ସୋମବାର ରାତିରେ ଆମେରିକାର ସୈନ୍ୟବାହିନୀ କାବୁଲ ବିମାନବନ୍ଦରରୁ ବାହାରିବା ପରେ ଟର୍ମିନାଲ୍ ଭିତରେ ବହୁ ସଂଖ୍ୟାରେ ପୋଷାକ, ଜିନିଷପତ୍ର ଏବଂ ଡକ୍ୟୁମେଣ୍ଟ୍ ଗଦା ପଡିଥିଲା ।
Trending Photos
କାବୁଲ: Taliban take over Afghanistan: ଆମେରିକାର ସେନା (US Troops) ଆଫଗାନିସ୍ତାନ (Afghanistan) ଛାଡିବା ପରେ ତାଲିବାନ (Taliban) ଆତଙ୍କୀମାନେ ଖୁସି ହୋଇଥିଲେ ମଧ୍ୟ ସେମାନଙ୍କର କିଛି ଦୁଃଖ ମଧ୍ୟ ରହିଛି । ଏହି ଦୁଃଖର ମୁଖ୍ୟ କାରଣ ହେଉଛି ଆମେରିକାର ସୈନିକମାନେ କାବୁଲ ବିମାନ ବନ୍ଦର (Kabul Airport) ରେ ଛାଡିଥିବା ବିମାନ ଓ ହେଲିକପ୍ଟର । ଏହା ଏଥିପାଇଁ କାହିଁକି ନା ଆମେରିକାର ସେନା ଆଫଗାନିସ୍ତାନରେ ନିଜର ଯେଉଁ ହେଲିକପ୍ଟର ଓ ବିମାନକୁ ଛାଡ଼ିଛନ୍ତି, ସେଗୁଡ଼ିକୁ ଡିସେବଲ ବା ଅକ୍ଷମ କରିଦେଇଛନ୍ତି । ଯାହାର ଅର୍ଥ ସେଗୁଡ଼ିକ ଆଉ କୌଣସି କାମରେ ଆସିବ ନାହିଁ ।
ଅଲ ଜଜିରା ରିପୋର୍ଟ ଅନୁଯାୟୀ, ତାଲିବାନ (Taliban) କହିଛି ଯେ କାବୁଲ (Kabu) ଛାଡିବା ପୂର୍ବରୁ ଆମେରିକୀୟମାନେ (American Soldiers) ସେମାନଙ୍କର ସାମରିକ ହେଲିକପ୍ଟର ଓ ବିମାନକୁ ଅକ୍ଷମ କରିଦେଇଛନ୍ତି । ଖବର ଅନୁଯାୟୀ, ତାଲିବାନ କହିଛି ଯେ ସେମାନେ ଆଶା କରୁଥିଲେ ଯେ ଆମେରିକୀୟମାନେ ସେମାନଙ୍କ ବ୍ୟବହାର ପାଇଁ କିଛି ହେଲିକପ୍ଟର ଛାଡିବେ । ତାଲିବାନ କହିଛି ଯେ ଆମେ ମନେ କରୁ ଯେ ଏହା ଏକ ଜାତୀୟ ସମ୍ପତ୍ତି ଓ ବର୍ତ୍ତମାନ ଆମ ସରକାର ମଧ୍ୟ ଗଠନ ହେଉଛି, ତେଣୁ ଆମର ବହୁତ କାମରେ ଆସିପାରିବ ।
ସୋମବାର ରାତିରେ ଆମେରିକାର ସୈନ୍ୟବାହିନୀ କାବୁଲ ବିମାନବନ୍ଦରରୁ ବାହାରିବା ପରେ ଟର୍ମିନାଲ୍ ଭିତରେ ବହୁ ସଂଖ୍ୟାରେ ପୋଷାକ, ଜିନିଷପତ୍ର ଏବଂ ଡକ୍ୟୁମେଣ୍ଟ୍ ଗଦା ପଡିଥିଲା । ଆମେରିକାର ସୈନ୍ୟବାହିନୀ ଦ୍ୱାରା ବ୍ୟବହୃତ ଅନେକ CH-46 ହେଲିକପ୍ଟର ଏକ ହ୍ୟାଙ୍ଗରରେ ରଖାଯାଇଛି । ଆମେରିକା ସେନା କହିଛି ଯେ ସେ ଯିବା ପୂର୍ବରୁ ୨୭ ହମ୍ଭିସ୍ ଓ ୭୩ ବିମାନକୁ ଅକ୍ଷମ କରିଦେଇଥିଲା ।
ତାଲିବାନ ପାଖରେ ବର୍ତ୍ତମାନ ୪୮ଟି ବିମାନ ରହିଯାଇଛି । ଯଦିଓ ଏଥି ମଧ୍ୟରୁ କେତେଟି କାର୍ଯ୍ୟକ୍ଷମ ତାହା ବିଷୟରେ କୌଣସି ସୂଚନା ଉପଲବ୍ଧ ନାହିଁ । ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ବୁଧବାର କହିଛି ଯେ ସେମାନଙ୍କ ଯାନ୍ତ୍ରିକ ଦଳ ବିମାନବନ୍ଦରକୁ ମରାମତି ଓ ସଫା କରୁଛନ୍ତି ଓ ବର୍ତ୍ତମାନ ସମୟରେ ଏହି ଅଞ୍ଚଳଠାରୁ ଦୂରରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଅଧିକ ପଢ଼ନ୍ତୁ:-ଗିଲାନିଙ୍କ ମୃତ୍ୟୁକୁ ନେଇ ବିଷ ଓଗାଳିଲେ ଇମ୍ରାନ ଖାନ, ଜାତୀୟ ପତାକାକୁ ଅର୍ଦ୍ଧ ନିମିତ୍ତ କଲା ପାକିସ୍ତାନ
ଅଧିକ ପଢ଼ନ୍ତୁ:-ଭାରତ ପ୍ରସଙ୍ଗରେ ପାକିସ୍ତାନକୁ ବଡ଼ ଝଟକା ଦେଲା ତାଲିବାନ
ଅଧିକ ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୪୭ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ