ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର! ଜାଣନ୍ତୁ କେତେ ବଢ଼ିପାରେ ଦରମା
Advertisement
Article Detail0/zeeodisha/odisha983715

ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର! ଜାଣନ୍ତୁ କେତେ ବଢ଼ିପାରେ ଦରମା

କର୍ମଚାରୀ ସଂଘ ପକ୍ଷରୁ ଏକ ଦାବି ରହିଛି ଯେ ସରକାର ମହଙ୍ଗା ଭତ୍ତା (DA) ଶୀଘ୍ର ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରନ୍ତୁ । ଯାହାଦ୍ୱାରା କର୍ମଚାରୀମାନେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିରୁ ରିହାତି ପାଇପାରିବେ । 

ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର! ଜାଣନ୍ତୁ କେତେ ବଢ଼ିପାରେ ଦରମା

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀଙ୍କୁ ଆଉ ଏକ ଖୁସି ଖବର ଅତି ଶୀଘ୍ର ମିଳିପାରେ । ଗତ ଚାରିଟି ମହଙ୍ଗା ଭତ୍ତା (Dearness Allowance) ର କିସ୍ତି ଜୁଲାଇରେ ଘୋଷଣା କରାଯାଇଥିଲା । ଯାହା ପରେ DA ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ AICPI ଆକଳନ ସାମ୍ନାକୁ ଆସିଛି । ଏହି ବୃଦ୍ଧି ୧.୧ ଦେଖିବାକୁ ମିଳିଛି । ଯେଉଁଥିପାଇଁ ଅନୁମାନ କରାଯାଉଛି ଯେ ମହଙ୍ଗା ଭତ୍ତା ୩ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ଯାହାର କିସ୍ତି ନଭେମ୍ବର ମାସର ଦରମା ପୂର୍ବରୁ ଅର୍ଥାତ ଦୀପାବଳି ପୂର୍ବରୁ ଆସିପାରେ । ଆସନ୍ତୁ ଜାଣିବା ଦରମାରେ କେତେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଦୀପାବଳି ପୂର୍ବରୁ ମହଙ୍ଗା ଭତ୍ତା ବଢିପାରେ!

କର୍ମଚାରୀ ସଂଘ ପକ୍ଷରୁ ଏକ ଦାବି ରହିଛି ଯେ ସରକାର ମହଙ୍ଗା ଭତ୍ତା (DA) ଶୀଘ୍ର ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରନ୍ତୁ । ଯାହାଦ୍ୱାରା କର୍ମଚାରୀମାନେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିରୁ ରିହାତି ପାଇପାରିବେ । ସମ୍ପ୍ରତି AICPI ର ତଥ୍ୟରେ ସୂଚକାଙ୍କ ୧୨୧.୭ରେ ପହଞ୍ଚିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ସୂଚକାଙ୍କର ବର୍ତ୍ତମାନର ସ୍ତର ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ସୂଚାଉଛି ।

DA ୨୮ରୁ ୩୧ ପ୍ରତିଶତକୁ ହୋଇଯିବ 

ଯଦି ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବୃଦ୍ଧି ହୁଏ, ତେବେ ସମୁଦାୟ ମହଙ୍ଗା ଭତ୍ତା ୩୧.୧୮ ପ୍ରତିଶତ ହେବ । ବିଶେଷଜ୍ଞଙ୍କ ଅନୁଯାୟୀ, ସେପ୍ଟେମ୍ବରର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ମହଙ୍ଗା ଭତ୍ତାର ଘୋଷଣା କୌଣସି ବି ସମୟରେ ହୋଇପାରେ । ଯାହା ଅକ୍ଟୋବରର ଦରମାରେ ପ୍ରଦାନ କରାଯିବ । ଅର୍ଥାତ୍ ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀମାନେ ଏକ ବଡ଼ ରିହାତି ପାଇପାରେ ।

ଏବେ ଦରମା କେତେ ବୃଦ୍ଧି ପାଇବ

ସର୍ବନିମ୍ନ ବେସିକ ଉପରେ କେତେ ବୃଦ୍ଧି ହେବ?

ଯଦି କର୍ମଚାରୀଙ୍କ ମୌଳିକ ଦରମା ୧୮ ହଜାର ଟଙ୍କା ରହିଛି । ଆନୁମାନିକ ୩୧ ପ୍ରତିଶତ ଅନୁଯାୟୀ, ମହଙ୍ଗା ଭତ୍ତା (DA) ମାସକୁ ୫୫୮୦ ଟଙ୍କା ହେବ । ୨୮ ପ୍ରତିଶତ ମହଙ୍ଗା ଭତ୍ତା ଅନୁଯାୟୀ, କେନ୍ଦ୍ର କର୍ମଚାରୀମାନେ ୫୦୪୦ ଟଙ୍କା ପାଉଛନ୍ତି । ଅର୍ଥାତ ୩୧ ପ୍ରତିଶତ ମହଙ୍ଗା ଭତ୍ତା ପରେ ୫୪୦ ଟଙ୍କା ପ୍ରତି ମାସ ବୃଦ୍ଧି ଦେଖାଯିବ । ବର୍ଷକୁ ୩୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ୬୪୮୦ ଟଙ୍କା ବୃଦ୍ଧି ହେବ ।

ସର୍ବାଧିକ ବେସିକ ଦରମା ଉପରେ କେତେ ବୃଦ୍ଧି ହେବ?

ଯଦି କର୍ମଚାରୀଙ୍କ ମୌଳିକ ଦରମା ୫୬,୯୦୦୦ ଟଙ୍କା ରହିଛି । ଆନୁମାନିକ ୩୧ ପ୍ରତିଶତ ଅନୁଯାୟୀ, ମହଙ୍ଗା ଭତ୍ତା (DA) ମାସକୁ ୧୭,୬୩୯ ଟଙ୍କା ହେବ । ୨୮ ପ୍ରତିଶତ ମହଙ୍ଗା ଭତ୍ତା ଅନୁଯାୟୀ, କେନ୍ଦ୍ର କର୍ମଚାରୀମାନେ ପ୍ରତି ମାସ ୧୫,୯୩୨ ଟଙ୍କା ପାଉଛନ୍ତି । ଅର୍ଥାତ ୩୧ ପ୍ରତିଶତ ମହଙ୍ଗା ଭତ୍ତା ହେବା ଉପରେ ବୃଦ୍ଧି ୧୭୦୭ ଟଙ୍କା ପ୍ରତି ମାସ ଦେଖାଯିବ । ଗୋଟିଏ ବର୍ଷରେ ମହଙ୍ଗା ଭତ୍ତା ୩୧ ପ୍ରତିଶତ ହାରରେ ୨୦,୪୮୪ ଟଙ୍କା ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଏସବୁ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ଅର୍ଥ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ନୂଆ ଗେମ୍ ପ୍ଲାନ, ପାକିସ୍ତାନୀ ଟଙ୍କା ଆପଣାଇବ ତାଲିବାନ

ଅଧିକ ପଢ଼ନ୍ତୁ:-ନାଲି ପିମ୍ପୁଡ଼ିର ଚଟଣିରୁ ଦୂର ହେବ କୋରୋନା? ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା, ଜାଣନ୍ତୁ ତା'ପରେ କ'ଣ ହେଲା