କାବୁଲର ବାସିନ୍ଦା ଆଇମଲ ଅହମଦୀ କହିଛନ୍ତି ଯେ ଅଗଷ୍ଟ ୨୯ରେ ଆମେରିକାର ଏୟାର ଷ୍ଟ୍ରାଇକରେ ଯେଉଁ କାରକୁ ଟାର୍ଗେଟ କରାଯାଇଥିଲା, ତାକୁ ତାଙ୍କ ଭାଇ ଏଜମାରାଇ ଅହମ୍ମଦ ଚଳାଉଥିଲେ ।
Trending Photos
ନୂଆଦିଲ୍ଲୀ: କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଆଇଏସ୍ ଖୋରାସାନର ଆତଙ୍କୀଙ୍କ (IS Khorasan Terrorist) ଉପରେ ଆମେରିକା (America) ଏୟାର ଷ୍ଟ୍ରାଇକ୍ (Airstrike) କରିଥିଲା । କିନ୍ତୁ ବର୍ତ୍ତମାନ ଏକ ରିପୋର୍ଟ ଦାବି କରୁଛି ଯେ ଆତଙ୍କବାଦୀଙ୍କୁ ଚିହ୍ନଟ କରିବାରେ ଆମେରିକା ଭୁଲ କରିଛି ଓ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ ସେ ସହାୟତା କର୍ମଚାରୀଙ୍କୁ ଟାର୍ଗେଟ କରିଥାଇପାରେ । ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀଙ୍କ ବଦଳରେ ନିରୀହ ଲୋକ ପ୍ରାଣ ହରାଇଛନ୍ତି । ନ୍ୟୁୟର୍କ ଟାଇମ୍ସର ଏକ ଭିଡିଓ ବିଶ୍ଳେଷଣରୁ ଜଣାପଡିଛି ଯେ ଆମେରିକା ଦ୍ୱାରା ଆଫଗାନିସ୍ତାନରେ ଅଗଷ୍ଟ ୨୯ରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଇସଲାମିକ୍ ଷ୍ଟେଟ୍-ଖୋରାସାନ୍ ପ୍ରଦେଶ (ISKP) ଆତଙ୍କବାଦୀଙ୍କ ପରିବର୍ତ୍ତେ ଭୁଲ୍ ଭାବରେ ନିଜର ସହାୟତା କର୍ମଚାରୀଙ୍କୁ ଟାର୍ଗେଟ କରିଥାଇପାରେ ।
ବାସ୍ତବରେ, କାବୁଲ ଆକ୍ରମଣର ମାତ୍ର ୪୮ ଘଣ୍ଟା ପରେ ଆମେରିକା ଏୟାର ଷ୍ଟ୍ରାଇକ୍ (Airstrike) କରିଥିଲା ଓ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (ISKP) ର ଆତଙ୍କୀଙ୍କୁ ମାରିବାର ଦାବି କରିଥିଲା । କାବୁଲ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନିକ (American Soldiers) ଙ୍କ ମୃତ୍ୟୁ ହେବା ସହ ୨୦୦ରୁ ଅଧିକ ଲୋକ ନିହତ ହୋଇଥିଲେ, ଏଥିରେ ଅଧିକାଂଶ ଆଫଗାନିସ୍ତାନ ନାଗରିକ ଥିଲେ । ରାଷ୍ଟ୍ରପତି ଜୋ ବାଇଡେନ (Joe Biden) କାବୁଲ ଆକ୍ରମଣ (Kabul Airport Attack) ପରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେବାର ପ୍ରତିଶ୍ରୁତି ଦେଇଥିଲେ ଓ କହିଥିଲେ ଯେ ସେମାନେ ଯେଉଁଠାରେ ଅଛନ୍ତି, ଆମେରିକା ସେମାନଙ୍କୁ ଖୋଜି ମାରିବ । ଯାହା ପରେ ଅଗଷ୍ଟ ୨୯ରେ ଏୟାର ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେବାର ଦାବି କରାଯାଇଥିଲା ।
ପେଣ୍ଟାଗନ୍ କହିଛି ଯେ ସେ ଏୟାର ଷ୍ଟ୍ରାଇକରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି । କିନ୍ତୁ ବର୍ତ୍ତମାନ ଆମେରିକାର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି । ଆମେରିକାର ଆକ୍ରମଣରେ ଆତଙ୍କବାଦୀଙ୍କ ବଦଳରେ ୧୦ ଜଣ ନିରୀହ ଲୋକ ଭୁଲରେ ମୃତ୍ୟୁ ବରଣ କରିଥିଲେ । ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ଆମେରିକାର ଆକ୍ରମଣରେ ଅତି କମରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ।
କାବୁଲର ବାସିନ୍ଦା ଆଇମଲ ଅହମଦୀ କହିଛନ୍ତି ଯେ ଅଗଷ୍ଟ ୨୯ରେ ଆମେରିକାର ଏୟାର ଷ୍ଟ୍ରାଇକରେ ଯେଉଁ କାରକୁ ଟାର୍ଗେଟ କରାଯାଇଥିଲା, ତାକୁ ତାଙ୍କ ଭାଇ ଏଜମାରାଇ ଅହମ୍ମଦ ଚଳାଉଥିଲେ । ସେହି ସମୟରେ ଏହି କାର ଭିତରେ ତାଙ୍କ ଛୋଟ ଝିଅ, ପୁତୁରା ଏବଂ ଝିଆରୀ ଥିଲେ । ଆମେରିକାର ଏୟାର ଷ୍ଟ୍ରାଇକରେ ସମସ୍ତେ ମୃତ୍ୟୁ ବରଣ କରିଥିଲେ । ନ୍ୟୁୟର୍କ ଟାଇମ୍ସ ସୁରକ୍ଷା କ୍ୟାମେରା ଫୁଟେଜକୁ ବିଶ୍ଳେଷଣ କରି କହିଛି ଯେ ଆମେରିକାର ସୈନିକମାନେ ମୃତ୍ୟୁ ବରଣ କରିଥିବା ଅହମ୍ମଦୀ ଓ ଜଣେ ସାହାଯ୍ୟକାରୀଙ୍କୁ ପାଣି କ୍ୟାଣ୍ଟରରେ ଲୋଡ୍ କରିବାର ଓ ନିଜ ବସ୍ ପାଇଁ ଲାପଟପ୍ ନେଇଯାଉଥିବାର ଦେଖାଯାଉଛି ।
ସମ୍ପର୍କୀୟମାନେ କହିଛନ୍ତି ଯେ ଏଜମାରାଇ ଅହମ୍ମଦୀ କାଲିଫର୍ଣ୍ଣିଆ ସ୍ଥିତ ସହାୟତା ତଥା ଲବି ଗ୍ରୁପ୍ ନ୍ୟୁଟ୍ରିସନ୍ ଆଣ୍ଡ ଏଜୁକେସନ୍ ଇଣ୍ଟରନ୍ୟାସନାଲ୍ ପାଇଁ ବୈଦ୍ୟୁତିକ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ଓ ଆମେରିକାରେ ପୁନଃବିସ୍ଥାପନ ପାଇଁ ଆବେଦନ କରିଥିବା ହଜାର ହଜାର ଆଫଗାନିସ୍ତାନ ପରି ସେ ମଧ୍ୟ ଅନ୍ୟତମ ଥିଲେ । ସେପଟେ ଆମେରିକାର ଅଧିକାରୀମାନେ କହିଥିଲେ ଯେ ଡ୍ରୋନ୍ ଆକ୍ରମଣ ପରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା, ଯାହା ଦର୍ଶାଏ ଯେ ଗାଡିରେ ବିସ୍ଫୋରକ ସାମଗ୍ରୀ ଥିଲା । ତେବେ ନ୍ୟୁୟର୍କ ଟାଇମ୍ସର ଅନୁସନ୍ଧାନରେ କୁହାଯାଇଛି ଯେ ଦ୍ୱିତୀୟ ବିସ୍ଫୋରଣର କୌଣସି ପ୍ରମାଣ ମିଳି ନାହିଁ ।
ଆଇମଲ ଅହମଦୀ ପୂର୍ବରୁ AFP କୁ କହିଛନ୍ତି ଯେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା, ସେପଟେ ଆମେରିକାର ଅଧିକାରୀମାନେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାର କଥାକୁ ସ୍ୱୀକାର କରିଛନ୍ତି । ଆଉ ଯୁକ୍ତି ବାଢ଼ିଛନ୍ତି ଯେ ଏହି ଏୟାର ଷ୍ଟ୍ରାଇକ୍ ଆତଙ୍କୀଙ୍କୁ ଅନ୍ୟ ଏକ ଆକ୍ରମଣ କରିବାରୁ ରୋକିଛି ।
ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ୩୦୮ ସଂକ୍ରମିତଙ୍କ ମୃତ୍ୟୁ
ଅଧିକ ପଢ଼ନ୍ତୁ:-LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା
ଅଧିକ ପଢ଼ନ୍ତୁ:-ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର! ଜାଣନ୍ତୁ କେତେ ବଢ଼ିପାରେ ଦରମା
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍