରେ ଆପଣଙ୍କ ଠିକଣାକୁ ପଠାଯିବ ।
୫. ଯଦି ଆପଣଙ୍କର ବୟସ ୪୦ ବର୍ଷରୁ ଅଧିକ ଓ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ମିଆଦ ପୂର୍ଣ୍ଣ ହୋଇଛି, ତେବେ ଏହାର ନବୀକରଣ ପାଇଁ ଆପଣଙ୍କୁ ଫର୍ମ A1 ପୂରଣ କରି ଡାକ୍ତରଙ୍କ ଠାରୁ ସାର୍ଟିଫିକେଟ୍ ନେବାକୁ ପଡିବ । ଅନଲାଇନ୍ ଆବେଦନ ସମୟରେ ଏହାକୁ ଡକ୍ୟୁମେଣ୍ଟ୍ ସହିତ ସଂଲଗ୍ନ କରିବାକୁ ପଡିବ ।
ଆପଣଙ୍କୁ କହି ରଖୁଛୁ ଯେ, ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟର ହେବା ପରେ ଏହାକୁ ନବୀକରଣ କରିବାକୁ ୩୦ ଦିନ ଲାଗେ । ଯଦି ଆପଣ ଏହି ସମୟ ଅବଧି ପରେ ନବୀକରଣ ପାଇଁ ଆବେଦନ କରନ୍ତି, ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ ଯାହା ଡ୍ରାଇଭିଂ ଲାଇସେନ୍ସ ପ୍ରକାର ଉପରେ ନିର୍ଭର କରେ ।
ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍
ଏହା ବି ପଢ଼ନ୍ତୁ:-ଓଜନ କମାଇବାକୁ ଚାହୁଁଛନ୍ତି କି? ତେବେ ଖାଆନ୍ତୁ ଏସବୁ ଖାଦ୍ୟ
ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଏହା ବି ପଢ଼ନ୍ତୁ:-କର୍ମଚାରୀଙ୍କୁ ଏହି ମାସର ଦରମା ସହିତ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା! ଜାଣନ୍ତୁ କେତେ ପ୍ରତିଶତ ବୃଦ୍ଧି ପାଇବ DA
ଏହା ବି ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍: ଶସ୍ତା ହେଲା ଟ୍ରେନ୍ ଭଡ଼ା, ଜାଣନ୍ତୁ କେତେ ଶସ୍ତା ହେବ ଯାତ୍ରା