ଭାରତ ପ୍ରସଙ୍ଗରେ ପାକିସ୍ତାନକୁ ବଡ଼ ଝଟକା ଦେଲା ତାଲିବାନ
Advertisement

ଭାରତ ପ୍ରସଙ୍ଗରେ ପାକିସ୍ତାନକୁ ବଡ଼ ଝଟକା ଦେଲା ତାଲିବାନ

ଘରୋଇ ନ୍ୟୁଜ୍ ଚ୍ୟାନେଲ CNN-News18 କୁ ଦେଇଥିବା ଏକ ସାକ୍ଷାତକାରରେ ତାଲିବାନର ବରିଷ୍ଠ ନେତା ଅନାସ ହକ୍କାନି (Taliban leader Anas Haqqani) 'ହକ୍କାନି ନେଟୱାର୍କ' (Haqqani network) ର ପାକିସ୍ତାନ କନେକଶନ (Pakistan connection), ଭାରତ ସହ ସେମାନଙ୍କ ସମ୍ୱନ୍ଧ ଏବଂ କଶ୍ମୀର (Kashmir) ପ୍ରସଙ୍ଗରେ ବିସ୍ତାରି ଭାବେ କଥା ହୋଇଛି ।

ଭାରତ ପ୍ରସଙ୍ଗରେ ପାକିସ୍ତାନକୁ ବଡ଼ ଝଟକା ଦେଲା ତାଲିବାନ

ନୂଆଦିଲ୍ଲୀ: ଅଗଷ୍ଟ ୩୧ରେ ସଂପୂର୍ଣ୍ଣ ଆମେରିକୀୟ ସୈନ୍ୟ (US troops) ଫେରିବା ପରେ ଆଫଗାନିସ୍ତାନ (Afghanistan) ରେ ତାଲିବାନ (Taliban) ଖୁସି ମନାଉଛି । ତାଲିବାନ ନେତାମାନେ ଏହି ଅବସରରେ ୨୦ ବର୍ଷର ଯୁଦ୍ଧର ସମାପ୍ତିକୁ ଚିହ୍ନତ କରିବା ପାଇଁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ । ଏହି ନେତାମାନେ କହିଛନ୍ତି ଯେ, ଏହି ବିଜୟ ଇସଲାମିକ ଗୋଷ୍ଠୀକୁ ୨୦୦୧ ତୁଳନାରେ ଅଧିକ ଶକ୍ତିଶାଳୀ କରିଛି ଓ ଆମେ ବର୍ତ୍ତମାନ ଏକ ନୂତନ 'ମିଳିତ' ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିବୁ । ଏହା ବ୍ୟତୀତ ତାଲିବାନ ନେତାମାନେ ମଧ୍ୟ ଭାରତ (India) ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ।

ଘରୋଇ ନ୍ୟୁଜ୍ ଚ୍ୟାନେଲ CNN-News18 କୁ ଦେଇଥିବା ଏକ ସାକ୍ଷାତକାରରେ ତାଲିବାନର ବରିଷ୍ଠ ନେତା ଅନାସ ହକ୍କାନି (Taliban leader Anas Haqqani) 'ହକ୍କାନି ନେଟୱାର୍କ' (Haqqani network) ର ପାକିସ୍ତାନ କନେକଶନ (Pakistan connection), ଭାରତ ସହ ସେମାନଙ୍କ ସମ୍ୱନ୍ଧ ଏବଂ କଶ୍ମୀର (Kashmir) ପ୍ରସଙ୍ଗରେ ବିସ୍ତାରି ଭାବେ କଥା ହୋଇଛି ।

ଆମେ ଅନ୍ୟ ଦେଶର ମାମଲାରେ ହସ୍ତକ୍ଷେପ କରି ନଥାଉ: ହକ୍କାନି 

ଯେତେବେଳେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ଆସିବା ବିଷୟରେ ହକ୍କାନିଙ୍କୁ ଏକ ପ୍ରଶ୍ନ ପଚରାଗଲା, ସେ ଉତ୍ତର ଦେଇଛି ଯେ କଶ୍ମୀର ଆମର ଅଧିକାର କ୍ଷେତ୍ରର ଏକ ଅଂଶ ନୁହେଁ ଓ ହସ୍ତକ୍ଷେପ ନୀତି ବିରୁଦ୍ଧ ଅଟେ । ଆମର ନୀତି ଅନୁଯାୟୀ, ଆମେ ଅନ୍ୟ ଦେଶର ପ୍ରସଙ୍ଗରେ ହସ୍ତକ୍ଷେପ କରୁନାହୁଁ ଓ ଆଶା କରୁଛୁ ଯେ ଅନ୍ୟମାନେ ମଧ୍ୟ ଆମ ମାମଲାରେ ହସ୍ତକ୍ଷେପ କରିବେ ନାହିଁ । ଆମେ ଚାହୁଁ ଯେ ସମସ୍ତ ସମସ୍ୟାର ସମାଧାନ ହେଉ । ଆମର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି । ଆମେ ବିଶ୍ୱର ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ ଗଢିବାକୁ ଚାହୁଁଛୁ ।

ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ: ହକ୍କାନି 

ହକ୍କାନୀ କହିଛି ଯେ ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ । ଆମେ ଚାହୁଁ ନାହୁଁ ଯେ କେହି ଆମ ବିଷୟରେ ଭୁଲ ବୁଝନ୍ତୁ । କୋଡିଏ ବର୍ଷ ଧରି ଭାରତ ଆମର ଶତ୍ରୁକୁ ସାହାଯ୍ୟ କରିଛି କିନ୍ତୁ ଆମେ ସବୁକିଛି ଭୁଲି ସମ୍ପର୍କକୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ଅଛୁ ।

ଭାରତର ଗଣମାଧ୍ୟମ ଆମ ବିଷୟରେ ନକାରାତ୍ମକ ପ୍ରଚାର ପ୍ରସାର କରୁଛି: ହକ୍କାନି 

ହକ୍କାନି କହିଛି ଯେ ଆମେ କୋଡ଼ିଏ ବର୍ଷ ଧରି ସଂଘର୍ଷ କରିଛୁ । ଆମ ବିଷୟରେ ଅନେକ ନକାରାତ୍ମକ ପ୍ରଚାର ହୋଇଛି ଓ ଏହା ସବୁ ଠିକ୍ ନୁହେଁ । ହକ୍କାନି ନେଟୱାର୍କ କିଛି ନୁହେଁ । ଆମେ ସମସ୍ତଙ୍କ ପାଇଁ କାମ କରୁଛୁ । ସାରା ବିଶ୍ୱରେ ବିଶେଷକରି ଭାରତରେ ଗଣମାଧ୍ୟମ ଆମ ବିଷୟରେ ନକାରାତ୍ମକ ପ୍ରଚାର ପ୍ରସାର କରୁଛି । ଏହା ପରିବେଶକୁ ଖରାପ କରୁଛି । ଯୁଦ୍ଧରେ କୌଣସି ପାକିସ୍ତାନୀ ଅସ୍ତ୍ର ବ୍ୟବହାର କରାଯାଇ ନଥିଲା । ଏହି ଅଭିଯୋଗଗୁଡ଼ିକ ମିଥ୍ୟା ଓ ଭିତ୍ତିହୀନ ।

ଆମେ ଚାହୁଁ ଯେ ସମଗ୍ର ବିଶ୍ୱ ସମେତ ଭାରତ ଆମକୁ ସମର୍ଥନ କରୁ: ହକ୍କାନି 

ହକ୍କାନି କହିଛି ଯେ ଆମେ ଆଗାମୀ ଦିନରେ ସମସ୍ତ ନୀତି ସ୍ପଷ୍ଟ କରିବୁ । ଆଫଗାନିସ୍ତାନର ଲୋକଙ୍କ ପାଇଁ ଆମେ ସମସ୍ତଙ୍କ ସାହାଯ୍ୟ ଚାହୁଁଛୁ । ଆମେ ଚାହୁଁ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଆସି ଆମକୁ ସମର୍ଥନ କରନ୍ତୁ ।

ଆଫଗାନିସ୍ତାନରେ ସମସ୍ତେ ସୁରକ୍ଷିତ: ହକ୍କାନି 

ଯେତେବେଳେ ହକ୍କାନୀଙ୍କୁ ପଚରାଗଲା ଯେ ଅନେକ ଭାରତୀୟ ହିନ୍ଦୁ ଓ ଶିଖ ଆଫଗାନିସ୍ତାନ (Afghanistan) ରେ ଫସି ରହିଛନ୍ତି, ସେମାନେ ସୁରକ୍ଷିତ କି? ତେଣୁ ଏହାର ଉତ୍ତରରେ ହକ୍କାନି କହିଛି ଯେ ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆଫଗାନିସ୍ତାନରେ ସମସ୍ତେ ସୁରକ୍ଷିତ ଅଛନ୍ତି । ପ୍ରାରମ୍ଭରେ ସେଠାରେ କିଛି ଆଶଙ୍କା ଓ ଭୟ ଥିଲା, କିନ୍ତୁ ବର୍ତ୍ତମାନ ବିଷୟଗୁଡ଼ିକ ସ୍ଥିର ହୋଇଗଲାଣି ଓ ଲୋକମାନେ ଖୁସିରେ ଅଛନ୍ତି । ଆଫଗାନିସ୍ତାନ ଶିଖ ଓ ହିନ୍ଦୁମାନେ ଆଫଗାନିସ୍ତାନର ଅନ୍ୟ ସମ୍ପ୍ରଦାୟ ପରି ସେମାନେ ଖୁସିରେ ବସବାସ କରିବେ ।

ଅଧିକ ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୪୭ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ପଞ୍ଜଶୀର ଉପରେ ଆକ୍ରମଣ କରିବାକୁ ଆସିଥିବା ୩୫୦ ତାଲିବାନୀ ଆତଙ୍କୀ ନିହତ, ୪୦ରୁ ଉର୍ଦ୍ଧ୍ୱ ଅଟକ